Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ
ଆଜିର ଖବର

ଭୁବନେଶ୍ୱରରେ ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ

January 9, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଭୁବନେଶ୍ୱର ଠାରେ ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ସମ୍ବୋଧିତ କରି ପ୍ରବାସୀମାନଙ୍କୁ ଏକ ପ୍ରଭାବଶାଳୀ ବାର୍ତ୍ତା ଦେଇଛନ୍ତି। ଏକ ବିକଶିତ ଏବଂ ସମୃଦ୍ଧ ଭାରତ ଗଠନରେ ସହଯୋଗ କରିବା ପାଇଁ ବିଦେଶରୁ ନିଜର ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟ ପଦ୍ଧତି ନେଇ ଆସିବା ପାଇଁ ସେ ପ୍ରବାସୀମାନଙ୍କୁ ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ଼ସେ ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଉପସ୍ଥିତ ଥିଲେ।

ଉଦଘାଟନୀ ଅଭିଭାଷଣରେ ଡକ୍ଟର ମାଣ୍ଡଭୀୟ କହିଥିଲେ, ଭାରତର ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଭାରତର ସ୍ୱାଧୀନତା ପ୍ରାପ୍ତିକୁ ୭୫ ବର୍ଷ ପୂର୍ତ୍ତି ଆକାରରେ ରେଖାଙ୍କିତ ହୋଇଛି। ଏକ ବିକଶିତ ରାଷ୍ଟ୍ରର ଏହି ଲକ୍ଷ୍ୟକୁ ସାକାର କରିବାରେ ଯୁବବର୍ଗଙ୍କ କେନ୍ଦ୍ରୀୟ ଭୂମିକା ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ମହାତ୍ମା ଗାନ୍ଧୀଙ୍କ ପରିବର୍ତ୍ତନକାରୀ ଯାତ୍ରାରୁ ପ୍ରେରଣା ନେଇ ଡକ୍ଟର ମାଣ୍ଡଭୀୟ କହିଥିଲେ, ଦକ୍ଷିଣ ଆଫ୍ରିକାରେ ରହଣି ସମୟରେ ଗାନ୍ଧିଜୀ ହାସଲ କରିଥିବା ଶିକ୍ଷା ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲା। ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ସାରା ବିଶ୍ୱରୁ ସମାନ ଅଭିଜ୍ଞତା ଏବଂ ସର୍ବୋତ୍ତମ କାର୍ଯ୍ୟପଦ୍ଧତି ନେଇ ଆସିବା ପାଇଁ ସେ ପ୍ରବାସୀମାନଙ୍କୁ ଉତ୍ସାହିତ କରିଥିଲେ।

‘‘ଭାରତର ଯୁବକମାନେ ହେଉଛନ୍ତି ଦେଶର ସବୁଠାରୁ ବଡ଼ ସମ୍ପଦ। ଭାରତରେ ପ୍ରତି ୨୦ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ବୟସ ୩୫ ବର୍ଷରୁ କମ୍ ଏବଂ ଯୁବବର୍ଗଙ୍କ ହାରାହାରି ବୟସ ୨୯ବର୍ଷ ହୋଇଥିବାରୁ ଆଗାମୀ ବର୍ଷଗୁଡ଼ିକରେ ଆମ ଦେଶ ବିଶ୍ୱର ନେତୃତ୍ୱ ନେବାର ସ୍ଥିତିରେ ରହିଛି। ପ୍ରବାସୀମାନଙ୍କ ଯୋଗଦାନ ‘‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’’ର ପରିକଳ୍ପନାକୁ ସାକାର କରିବାରେ ସହାୟକ ହୋଇପାରିବ, ଯାହା ଏକତା, ବିକାଶ, ବିଶ୍ୱାସ ଏବଂ ସାମୂହିକ ପ୍ରୟାସର ଗୁରୁତ୍ୱକୁ ରେଖାଙ୍କିତ କରିଥାଏ,’’ ଡକ୍ଟର ମାଣ୍ଡଭୀୟ କହିଥିଲେ ।

