Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ଭଗବତୀଙ୍କ ଦର୍ଶନ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
ଆଜିର ଖବର

ମା’ ଭଗବତୀଙ୍କ ଦର୍ଶନ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି

January 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ଅପରାହ୍ନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ସପରିବାରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର ଦର୍ଶନ କରି ମା’ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ଏହି ଅବସରରେ ତାଙ୍କୁ ସ୍ଥାନୀୟ ପ୍ରଶାସନ, ମନ୍ଦିର ପ୍ରଶାସନ, କୋର୍ଟ ପ୍ରଶାସନ ଏବଂ ବାଣପୁର ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା।

ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ଅମରେଶ ମହାପାତ୍ର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ଏଣ୍ଡାଓମେଣ୍ଟ କମିଶନର ଲଲାଟେନ୍ଦୁ ଜେନା ଓ ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ମୁଖ୍ୟ ବିଚାରପତିଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଛ ଦେଇ ମନ୍ଦିର ମଧ୍ୟକୁ ପାଛୋଟିନେଇଥିଲେ। ମୁଖ୍ୟ ବିଚାରପତି ନିଜ ପରିବାର ସହ ମା’ ଙ୍କ ପୂଜାର୍ଚ୍ଚନା କରିବା ସହ କିଛି ସମୟ ମନ୍ଦିର ବେଢାରେ ଅତିବାହିତ କରିଥିଲେ। ଏହି ଅବସରରେ ମୁଖ୍ୟ ବିଚାରପତି ମନ୍ଦିରର ଐତିହ ବିଷୟରେ ଓକିଲମାନଙ୍କଠାରୁ ପଚାରି ବୁଝିଥିଲେ। ତତସହିତ ମା’ ଙ୍କ ଦର୍ଶନ କରି ସେ ଅତ୍ୟନ୍ତ ଖୁସି ଅନୁଭବ କରିବାସହ ଜଗତର ମଙ୍ଗଳ କାମନା କରିଥିଲେ।

ବାଣପୁର ଓକିଲ ସଂଘର ସଭ୍ୟ ଜଗଦୀଶ ପଟ୍ଟନାୟକ, ଭି. କାମେଶ୍ୱର ଆଚାରୀ ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନା ଥାଉକି ଚଳିତ ମାସ ୧୯ ତାରିଖରେ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ଗ୍ରହଣ କରୁଛନ୍ତି।

ଓଡିଶା ଉଚ୍ଚ ନ୍ୟାୟାଳୟ ଚକ୍ରଧାରୀ ଶରଣ ସିଂ ମା’ ଭଗବତୀ ମୁଖ୍ୟ ବିଚାରପତି
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025

ରାଜ୍ୟ ସ୍ତରୀୟ କ୍ୟାରମ ପ୍ରତିଯୋଗିତା

December 8, 2025

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ ବି. ଆର୍. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ପାଳନ

December 8, 2025
Latest News

“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ

December 8, 2025

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025

ରାଜ୍ୟ ସ୍ତରୀୟ କ୍ୟାରମ ପ୍ରତିଯୋଗିତା

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.