Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣିଥରେ ଫେରିଛି ରିଲାଏନ୍ସ ଜୁଏଲ୍ସ ଡ୍ରିମ୍ ଡାଇମଣ୍ଡ ସେଲ୍‌: ୩୦% ପର୍ଯ୍ୟନ୍ତ ରିହାତି
ଆଜିର ଖବର

ପୁଣିଥରେ ଫେରିଛି ରିଲାଏନ୍ସ ଜୁଏଲ୍ସ ଡ୍ରିମ୍ ଡାଇମଣ୍ଡ ସେଲ୍‌: ୩୦% ପର୍ଯ୍ୟନ୍ତ ରିହାତି

January 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ରିଲାଏନ୍ସ ଜୁଏଲ୍ସ ଏହାର ବହୁପ୍ରତିକ୍ଷୀତ ବାର୍ଷିକ ଡ୍ରିମ ଡାଇମଣ୍ଡ ସେଲ୍ ସହ ପ୍ରତ୍ୟାବର୍ତନ କରିଛି, ଯାହା ଗ୍ରାହକଙ୍କୁ ହୀରାର କାଳଜୟୀ ଉତ୍କର୍ଷତାକୁ ପାଳନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରୁଛି। ଆସନ୍ତା ଫେବୃଆରୀ ୧୬ ତାରିଖ ୨୦୨୫ ପର୍ଯ୍ୟନ୍ତ ପରିଚାଳିତ ହେବାକୁ ଥିବା ଏହି ସ୍ୱତନ୍ତ୍ର ଅଫର୍ ଗ୍ରାହକଙ୍କୁ ହୀରା ମୂଲ୍ୟ ଓ ମେକିଙ୍ଗ୍ ଚାର୍ଜ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଉଛି, ଯାହା ଏହାକୁ ସେମାନଙ୍କର ଅଳଙ୍କାର ସଂଗ୍ରହରେ ଉଜ୍ଜ୍ୱଳିତ ହୀରାଗୁଡିକୁ ସାମିଲ କରିବା ପାଇଁ ଏକ ଉପଯୁକ୍ତ ସୁଯୋଗରେ ପରିଣତ କରୁଛି।

ଆପଣ ନିଜର ଦୈନନ୍ଦିନ ଷ୍ଟାଇଲକୁ ଉନ୍ନତ କରନ୍ତୁ କିମ୍ବା ଜୀବନର ମୂଲ୍ୟବାନ ମୁହୂର୍ତଗୁଡିକୁ ପାଳନ କରନ୍ତୁ, ଏକ ବିସ୍ତୃତ ଶୃଙ୍ଖଳାର ହୀରା ଅଳଙ୍କାର ସହିତ ଚଳିତ ବର୍ଷର ଏହି ଡ୍ରିମ ଡାଇମଣ୍ଡ ସେଲ୍ ପ୍ରତ୍ୟେକ ଅବସରର ଆବଶ୍ୟକତାକୁ ପୂରଣ କରୁଛି। ଷ୍ଟେଟ୍‌ମେଂଟ ବ୍ରାଇଡାଲ ସେଲ୍‌ରୁ ଆରମ୍ଭ କରି ସୁନ୍ଦର ରିଙ୍ଗ୍‌, ସୂକ୍ଷ୍ମ ଇୟରିଙ୍ଗ୍‌, ବହୁମୂଖୀ ବ୍ୟାଙ୍ଗେଲ୍ ଓ ଗ୍ରାଣ୍ଡ ନେକ୍‌ଲେସ୍ ପର୍ଯ୍ୟନ୍ତ ରିଲାଏନ୍ସ ଜୁଏଲ୍ସ ଡାଇମଣ୍ଡ ପ୍ରତ୍ୟେକ ଷ୍ଟାଇଲ ଓ ଅବସର ପାଇଁ କିଛି ଚମତ୍କାର ଉତ୍ପାଦ ପ୍ରଦାନ କରୁଛି।

