ନୂଆଦିଲ୍ଲୀ: ରାସନ କାର୍ଡ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, ଯାହା ସରକାରୀ ରାସନ ପାଇବା ପାଇଁ ଏବଂ ଏକ ପରିଚୟ ପତ୍ର ଭାବରେ ବ୍ୟବହୃତ ହୁଏ। ଏହା ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥାଏ ଏବଂ ସାର୍ବଜନୀକ ବିତରଣ ପ୍ରଣାଳୀ (ପିଡିଏସ୍) ଅଧୀନରେ ଅଭାବୀ ପରିବାରକୁ ଶସ୍ତା ମୂଲ୍ୟରେ ରାସନ ଯୋଗାଇ ଦିଆଯାଉଛି। ଯଦି ଆପଣ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ଏବଂ ଏହାର ସ୍ଥିତି ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏହି ପ୍ରକ୍ରିୟା ବର୍ତ୍ତମାନ ଅତି ସହଜ ହୋଇଯାଇଛି।
ଅନ୍ ଲାଇନରେ ରାସନ କାର୍ଡ ପାଇଁ କିପରି ଆବେଦନ କରିବେ?:
ପ୍ରତ୍ୟେକ ରାଜ୍ୟ ସରକାର ଏହାର ନାଗରିକମାନଙ୍କୁ ରାସନ କାର୍ଡ ପାଇଁ ଆବେଦନ କରିବାକୁ ସୁବିଧା ପ୍ରଦାନ କରନ୍ତି। ଆପଣ ଏହାକୁ ଅନଲାଇନ୍ କିମ୍ବା ଅଫଲାଇନ୍ ମୋଡ୍ ରେ ପୂରଣ କରିପାରିବେ।
ଓଡିଶାରେ ଆବେଦନ: food.odisha.gov.in ପରିଦର୍ଶନ କରନ୍ତୁ।
ରାସନ କାର୍ଡ ଆବେଦନ ସମ୍ପୂର୍ଣ୍ଣ ମାଗଣା। ଥରେ ଆବେଦନ କରାଯିବା ପରେ ଏହାକୁ ଯାଞ୍ଚ ପାଇଁ ପଠାଯାଏ।
ଅନଲାଇନ୍ ରାସନ୍ କାର୍ଡ ସ୍ଥିତି କିପରି ଯାଞ୍ଚ କରିବେ?:
ରେସନ କାର୍ଡ ସ୍ଥିତି ଯାଞ୍ଚ କରିବାକୁ, ଏହି ସହଜ ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ:
– ସର୍ବପ୍ରଥମେ https://nfsa.gov.in ୱେବସାଇଟ୍ କୁ ଯାଆନ୍ତୁ।
– ୱେବସାଇଟରେ “Citizen Corner” ବିକଳ୍ପ ଚୟନ କରନ୍ତୁ।
– ଏହା ପରେ “Know Your Ration Card Status” ଉପରେ କ୍ଲିକ୍ କରନ୍ତୁ।
– ପରବର୍ତ୍ତୀ ପୃଷ୍ଠାରେ ରାସନ କାର୍ଡ ନମ୍ବର ଏବଂ କ୍ୟାପଚା କୋଡ୍ ପୁରଣ କରନ୍ତୁ।
– “Get RC Details” ଉପରେ କ୍ଲିକ୍ କରନ୍ତୁ।
– ଆପଣଙ୍କ ରାସନ କାର୍ଡର ସମ୍ପୂର୍ଣ୍ଣ ବିବରଣୀ ପରଦାରେ ଦୃଶ୍ୟମାନ ହେବ।
ଆଧାର କାର୍ଡରୁ ରାସନ କାର୍ଡ ସ୍ଥିତି କିପରି ଯାଞ୍ଚ କରିବେ?:
ଯଦି ଆପଣ ଆଧାର କାର୍ଡ ବ୍ୟବହାର କରି ସ୍ଥିତି ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ PDS ପୋର୍ଟାଲ ପରିଦର୍ଶନ କରନ୍ତୁ।
ପୋର୍ଟାଲରେ ରେସନ କାର୍ଡ ସ୍ଥିତି ବିଭାଗ ଚୟନ କରନ୍ତୁ।
ଆପଣଙ୍କର ଆଧାର ନମ୍ବର ଏବଂ କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ।
ବିବରଣୀ ଦାଖଲ କରନ୍ତୁ।
ଏହା ପରେ ଆପଣଙ୍କର ରାସନ କାର୍ଡ ସୂଚନା ପରଦାରେ ଦେଖାଯିବ, ଯାହାକୁ ଆପଣ ଡାଉନଲୋଡ୍ ମଧ୍ୟ କରିପାରିବେ।
ଆପଣଙ୍କର ରାସନ କାର୍ଡର ସ୍ଥିତି ଯାଞ୍ଚ କରିବା ବର୍ତ୍ତମାନ ଅତି ସହଜ ହୋଇଯାଇଛି। ଅନଲାଇନ୍ ପୋର୍ଟାଲ୍ କିମ୍ବା ଆଧାର କାର୍ଡ ସାହାଯ୍ୟରେ ଆପଣ ଏହାକୁ ସହଜରେ ଯାଞ୍ଚ କରିପାରିବେ।