Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକୁମ୍ଭ ୨୦୨୫: ସରକାରୀ କଲ୍ୟାଣକାରୀ ଯୋଜନା ଏବଂ ମହିଳା ସଶକ୍ତୀକରଣ ସମ୍ପର୍କରେ ପ୍ରଦର୍ଶନୀ
ଆଜିର ଖବର

ମହାକୁମ୍ଭ ୨୦୨୫: ସରକାରୀ କଲ୍ୟାଣକାରୀ ଯୋଜନା ଏବଂ ମହିଳା ସଶକ୍ତୀକରଣ ସମ୍ପର୍କରେ ପ୍ରଦର୍ଶନୀ

January 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ‘ମହିଳା ସଶକ୍ତୀକରଣ ହେଉଛି ରାଷ୍ଟ୍ରର ଉନ୍ନତି’ ନୀତିକୁ ଅନୁସରଣ କରି ଭାରତ ସରକାର ମହିଳାଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣ ପାଇଁ ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। ମହାକୁମ୍ଭ ସମୟରେ ପ୍ରୟାଗରାଜର ତ୍ରିବେଣୀ ମାର୍ଗ ପ୍ରଦର୍ଶନୀ ଅଞ୍ଚଳରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଡିଜିଟାଲ ପ୍ରଦର୍ଶନୀ ମାଧ୍ୟମରେ ଏହି ଯୋଜନା, ନୀତି ଏବଂ କାର୍ଯ୍ୟକ୍ରମ ବିଷୟରେ ସୂଚନା ଆକର୍ଷଣୀୟ ଭାବରେ ଉପସ୍ଥାପନ କରାଯାଉଛି।

ଏହି ପ୍ରଦର୍ଶନୀରେ ନାରୀ ଶକ୍ତି ବନ୍ଦନ ଆଇନ ଏବଂ  ନମୋ ଡ୍ରୋନ ଦିଦି ଯୋଜନା ଭଳି ବିଭିନ୍ନ ଯୋଜନା ପ୍ରଦର୍ଶିତ ହୋଇଛି, ଯାହା ମହିଳା ସଶକ୍ତୀକରଣ ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣକୁ ଜୀବନ୍ତ କରୁଛି । ଡିଜିଟାଲ ପ୍ରଦର୍ଶନୀରେ ଦର୍ଶାଯାଇଛି ଯେ, ନାରୀ ଶକ୍ତି ବନ୍ଦନ ଆଇନ ମାଧ୍ୟମରେ ଲୋକସଭା ଓ ବିଧାନସଭାର ୩୩% ଆସନ ଏବେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ବର୍ତ୍ତମାନ ସୁଦ୍ଧା ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ୧ କୋଟିରୁ ଅଧିକ ମହିଳା ଲଖପତି ଦିଦି ହୋଇଛନ୍ତି । ଆହୁରି ୨ କୋଟି ମହିଳା ଲଖପତି ଦିଦିଙ୍କୁ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ନାରୀ ସମ୍ମାନ  କାର୍ଯ୍ୟକ୍ରମ ଅଧୀନରେ ପିଏମ୍ ଆବାସ ଯୋଜନାରେ ନିର୍ମିତ ଗୃହଗୁଡ଼ିକ ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଥାଏ।

ନମୋ ଡ୍ରୋନ୍ ଦିଦି ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ରଖାଯାଇଛି। ହଜାରେ ନମୋ ଡ୍ରୋନ୍ ଦିଦିଙ୍କୁ ଡ୍ରୋନ୍ ଯୋଗାଇ ଦିଆଯାଇଛି। ଏହାବ୍ୟତୀତ ୪ କୋଟିରୁ ଅଧିକ ସୁକନ୍ୟା ସମୃଦ୍ଧି  ଆକାଉଣ୍ଟ ଖୋଲାଯାଇଛି, ଯେଉଁଥିରେ ମୋଟ ୨.୬ ଲକ୍ଷ କୋଟି ଟଙ୍କା ଜମା ରହିଛି, ଯାହା କି ଝିଅମାନଙ୍କ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିଛି ।