ଏହି ଡ୍ରିମ୍ ଡାଇମଣ୍ଡ ସେଲ୍ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, “ରିଲାଏନ୍ସ ଜୁଏଲ୍ସରେ ଆମେ ହୀରାର କାଳଜୟୀ ଆକର୍ଷଣ ଓ ସେଗୁଡିକ ସୂଚିତ କରୁଥିବା ଭାବନାକୁ ଭଲ ଭାବରେ ବୁଝିଛୁ। ଡ୍ରିମ ଡାଇମଣ୍ଡ ସେଲ୍‌କୁ ଏଭଳି ମୂଲ୍ୟବାନ ରତ୍ନଗୁଡିକୁ ଅଧିକ ପହଂଚଯୋଗ୍ୟ କରିବା ପାଇଁ ଯତ୍ନର ସହ ନିର୍ମାଣ କରାଯାଇଛି, ଯାହା ଗ୍ରାହକଙ୍କୁ ସ୍ୱତନ୍ତ୍ର ମୁହୂର୍ତଗୁଡିକୁୂ ପାଳନ କରିବା ଏବଂ ସମୃଦ୍ଧତା ପାଇଁ ଏକ ଦୈନନ୍ଦିନ ଉତ୍କର୍ଷତାରେ ନିମଜ୍ଜିତ ହେବାକୁ ଅନୁମତି ଦେଉଛି। ଆମର ଅତୁଳନୀୟ ଅଫର ଓ ହୀରାର ଏକ ବିସ୍ତୃତ କଲେକ୍ସନ ସହିତ ଆମେ ଚଳିତ ସିଜନରେ ଆନନ୍ଦ ଓ ଉତ୍କର୍ଷତା ବିସ୍ତାର କରିବା ପାଇଁ ଉତ୍ସାହିତ ରହିଛୁ।”

ଡ୍ରିମ ଡାଇମଣ୍ଡ ସେଲ୍ କ୍ୟାମ୍ପେନ ମହିଳା ଓ ହୀରା ମଧ୍ୟରେ ରହିଥିବା ଗଭୀର, ଚିରସ୍ଥାୟୀ ସଂଯୋଗକୁ ପାଳନ କରୁଛି, ଏହି ରତ୍ନଗୁଡିକ ସହ ଜଡିତ ଗଭୀର ଭାବନାକୁ ମହତ୍ୱ ଦେଉଛି। କ୍ୟାମ୍ପେନ ଲିଙ୍କ୍‌-https://www.youtube.com/watch?v=ZgJUMSLwhuE

ହୀରାକୁ ବିଶ୍ୱବ୍ୟାପୀ ପ୍ରେମ ଓ ପ୍ରଶଂସାର ଏକ ପ୍ରତୀକ ଭାବେ ସ୍ୱୀକୃତି ଦିଆଯାଇଛି। ଡ୍ରିମ ଡାଇମଣ୍ଡ ସେଲ୍ ହେଉଛି ଉପହାରର ପ୍ରଦାନ କରିବାର ଆନନ୍ଦକୁ ପାଳନ କରିବା ପାଇଁ ଏକ ହୃଦୟସ୍ପର୍ଶୀ ଆମନ୍ତ୍ରଣ, ଯାହା ସ୍ୱତନ୍ତ୍ର ମୁହୂର୍ତଗୁଡିକୁ ସୂଚାଇଥାଏ ଓ ହୃଦୟସ୍ପର୍ଶୀ ଭାବନାଗୁଡିକୁ ବ୍ୟକ୍ତ କରେ। ଜଣେ ପ୍ରିୟଜନଙ୍କୁ ବିସ୍ମିତ କରିବା, କୃତଜ୍ଞତା ପ୍ରଦର୍ଶିତ କରିବା କିମ୍ବା ନିଜକୁ ଉପହାର ଦେବା, ରିଲାଏନ୍ସ ଜୁଏଲ୍ସର ହୀରା କଲେକ୍ସନ ପ୍ରତ୍ୟେକ ମୁହୂର୍ତକୁ ଅବିସ୍ମରଣୀୟ କରିବା ପାଇଁ ଅଗଣିତ ମାଧ୍ୟମ ପ୍ରଦାନ କରୁଛି। ସପର୍‌ମାନେ ଦେଶବ୍ୟାପୀ ୧୮୦ରୁ ଅଧିକ ଷ୍ଟାଣ୍ଡାଲୋନ ଶୋ’ରୁମ୍‌ଗୁଡିକରେ ଏହି ହୀରା କଲେକ୍ସନ କ୍ରୟ କରିପାରିବେ।

ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

June 11, 2026

ରେଢ଼ାଖୋଲରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026

ଶ୍ରୀଲଙ୍କା ସିରିଜ ପାଇଁ ଟିମ୍ ଇଣ୍ଡିଆ: ରାହୁଲ ଦ୍ରାବିଡ ପୁଅଙ୍କୁ ମିଳିଲା ସୁଯୋଗ

June 11, 2026
Latest News

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

June 11, 2026

ରେଢ଼ାଖୋଲରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026

ଶ୍ରୀଲଙ୍କା ସିରିଜ ପାଇଁ ଟିମ୍ ଇଣ୍ଡିଆ: ରାହୁଲ ଦ୍ରାବିଡ ପୁଅଙ୍କୁ ମିଳିଲା ସୁଯୋଗ

June 11, 2026

ବିହାର ଏମଏଲସି ନିର୍ବାଚନ: ସମସ୍ତ ୧୦ ପ୍ରାର୍ଥୀ ନିର୍ବିରୋଧରେ ବିଜୟୀ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.