
ଭୁବନେଶ୍ଵର: ଗହୀରମଥା ସମୁଦ୍ରରେ ଗୁଳିକାଣ୍ଡ ଘଟଣାରେ ଟ୍ରଲର ମାଲିକ ଗିରଫ ହୋଇଥିବା ବେଳେ ବୁଧବାର ଆଉ ୮ଜଣଙ୍କୁ ଗିରଫ କରିଛି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ। ହେଲେ ଏଠି ପ୍ରଶ୍ନ ଉଠୁଛି ବନବିଭାଗକୁ ଆକ୍ରମଣ କରିଥିଲେ ୬ଟି ଟ୍ରଲରରେ ପାଖାପାଖି ୬୦ ମତ୍ସ୍ୟଜୀବୀ।
ଆଜି ଗିରଫ ହୋଇଥିବା ୮ ଜଣଙ୍କୁ ସେ ଦିନ ଯେଉଁମାନେ ଗୁଳିଫୁଟାଇ ଖସାଇ ନେଇଥିଲେ ସେମାନଙ୍କୁ କେବେ ଗିରଫ କରିବ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ। ସେ ୬୦ ଜଣ ଓ ଟ୍ରଲର ମାଲିକମାନଙ୍କୁ ଚିହ୍ନଟ କଲାଣି ତ ପୋଲିସ ନା ଘଟଣାକୁ ଥଣ୍ଡା ପକାଇବା ପାଇଁ ମାତ୍ର ହାତ ଗଣତି ଏଇକେଇ ଜଣଙ୍କୁ ଗିରଫ କରି ବାହାବାହା ନେବ ସାମୁଦ୍ରିକ ଥାନା ପୋଲିସ, ତାହା ଦେଖିବାକୁ ବାକି ରହିଲା।