ସେହିପରି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ପ୍ରାୟ ୬୮ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିଥିବା ବେଳେ ୩୬ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି। ଆୟୁଷ୍ମାନ ବୟ ବନ୍ଦନ କାର୍ଡ  ଦ୍ୱାରା ୭୦ ବର୍ଷ ରୁ ଅଧିକ ବୟସର ୬ କୋଟିରୁ ଅଧିକ ବରିଷ୍ଠ ନାଗରିକ ଉପକୃତ ହେଉଛନ୍ତି । ମେଡିକାଲ ସିଟ୍ ସଂଖ୍ୟା ୨୦୧୪ରେ ୫୧ ହଜାର ଥିବା ବେଳେ ଏବେ ତାହା ଦ୍ୱିଗୁଣିତ ହୋଇ ୧ ଲକ୍ଷ ୧୮ ହଜାରରେ ପହଞ୍ଚିଛି। ୧୪ ହଜାରରୁ ଅଧିକ ଜନଔଷଧି କେନ୍ଦ୍ର ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦେଉଛନ୍ତି। ଶିଶୁ ଓ ମହିଳାଙ୍କ ପାଇଁ ନିୟମିତ ଟିକାକରଣ ରେକର୍ଡ ରଖିବା ପାଇଁ ଏକ ୟୁ-ୱିନ୍ ପୋର୍ଟାଲ ଆରମ୍ଭ କରାଯାଇଛି।

ପ୍ରୟାଗରାଜର ମହାକୁମ୍ଭରେ ଏକତା ଉପରେ କେନ୍ଦ୍ରିତ ଏହି ଦିବ୍ୟ ଏବଂ ଭବ୍ୟ ଡିଜିଟାଲ ପ୍ରଦର୍ଶନୀ ଜନସାଧାରଣଙ୍କୁ ଏହି ସୂଚନା ପ୍ରଦାନ କରୁଛି। ଏହି ପ୍ରଦର୍ଶନୀକୁ ନିୟମିତ ଶହ ଶହ ଲୋକ ପରିଦର୍ଶନ କରୁଛନ୍ତି ଏବଂ ସରକାରୀ କଲ୍ୟାଣକାରୀ ଯୋଜନା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିବାରୁ ଏହାକୁ ପ୍ରଶଂସା କରାଯାଉଛି ।

ଆୟୁଷ୍ମାନ ଭାରତ କଲ୍ୟାଣକାରୀ ଯୋଜନା ଡିଜିଟାଲ ପ୍ରଦର୍ଶନୀ ମହାକୁମ୍ଭ ୨୦୨୫ ମହିଳା ସଶକ୍ତୀକରଣ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ

December 17, 2025

ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ

December 17, 2025

୨.୨୦ କୋଟି ରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଲା ପାଞ୍ଚ ଖେଳାଳି: ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

December 17, 2025

ଆଜି ୧୭ ତାରିଖ ବୁଧବାରରେ ନଅ ଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

December 17, 2025
Latest News

ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ପ୍ରଧାନମନ୍ତ୍ରୀ ଏବଂ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ବୋଧନ

December 17, 2025

ଦଶ ଦିବସୀୟ ଖୋର୍ଦ୍ଧା ମହୋତ୍ସବ -୨୦୨୫, ରୌପ୍ୟ ଜୟନ୍ତୀ ସମାରୋହ ଉଦ୍ଘାଟିତ

December 17, 2025

୨.୨୦ କୋଟି ରେ ମୁମ୍ବାଇ ଇଣ୍ଡିଆନ୍ସ କିଣିଲା ପାଞ୍ଚ ଖେଳାଳି: ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

December 17, 2025

ଆଜି ୧୭ ତାରିଖ ବୁଧବାରରେ ନଅ ଟି ରାଶି ପାଇଁ ରହିଛି ଭଲ ଦିନ, ଖୁସିରେ ରହିବେ

December 17, 2025

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.