Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରିଲା ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ର ଗଣ ଦୌଡ଼
ଆଜିର ଖବର

ସରିଲା ରଣପୁର ମହୋତ୍ସବ “ଅର୍ଜୁନ-୨୦୨୫” ର ଗଣ ଦୌଡ଼

January 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର କଳା ସଂସ୍କୃତି ଐତିହ୍ୟ ପରମ୍ପରା ଓ ଶହୀଦମାନଙ୍କ ବୀରତ୍ୱ ସ୍ମୃତି ସାଉଁଟିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ଅର୍ଜୁନ ଅନୁଷ୍ଠିତ ହୋଇଆସୁଥିବା ବେଳେ ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଆଜି ଠାରୁ ଆରମ୍ଭ ହୋଇଛି। ଏହି ମହୋତ୍ସବ ପାଞ୍ଚଦିନ ଧରି ଜାନୁଆରୀ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ତେବେ ଓଡିଶା ଅନୁଷ୍ଠିତ ହେଉଥିବା ବିଭିନ୍ନ ମହୋତ୍ସବ ଭିତରୁ ଏହା ଅଭିନ୍ନ ହୋଇଥିବା ବେଳେ ରଣପୁର ମାଟିରେ ଶହୀଦ ହୋଇଥିବା ବିରଙ୍ଗନାମାନଙ୍କ ସ୍ମୃତି ଉଦ୍ଦେଶ୍ୟ ପାଳନ କରାଯାଉଥିବାରୁ ଅନ୍ୟ ଅଞ୍ଚଳରେ ପାଳନ କରାଯାଉଥିବା ମହୋତ୍ସବ ଅପେକ୍ଷା ଏହି ମହୋତ୍ସବର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଚଳିତ ବର୍ଷ ରଣପୁରରୁ ବିଧାୟିକା ତଥା ଓଡିଶାର ବାଚସ୍ପତି ସୁରମା ପାଢ଼ୀ ରଣପୁର ମହୋତ୍ସବ କମିଟି ଅଧକ୍ଷ ଭାବେ ମହୋତ୍ସବକୁ ପରିଚାଳନା କରୁଛନ୍ତି। ରଣପୁର ବାଘସାମନ୍ତ ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର ସମସ୍ତ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇସାରିଛି।

ଆଜି ସକାଳ ୫ ଟାରେ ପ୍ରଭାତ ଫେରି ରାମଧ୍ୱନି ସହିତ ସକାଳ ୮ ଟାରେ ମା ମଣିନାଗ ମନ୍ଦିର ଠାରୁ ପଞ୍ଚୁଦୋଳ ପଡିଆ ପର୍ଯ୍ୟନ୍ତ ଗଣଦୌଡ଼ କରାଯାଇଛି। ଗଣ ଦୌଡ଼ ପୂର୍ବରୁ ମା ମଣିନାଗଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା।

ଏହି ଗଣ ଦୌଡ଼ରେ ଭାଗ ନେଇଥିବା ପିଲାମାନଙ୍କୁ ବାଚସ୍ପତି ମେଡାଲ ପ୍ରଦାନ କରି ପୁରସ୍କୃତ କରିଥିଲେ। ପୂର୍ବାହ୍ନ ୧୧ ଘଟିକା ସମୟରେ ରଣପୁର ଅଞ୍ଚଳର ଶହୀଦ ମାଟିରୁ ଅଣାଯାଇଥିବା ମଶାଲକୁ ଧରି ରଣପୁର ପଞ୍ଚୁଦୋଳ ପଡିଆ ଠାରୁ ଶୋଭାଯାତ୍ରାରେ ମହୋତ୍ସବ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ। ଏହା ପରେ ମଞ୍ଚ ପୂଜା କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ ଘଟିକାରେ ସଭାକାର୍ଯ୍ୟର କାର୍ଯ୍ୟସୂଚୀ ରହିଛି।

ତେବେ ଚଳିତ ବର୍ଷ ରଣପୁର ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ କମିଟି ଅଧକ୍ଷା ସୁରୁମା ପାଢ଼ୀ ଯଥେଷ୍ଟ ପ୍ରୟାସ କରିଥିବା ବେଳେ ଓଡିଶା ଓ ଓଡିଶା ବାହାରୁ ବହୁ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଥିବା ସହ ସଭାକାର୍ଯ୍ୟ ପାଇଁ ପ୍ରତେକ ଦିନ ଓଡିଶାର ମାନଗଣ୍ୟ ମନ୍ତ୍ରୀମାନେ ଯୋଗଦେବେ ବୋଲି ମହୋତ୍ସବ କମିଟି ତରଫରୁ ସୂଚନା ମିଳିଛି।  ମହାତ୍ସବକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିବା ସହିତ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ହେବା ସହିତ ଶୃଙ୍ଖଳା ପାଇଁ କମିଟି ଗଠନ ହୋଇଥିବା ମହୋତ୍ସବ କମିଟି ସମ୍ପାଦକ ସ୍ୱରାଜ ମହାନ୍ତି ସୂଚନା ଦେଇଛନ୍ତି।

ଉଦଘାଟନୀ ଦିବସରେ ଓଡିଶୀ ନୃତ୍ୟ, ପୁରୁଲିଆ ଛଉ ନୃତ୍ୟ, ସୁର ତାଲ କ୍ରି୍ଏଟିଭ ମେଲୋଡି ସହିତ ବିଭିନ୍ନ ସିନେ କଳାକାର ଯୋଗ ଦେବାର ସୂଚନା ରହିଛି।

ଅର୍ଜୁନ-୨୦୨୫ ଉଦଘାଟନୀ ଉତ୍ସବ କଳା ସଂସ୍କୃତି ରଣପୁର ରଣପୁର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.