Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ ନିର୍ବାଚନ: ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ଆପ୍ ର ଅଭିଯୋଗ
ଆଜିର ଖବର

ଦିଲ୍ଲୀ ନିର୍ବାଚନ: ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ଆପ୍ ର ଅଭିଯୋଗ

January 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦିଲ୍ଲୀ ନିର୍ବାଚନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଜି  ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବର୍ମା ନିଜ ଘରେ ଖୋଲାଖୋଲି ଟଙ୍କା ବାଣ୍ଟୁଛନ୍ତି। ନିର୍ବାଚନ କମିଶନ ବର୍ମାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକିବା ଉଚିତ ଏବଂ ତାଙ୍କ ଘରେ କେତେ ଟଙ୍କା ଅଛି ତାହା ଜାଣିବା ପାଇଁ ତାଙ୍କ ଘରେ ଚଢାଉ କରାଯିବା ଉଚିତ ବୋଲି ସେ କହିଛନ୍ତି।

ଏ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ ଆଦମୀ ପାର୍ଟିର ନେତାମାନେ ଆଜି ସନ୍ଧ୍ୟାରେ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ ଭେଟିଥିଲେ। ସେ ପରବେଶ ବର୍ମାଙ୍କ ବିରୋଧରେ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରବେଶ ବର୍ମା ନୂଆଦିଲ୍ଲୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି।

କେଜରିୱାଲ କହିଛନ୍ତି ନୂଆ ଦିଲ୍ଲୀ ବିଧାନସଭା କ୍ଷେତ୍ରରେ ଭୋଟ ଜାଲିଆତି କରିବାକୁ ବିଜେପି ଚେଷ୍ଠା କରୁଛି। ସେ କହିଛନ୍ତି ଯେ, ଡିସେମ୍ବର ୧୫ ରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ୨୨ ଦିନ ମଧ୍ୟରେ ଭୋଟର ତାଲିକାରୁ ବାତିଲ ପାଇଁ ୫,୫୦୦ ଆବେଦନ ମିଳିଛି। ଏହି ଆବେଦନଗୁଡ଼ିକ ସବୁ ନକଲି। ଦଳ କହିଛି ଯେ,ଗତ ୧୫ ଦିନ ମଧ୍ୟରେ ୧୩,୦୦୦ ନୂତନ ଭୋଟ ପାଇଁ ଆବେଦନ ଆସିଛି। ବିଭିନ୍ନ ରାଜ୍ୟରୁ ଲୋକଙ୍କୁ ଆଣି ଦିଲ୍ଲୀରେ ନକଲି ଭୋଟ ସୃଷ୍ଟି କରାଯାଉଛି।

ଅରବିନ୍ଦ କେଜରିୱାଲ କହିଛନ୍ତି, ନୂଆ ଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ନିର୍ବାଚନ ଅଧିକାରୀ ବିଜେପି ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ବିଜେପିର ସମସ୍ତ ଭୁଲ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ବୋଲି କେଜ୍ରିୱାଲା କହିଛନ୍ତି।

delhielection ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଜାନୁଆରୀ ୨୨ ରେ ସୁଭଦ୍ରା ଯୋଜନାର ନୂଆ ହିତାଧିକାରୀମାନଙ୍କୁ ମିଳିବ ଅର୍ଥ ରାଶି

January 19, 2026

ଜାନୁୟାରୀ ୧୯ ତାରିଖ ସୋମବାରରେ ଆଠଟି ରାଶି ଉପରେ ମହାଦେବଙ୍କର ରହିଛି ଶୁଭ ଦୃଷ୍ଟି

January 19, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

January 18, 2026

କୋହଲିଙ୍କ ବିରାଟ ପାଳି ସତ୍ତ୍ୱେ ଭାରତର ପରାଜୟ: ୨-୧ରେ ସିରିଜ ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ

January 18, 2026
Latest News

ଜାନୁଆରୀ ୨୨ ରେ ସୁଭଦ୍ରା ଯୋଜନାର ନୂଆ ହିତାଧିକାରୀମାନଙ୍କୁ ମିଳିବ ଅର୍ଥ ରାଶି

January 19, 2026

ଜାନୁୟାରୀ ୧୯ ତାରିଖ ସୋମବାରରେ ଆଠଟି ରାଶି ଉପରେ ମହାଦେବଙ୍କର ରହିଛି ଶୁଭ ଦୃଷ୍ଟି

January 19, 2026

ଖୋର୍ଦ୍ଧା ପଲ୍ଲିଶ୍ରୀ ମେଳା ଓ ସୁଭଦ୍ରା ମେଳାର ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ

January 18, 2026

କୋହଲିଙ୍କ ବିରାଟ ପାଳି ସତ୍ତ୍ୱେ ଭାରତର ପରାଜୟ: ୨-୧ରେ ସିରିଜ ଜିତି ଇତିହାସ ରଚିଲା ନ୍ୟୁଜିଲାଣ୍ଡ

January 18, 2026

କଳିଙ୍ଗ ଷ୍ଟାଡିୟମଠାରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ଓସଜାର ନବମ ବାର୍ଷିକ ପୁରସ୍କାର ସମାରୋହ

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.