Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ ନିର୍ବାଚନ: ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ଆପ୍ ର ଅଭିଯୋଗ
ଆଜିର ଖବର

ଦିଲ୍ଲୀ ନିର୍ବାଚନ: ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ଆପ୍ ର ଅଭିଯୋଗ

January 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦିଲ୍ଲୀ ନିର୍ବାଚନ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଜି  ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବର୍ମା ନିଜ ଘରେ ଖୋଲାଖୋଲି ଟଙ୍କା ବାଣ୍ଟୁଛନ୍ତି। ନିର୍ବାଚନ କମିଶନ ବର୍ମାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକିବା ଉଚିତ ଏବଂ ତାଙ୍କ ଘରେ କେତେ ଟଙ୍କା ଅଛି ତାହା ଜାଣିବା ପାଇଁ ତାଙ୍କ ଘରେ ଚଢାଉ କରାଯିବା ଉଚିତ ବୋଲି ସେ କହିଛନ୍ତି।

ଏ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ ଆଦମୀ ପାର୍ଟିର ନେତାମାନେ ଆଜି ସନ୍ଧ୍ୟାରେ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ ଭେଟିଥିଲେ। ସେ ପରବେଶ ବର୍ମାଙ୍କ ବିରୋଧରେ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପରବେଶ ବର୍ମା ନୂଆଦିଲ୍ଲୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି।

କେଜରିୱାଲ କହିଛନ୍ତି ନୂଆ ଦିଲ୍ଲୀ ବିଧାନସଭା କ୍ଷେତ୍ରରେ ଭୋଟ ଜାଲିଆତି କରିବାକୁ ବିଜେପି ଚେଷ୍ଠା କରୁଛି। ସେ କହିଛନ୍ତି ଯେ, ଡିସେମ୍ବର ୧୫ ରୁ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ୨୨ ଦିନ ମଧ୍ୟରେ ଭୋଟର ତାଲିକାରୁ ବାତିଲ ପାଇଁ ୫,୫୦୦ ଆବେଦନ ମିଳିଛି। ଏହି ଆବେଦନଗୁଡ଼ିକ ସବୁ ନକଲି। ଦଳ କହିଛି ଯେ,ଗତ ୧୫ ଦିନ ମଧ୍ୟରେ ୧୩,୦୦୦ ନୂତନ ଭୋଟ ପାଇଁ ଆବେଦନ ଆସିଛି। ବିଭିନ୍ନ ରାଜ୍ୟରୁ ଲୋକଙ୍କୁ ଆଣି ଦିଲ୍ଲୀରେ ନକଲି ଭୋଟ ସୃଷ୍ଟି କରାଯାଉଛି।

ଅରବିନ୍ଦ କେଜରିୱାଲ କହିଛନ୍ତି, ନୂଆ ଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ଥାନୀୟ ନିର୍ବାଚନ ଅଧିକାରୀ ବିଜେପି ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ବିଜେପିର ସମସ୍ତ ଭୁଲ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ବୋଲି କେଜ୍ରିୱାଲା କହିଛନ୍ତି।

delhielection ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026

ବରଯାତ୍ରୀ ଶୋଭାଯାତ୍ରାରେ ଆକ୍ରମଣ: ୪ ଗୁରୁତର

February 8, 2026
Latest News

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026

ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 8, 2026

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026

ବରଯାତ୍ରୀ ଶୋଭାଯାତ୍ରାରେ ଆକ୍ରମଣ: ୪ ଗୁରୁତର

February 8, 2026

ପ୍ରଥମ ଜିଲ୍ଲାସ୍ତରୀୟ ପିଏମ ଶ୍ରୀ ଉତ୍ସବ ଉଦଯାପିତ: ଯୋଗ ଦେଲେ ଆଇନ ମନ୍ତ୍ରୀ

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.