Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ: ଯୋଗଦେଲେ ସଂସ୍କୃତି ମନ୍ତ୍ରୀ
ଆଜିର ଖବର

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଦଯାପିତ ହେଲା କଳାହାଣ୍ଡି ଉତ୍ସବ: ଯୋଗଦେଲେ ସଂସ୍କୃତି ମନ୍ତ୍ରୀ

January 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି: ୨୭ତମ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ମହା ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ କଳାହାଣ୍ଡିର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ ବୋଲି କହିବା ସହ ଏହି ମାଟି ଶହୀଦ ରେଣ୍ଡୋ ମାଝୀଙ୍କ ମାଟି କଳାହାଣ୍ଡି ମାଟିରେ ଘୁମୁରା ସ୍ପନ୍ଦନ ଅଛି, ବଜାସାଲ ଅଛି ଏହାକୁ ବିଶ୍ଵ ଦରବାରରେ ପହଞ୍ଚାଇବାକୁ ଯାହା ବ୍ୟବସ୍ଥା ଦରକାର୍ ତାହା ରାଜ୍ୟସରକାର ଆଗାମୀ ଦିନରେ ନିଶ୍ଚୟ କରିବେ। ଜିଲ୍ଲାବାସୀଙ୍କ ଅବଦାନକୁ ସାରା ରାଜ୍ୟ ଓ ଦେଶ ମନେ ରଖିବ ବୋଲି ସେ କହିଥିଲେ।

କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଉଦଯାପନୀ ଉତ୍ସବରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲାର ସର୍ବଶ୍ରେଷ୍ଠ ସମ୍ମାନ କୁହାଯାଉଥିବା କଳାହାଣ୍ଡିର କୃଷି କ୍ଷେତ୍ରରେ ବ୍ରଜେନ୍ଦ୍ର ପାଟଯୋଶୀ, କଳା କ୍ଷେତ୍ରରେ ମାର୍କଣ୍ଡ ନାଏକ, ସାହିତ୍ୟ କ୍ଷେତ୍ରରେ ଡ. ଦାଶରଥୀ ଆଚାର୍ଯ୍ୟ, କ୍ରୀଡ଼ା କ୍ଷେତ୍ରରେ ଟି. ରାମକ୍ରିଷ୍ଣାଙ୍କୁ ବରପୁତ୍ର ସଂମାନ ରେ ସଂମାନିତ କରାଯାଇଥିବା ବେଳେ ୧୨ ବ୍ୟକ୍ତିତ୍ୱଙ୍କୁ ସ୍ୱତନ୍ତ୍ର ସମ୍ମାନ, ୨ଜଣଙ୍କୁ ମରନୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା।

ଶେଷରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନଙ୍କ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଳମ୍ବିତ ରାତିଯାଏଁ ଲକ୍ଷାଧିକ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।। ଉତ୍ସବ ରେ ପଲ୍ଲୀଶ୍ରୀ ମେଳା ,ହସ୍ତଶିଳ୍ପ ମେଳା ରେ ୩୦୦ ରୁ ଉର୍ଦ୍ଧ ଷ୍ଟଲ ଖୋଳା ଯାଇଥିଲା। ଏଥିରେ ଜିଲ୍ଲା ତଥା ପଡୋଶୀ ଜିଲ୍ଲା ମାନଙ୍କ ରୁ ବିଭିନ୍ନ ଉତ୍ପାଦ ଗୁଡିକ ର ବିକ୍ରି କରିଥିଲେ। ପ୍ରତିଦିନ ସନ୍ଧ୍ୟାରେ ସ୍ଥାନୀୟ ଲୋକଙ୍କ ବେଶ ଗହଳି ପରିଲକ୍ଷିତ ହୋଇଥିଲା।

'ଘୁମୁରା ୨୦୨୫' କଳାହାଣ୍ଡି ଉତ୍ସବ ସୂର୍ଯ୍ୟବଂଶୀ ସୂରଜ
Share. Facebook Twitter LinkedIn Email WhatsApp Copy Link

Related Posts

ମହା ଶିବରାତ୍ରୀରେ କିପରି ପୂଜା କରାଯାଏ, କଣ ପାଇଁ ପୂଜା କରାଯାଏ, କେତେ ପ୍ରହର ପୂଜା ହୁଏ

February 15, 2026

1 ଲକ୍ଷ କୋଟିର ସହରୀ ଚ୍ୟାଲେଞ୍ଜ ପାଣ୍ଠିକୁ କ୍ୟାବିନେଟ ମଞ୍ଜୁରି

February 15, 2026

ଗୁଜରାଟରେ ଜାତୀୟ ରାଜପଥ – ୫୬ ଚାରି-ଲେନ୍ ଉନ୍ନତିକରଣକୁ କ୍ୟାବିନେଟ୍ ଅନୁମୋଦନ

February 15, 2026

ଭୁଲରେ ମଧ୍ୟ ମହାଶିବରାତ୍ରୀରେ ଅର୍ପଣ କରନ୍ତୁ ନାହିଁ ଏହି ଫଳ, କ୍ରୋଧିତ ହୁଅନ୍ତି ମହାଦେବ

February 15, 2026
Latest News

ମହା ଶିବରାତ୍ରୀରେ କିପରି ପୂଜା କରାଯାଏ, କଣ ପାଇଁ ପୂଜା କରାଯାଏ, କେତେ ପ୍ରହର ପୂଜା ହୁଏ

February 15, 2026

1 ଲକ୍ଷ କୋଟିର ସହରୀ ଚ୍ୟାଲେଞ୍ଜ ପାଣ୍ଠିକୁ କ୍ୟାବିନେଟ ମଞ୍ଜୁରି

February 15, 2026

ଗୁଜରାଟରେ ଜାତୀୟ ରାଜପଥ – ୫୬ ଚାରି-ଲେନ୍ ଉନ୍ନତିକରଣକୁ କ୍ୟାବିନେଟ୍ ଅନୁମୋଦନ

February 15, 2026

ଭୁଲରେ ମଧ୍ୟ ମହାଶିବରାତ୍ରୀରେ ଅର୍ପଣ କରନ୍ତୁ ନାହିଁ ଏହି ଫଳ, କ୍ରୋଧିତ ହୁଅନ୍ତି ମହାଦେବ

February 15, 2026

କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଉପରେ ଜାତୀୟ ସମ୍ମିଳନୀ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.