ନୂଆଦିଲ୍ଲୀ: ଚୀନ୍ର HMPV ଭାଇରସ ଭାରତରେ ପହଞ୍ଚିଛି। ଏହାର ପ୍ରଥମ ମାମଲା ବେଙ୍ଗାଲୁରୁରେ ପଞ୍ଜିକୃତ ହୋଇଛି। ସୂଚନାନୁସାରେ, ଜଣେ ଆଠ ମାସର ଝିଅ ଏହା ଦ୍ୱାରା ସଂକ୍ରମିତ ହୋଇଛି। ଏହି ମାମଲା ସହରର ବାପ୍ଟିଷ୍ଟ ହସ୍ପିଟାଲରେ ପଞ୍ଜୀକୃତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ସେମାନେ ସେମାନଙ୍କର ଲାବୋରେଟୋରୀରେ ନମୁନା ପରୀକ୍ଷା କରିନାହାଁନ୍ତି।
ଡାକ୍ତରଖାନାର ଲାବୋରେଟୋରୀରେ କରାଯାଇଥିବା ପରୀକ୍ଷଣରେ HMPV ଭାଇରସ ନିଶ୍ଚିତ ହୋଇଛି। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା କେନ୍ଦ୍ର ସରକାରଙ୍କୁ ଦେଇଛି।
Tags: Breaking News, HMPV In India