Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ସରକାରଙ୍କ ଏ.ଡି.ଆଇ.ପି ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ
ଆଜିର ଖବର

ଭାରତ ସରକାରଙ୍କ ଏ.ଡି.ଆଇ.ପି ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

January 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତ ସରକାରଙ୍କ ଏ.ଡି.ଆଇ.ପି ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ସମାରୋହ ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁର ବିଧାୟିକା ସୁଜାତା ସାହୁ କହିଲେ ଭିନ୍ନକ୍ଷମମାନଙ୍କୁ ପ୍ରଦାନ କରାଯାଉଥିବା ସହାୟକ ଉପକରଣ ବଣ୍ଟନ ଶିବିରରେ ମୁଁ ଅତ୍ୟନ୍ତ ଖୁସି ଅଛି। ସରକାରଙ୍କ ଦ୍ଵାରା ବିଭିନ୍ନ ଉପକରଣ ବଣ୍ଟନ ଏବଂ ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି ଏହା ଏକ ମହତ କାର୍ଯ୍ୟ ଅଟେ। ଶତକଡା ୮୦ ପ୍ରତିଶତ ଓ ତଦୁର୍ଦ୍ଧ ଲୋକଙ୍କୁ ମାସିକ ୩,୫୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା ଦେବା ସରକାରଙ୍କର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଅନ୍ୟମାନଙ୍କୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ସରକାରଙ୍କ ପାଖରେ ମୁଁ ନିବେଦନ କରୁଅଛି। ଏହା ସହ ଯେଉଁ ଅନ୍ୟାନ୍ୟ ସରକାରୀ ଯୋଜନା ଅଛି ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଅଛି।

ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ ଅଧ୍ୟକ୍ଷତା କରି କହିଲେ ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାର ସହାୟକ ଉପକରଣକୁ ସୁବିନିଯୋଗ କରିବା ଏବଂ ସେଗୁଡ଼ିକର ସଠିକ୍ ସୁରକ୍ଷିତ ରଖିବା ଏବଂ ନିଜର ଅକ୍ଷମତାକୁ ସକ୍ଷମତାରେ ରୂପାନ୍ତରିତ କରିବାକୁ ପରାମର୍ଶ ଦେଇଥିଲେ। ଆଜିର ସମାରୋହରେ ୬୪ ଟି ବ୍ୟାଟେରୀ ଚାଳିତ ଟ୍ରାଇ ସାଇକଲ, ୫୨ ଟି ହାତ ଚାଳିତ ଟ୍ରାଇ ସାଇକଲ, ୨୩୨ ଟି ହୁଇଲ ଚେୟାର, ୨୬୨ ଟି ଶ୍ରବଣ ଯନ୍ତ୍ର, ୩୨ ଟି ସ୍ମାର୍ଟ ଫୋନ, ୫୦ ଟି ସ୍ମାର୍ଟ କେନ୍ ଏବଂ ଏଥି ସହ ଅନ୍ୟାନ୍ୟ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା।

ଏହି ଶିବିର ଭାରତ ସରକାରଙ୍କ ମିନି ରତ୍ନ କମ୍ପାନୀ ଆଲିମକୋ ଦ୍ଵାରା ସମ୍ପୂର୍ଣ୍ଣ ଆୟୋଜନ କରାଯାଇଥିଲା। ଏଥିରେ ଆଲିମକୋ କମ୍ପାନୀର ମୁଖ୍ୟ ଏ.ଭି. ଅଶୋକ କୁମାର ଏବଂ ଅନ୍ୟାନ୍ୟ ସହକର୍ମୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ।

ଏହି ସମାରୋହରେ ଡେପୁଟି କଲେକ୍ଟର, ଯାଜପୁର, ବସୁଦେବ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଯାଜପୁର ରବୀନ୍ଦ୍ର କୁମାର ବେହେରା, ସଭାପତି, କମଳାକାନ୍ତ ଫାଉଣ୍ଡେସନ ଟ୍ରଷ୍ଟ, ମୃତ୍ୟୁଞ୍ଜୟ ମିଶ୍ର, ଦିବ୍ୟାଙ୍ଗ ଭାଇ ଭଉଣୀ ଓ ଅଭିଭାବକଗଣ ଉପସ୍ଥିତ ଥିଲେ।

ଭାରତ ସରକାର ଯାଜପୁର ସୁଜାତା ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025

ନଦୀ ଗର୍ଭରୁ ମିଳିଲା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନିଖୋଜ ଉଦିତଙ୍କ ମରଶରୀର, ଶୋକର ଛାୟା

December 4, 2025
Latest News

ଗୃହ ବିଭାଗର ଖର୍ଚ୍ଚ ଦାବୀ ଉପରେ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀ କହିଲେ…

December 4, 2025

Putin Arrives in New Delhi: ପହଞ୍ଚିଲେ ଋଷର ରାଷ୍ଟ୍ରପତି ପୁଟିନ, ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

December 4, 2025

Swaraj Kaushal Dies: ସୁଷମା ସ୍ବରାଜଙ୍କ ସ୍ବାମୀ ସ୍ବରାଜ କୈଶଳଙ୍କ ଦେହାନ୍ତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

December 4, 2025

Amrit Bharat Station Scheme: ଓଡିଶା ସଂସ୍କୃତିରେ ଝଲସିଲା ଓଡିଶାର ବରପାଲି ରେଳ ଷ୍ଟେସନ

December 4, 2025

New IPS Officer: କାର୍ଯ୍ୟରେ ଯୋଗ ଦେଲେ ଓଡିଶା କ୍ୟାଡରର ୭ ଆଇପିଏସ ଅଫିସର

December 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.