ଡକ୍ଟର ମାଣ୍ଡଭୀୟ ମଧ୍ୟ ‘‘ସୀମାଠାରୁ ଊର୍ଦ୍ଧ୍ୱରେ: ଜଗତୀକରଣ ବିଶ୍ୱରେ ପ୍ରବାସୀ ଯୁବ ନେତୃତ୍ୱ’’ ବିଷୟବସ୍ତୁ ଉପରେ ଏକ ପୂର୍ଣ୍ଣାଙ୍ଗ ଅଧିବେଶରେ ଅଧ୍ୟକ୍ଷତା କରିଥିଲେ । ନିଜର ଅଭିଭାଷଣରେ ସେ କୃଷି, ଶିଳ୍ପ, ସେବା ଏବଂ ଆଇଟି କ୍ଷେତ୍ରରେ ଭାରତର ବିପୁଳ ସମ୍ଭାବନା ଉପରେ ଆଲୋକପାତ କରିଥିଲେ ଏବଂ ଅନ୍ୟ ବିଶ୍ୱ ଅର୍ଥବ୍ୟବସ୍ଥା ତୁଳନାରେ ପ୍ରଭାବଶାଳୀ ହୋଇଥିବା ୮ ପ୍ରତିଶତ ଜିଡିପି ଅଭିବୃଦ୍ଧି ହାର ସହିତ ଦେଶର ବିକାଶ ଗତି ଉପରେ ଗୁରୁତ୍ୱାରୋପ କରିଥିଲେ।

ସେ କହିଥିଲେ, ପରିବର୍ତ୍ତିତ ବିଶ୍ୱ ପରିଦୃଶ୍ୟର ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତର କ୍ଷମତା ଏବଂ ସାମର୍ଥ୍ୟ ରହିଛି। ଅଭିବୃଦ୍ଧି ଓ ନବସୃଜନ ପାଇଁ ଭାରତର ବଜାର, ଯୁବବର୍ଗ ଏବଂ ମାନବ ସମ୍ବଳ, ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ। ଯୁବବର୍ଗଙ୍କୁ ସଶକ୍ତ କରିବା ଓ ସେମାନଙ୍କ ସଫଳତା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଲାଗି ସରକାର ଗତ ଦଶନ୍ଧି ମଧ୍ୟରେ ନିର୍ଣ୍ଣାୟକ ପଦକ୍ଷେପ ନେଇଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ବିଷୟରେ ଉଲ୍ଲେଖ କରିଥିଲେ; ବିଶେଷ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କ ଅବଦାନ ସମ୍ପର୍କରେ କହିଥିଲେ ଯେଉଁଥିରେ ଅନେକ ଡାକ୍ତର, ନର୍ସ ଏବଂ ସିଇଓ ବିଦେଶରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି । ଡକ୍ଟର ମାଣ୍ଡଭୀୟ ମଧ୍ୟ କୋଭିଡ-୧୯ ମହାମାରୀ ସମୟରେ ଭାରତର ମୁକାବିଲା ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ଭାରତ ବିଶ୍ୱର ବିଭିନ୍ନ ଦେଶକୁ ଜରୁରି ଔଷଧ ଯୋଗାଇଥିଲା, ଯାହା ଭାରତର ନେତୃତ୍ୱ ଏବଂ ଆତ୍ମନିର୍ଭରଶୀଳତାକୁ ଦର୍ଶାଇଥାଏ। ‘‘ଭାରତ ଏବଂ ବିଶ୍ୱ ମଧ୍ୟରେ ସେତୁ ନିର୍ମାଣ କରିବାରେ ପ୍ରବାସୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ସେମାନଙ୍କର ଅମୂଲ୍ୟ ଯୋଗଦାନ ଜାରି ରଖିବାକୁ ମୁଁ ପ୍ରବାସୀମାନଙ୍କୁ ଆହ୍ୱାନ କରୁଛି,’’ ଡକ୍ଟର ମାଣ୍ଡଭୀୟ ଶେଷ କରିଥିଲେ।

*******

P.S/Swadhin

ଡକ୍ଟର ମନସୁଖ ମାଣ୍ଡଭୀୟ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025
Latest News

ଏସିଆ କପ୍ ପୂର୍ବରୁ BCCI ଏବଂ ଡ୍ରିମ-୧୧ ର ଚୁକ୍ତି ଶେଷ, ବୋର୍ଡ ସଚିବଙ୍କ ବଡ ବୟାନ

August 25, 2025

ନିର୍ବାଚନ କମିଶନ ବନାମ ରାହୁଲ ଗାନ୍ଧୀ!: ଜାଣନ୍ତୁ ଜନତା କାହା ସହିତ ଅଛନ୍ତି, ଆସିଲା ବଡ଼ ସର୍ଭେ

August 25, 2025

ନମ୍ବର ୧ ହେଲା ଭାରତ: ଚୀନକୁ ପଛରେ ପକାଇ ଆମେରିକାରେ ହାସଲ କଲା ଶୀର୍ଷ ସ୍ଥାନ

August 25, 2025

ଆତଙ୍କବାଦ ଉପରେ ଟଙ୍କା ଖର୍ଚ୍ଚ କରୁଥିବା ପାକିସ୍ତାନକୁ ମିଳିଲା ୪୧୦ ମିଲିୟନ ଡଲାରର ସମ୍ପତ୍ତି

August 25, 2025

ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀମାନଙ୍କ ସମ୍ମିଳନୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.