Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକୁମ୍ଭ ମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଚାଲିଲା 4ଟି ବସ୍
ଆଜିର ଖବର

ମହାକୁମ୍ଭ ମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଚାଲିଲା 4ଟି ବସ୍

January 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Kumbhamela
ମହାକୁମ୍ଭ ମେଳା ପାଇଁ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ଚାଲିଲା 4ଟି ବସ୍

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଳା ଅବସରରେ ଓଡିଶାର 4ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ 4ଟି ଅତ୍ୟାଧୁନିକ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ପରିବହନ ନିଗମର ଏହି 4ଟି ଅତ୍ୟାଧୁନିକ ପ୍ରିମିୟମ ବସ୍, ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବାହାରି ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ।

ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭର୍ଚୁଆଲ ମୋଡ୍ ରେ ପତାକା ଦେଖାଇ ଏହି ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ତୀର୍ଥଯାତ୍ରାରେ ସେମାନେ ଅଶେଷ ପୁଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ 4ଟି ବସ୍ ର ଚଳାଚଳ କରାଯାଉଛି ଏବଂ ଆବଶ୍ୟକ ହେଲେ ଆହୁରି ଅଧିକ ବସ୍ ର ବ୍ୟବସ୍ଥା କରାଯିବ। ପ୍ରଥମ ଥର ପାଇଁ 2500 କିଲୋମିଟରରୁ ଅଧିକ ଲମ୍ବା ଯାତ୍ରାର ଶୁଭାରମ୍ଭ କରାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚଳିତ ବର୍ଷ ପୌଷ ପୂର୍ଣ୍ଣିମାରୁ ମହାଶିବରାତ୍ରୀ (ଜାନୁଆରୀ 13 ରୁ ଫେବୃଆରୀ 26) ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ପ୍ରୟୋଗରାଜକୁ ଆଗମନ ହୋଇଥାଏ ।

ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ପ୍ରୟାଗରାଜ ଯାଉଛନ୍ତି । ସେଥିପାଇଁ ଏହି ବସ୍ ସୁବିଧା କରାଗଲା ବୋଲି ସେ କହିଥିଲେ।

ଆଜି ପ୍ରଥମ ଦିନରେ ଓଡିଶାରୁ 200 ଶ୍ରଦ୍ଧାଳୁ ମହାକୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ମହିଳା ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟରେ 50 ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବସ୍ ଗୁଡିକରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ‘ଲାଇଭ୍ ଭେଇକିଲ୍ ଟ୍ରାକିଂ’, ପ୍ୟାନିକ ବଟନ୍ ଏବଂ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ରହିଛି । ଯାତ୍ରୀ ମାନଙ୍କ ଆରାମଦାୟକ ଯାତ୍ରା ପାଇଁ ସମସ୍ତ ସୁବିଧା କରାଯାଇଛି। ଏହା ସହିତ ମହାକୁମ୍ଭ ମେଳା ଯାତ୍ରୀ ମାନଙ୍କ ସୁବିଧା ପାଇଁ 24 ଘଣ୍ଟିଆ ହେଲ୍ପ ଡେସ୍କ ମଧ୍ୟ ଖୋଲା ଯାଇଛି । ଯାତ୍ରୀମାନେ 1800 345 1122 କୁ କଲ୍ କରିପାରିବେ କିମ୍ବା 78490 52205 ନମ୍ବରରେ ହ୍ୱାଟସଆପ୍ ମାଧ୍ୟମରେ ହେଲ୍ପ ଡେସ୍କର ସୁବିଧା ନେଇପାରିବେ ।

ପ୍ରୟାଗରାଜରେ ମଧ୍ୟ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ OSRTCର କର୍ମଚାରୀମାନଙ୍କୁ ମଧ୍ୟ ଅବସ୍ଥାପିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ଏହି ଅବସରରେ ବ୍ରହ୍ମପୁରରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଯାତ୍ରୀମାନଙ୍କୁ ଶୁଭକାମନା ଜଣାଇ କହିଥିଲେ ଯେ, ସଡକ ପରିବହନ କ୍ଷେତ୍ରରେ ଅଧିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ମାସ ବ୍ୟାପୀ ସଡକ ସୁରକ୍ଷା କାର୍ଯ୍ୟକ୍ରମ କରୁଛନ୍ତି। ଯାନ ଚଳାଚଳ ବେଳେ ସମସ୍ତେ ବାହନ ଚଳାଚଳର ନିୟମ ମାନି ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଭବାନୀପାଟଣାରେ ସାଂସଦ ଶ୍ରୀମତୀ ମାଳବିକା ଦେବୀ, ସମ୍ବଲପୁରରେ ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ପୁରୀଠାରେ ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ଏବଂ ଲୋକସେବା ଭବନରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର ଏବଂ OSRTCର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପ୍ତେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Kumbhamela ଓଏସଆରଟିସି କୁମ୍ଭମେଳା କୁମ୍ଭମେଳା ପାଇଁ ବସ୍ ମହାକୁମ୍ଭ ମେଳା ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025
Latest News

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

ଚାରଟି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କଲା ବିଜେଡି, ଜାଣନ୍ତୁ କେଉଁଠି କାହାକୁ ମିଳିଲା ଦାୟିତ୍ବ

August 5, 2025

ଜୀ ସାର୍ଥକର ‘ଦେଖିବା ଟିଭି ଜିତିବା ଇଭି’ ପ୍ରତିଯୋଗିତାର ୫ ବିଜୟୀଙ୍କୁ ମିଳିଲା ଇଭି ଗାଡି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.