Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରୀୟ ଭୂତତ୍ୱ ପ୍ରୋଗ୍ରାମିଂ ବୋର୍ଡ ର ୬୪ତମ ବୈଠକ ଅନୁଷ୍ଠିତ
ଆଜିର ଖବର

କେନ୍ଦ୍ରୀୟ ଭୂତତ୍ୱ ପ୍ରୋଗ୍ରାମିଂ ବୋର୍ଡ ର ୬୪ତମ ବୈଠକ ଅନୁଷ୍ଠିତ

January 19, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କେନ୍ଦ୍ରୀୟ ଭୂତତ୍ୱ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି) ର ୬୪ତମ ବୈଠକ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଖଣି ମନ୍ତ୍ରଣାଳୟ ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଭିଏଲ କାନ୍ତ ରାଓ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଜିଏସ୍‌ଆଇର ମହାନିର୍ଦେଶକ ଅସିତ ସାହା ଓ ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ଲୋହିଆ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମ ଅନୁସନ୍ଧାନ, ଗବେଷଣା ଏବଂ ଖଣି କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରି ଭୂବିଜ୍ଞାନର ଅଗ୍ରଗତି, ଖଣିଜ ଅନୁସନ୍ଧାନ ରଣନୀତି ଏବଂ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋଚନା କରିଥିଲା । ଖଣିଜ ସମ୍ପଦ ବୃଦ୍ଧି, ସ୍ୱଚ୍ଛ ଶକ୍ତି ପଦକ୍ଷେପ, ଭୂ-ବିପର୍ଯ୍ୟୟ ପରିଚାଳନା ଏବଂ ନିରନ୍ତର ବିକାଶ ଉପରେ ଗୁରୁତ୍ୱ ଦେଇ ଉଦୀୟମାନ ପ୍ରାଥମିକତା ପ୍ରତି ସହଯୋଗୀ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ଆଗାମୀ କ୍ଷେତ୍ର ଋତୁ ବର୍ଷ ୨୦୨୫-୨୬ ପାଇଁ ଜିଏସଆଇର ପ୍ରସ୍ତାବିତ ବାର୍ଷିକ କାର୍ଯ୍ୟକ୍ରମ ଆଲୋଚନା ପାଇଁ ବୋର୍ଡ ନିକଟରେ ଉପସ୍ଥାପନ କରାଯାଇଥିଲା । ଆଗାମୀ ୨୦୨୫-୨୬ ବର୍ଷ ପାଇଁ ଜିଏସଆଇ ପ୍ରାୟ ୧୦୬୫ଟି ବୈଜ୍ଞାନିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି, ଯେଉଁଥିରେ ୪୦୨ ଟି ଖଣିଜ ବିକାଶ ପ୍ରକଳ୍ପ (ଜି୨; ଜି୨ ଏ୩; ଏ୪; ଏବଂ ଅଫସୋର ଅନୁସନ୍ଧାନ) ଅନ୍ତର୍ଭୁକ୍ତ ଯାହା ନିକଟ ଭବିଷ୍ୟତରେ ନିଲାମଯୋଗ୍ୟ ଖଣିଜ ବ୍ଲକ ସୃଷ୍ଟି କରିବାର କ୍ଷମତା ରଖିଛି ୧୬୭ ଖଣିଜ ଆବିଷ୍କାର ପ୍ରକଳ୍ପ (ଆରଏମଟି ; ଗବେଷଣା ପ୍ରକଳ୍ପ; ସି-ଏମଏପି; ଜିଟି; ଏମପିଏ; ମଲ୍ଟିସ୍ପେକ୍ଟରାଲ/ହାଇପରସେକ୍ଟରାଲ୍ ପ୍ରକଳ୍ପ) ଜି-୪ ପର୍ଯ୍ୟାୟରେ ଭବିଷ୍ୟତ ଅନୁସନ୍ଧାନ ପାଇଁ ଆଶାଜନକ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି । ଅନୁସନ୍ଧାନ କାର୍ଯ୍ୟକଳାପ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଅନୁସନ୍ଧାନ ଉପରେ ଗୁରୁତ୍ୱ ଦିଆଯାଇଛି, ଆରଇଇ, ଆରଏମ, ଗ୍ରାଫାଇଟ୍‌, ଲିଥିୟମ୍‌, ଭାନାଡିୟମ୍ ଏବଂ ପିଜିଇ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟକୁ ଲକ୍ଷ୍ୟ କରି ୨୨୭ଟି ଉତ୍ସର୍ଗୀକୃତ ପ୍ରକଳ୍ପ ପୂର୍ବ ବର୍ଷ ତୁଳନାରେ ୧୬% ବୃଦ୍ଧି ପାଇଛି । ଏଫଏସ ୨୦୨୫-୨୬ ପାଇଁ ଜିଏସଆଇର କ୍ଷେତ୍ର ଋତୁ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ୨୫% ଅନୁସନ୍ଧାନ ଅନ୍ତର୍ଭୁକ୍ତ, ଯେଉଁଥିରେ ଜିଏସଆଇର ମୋଟ ବଜେଟ ମଧ୍ୟରୁ ପ୍ରାୟ ୩୦୦ କୋଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ଅନ୍ୱେଷଣ ଏବଂ ଅନୁସନ୍ଧାନ ରେ ଖର୍ଚ୍ଚ କରାଯିବ ।

ଏହାବ୍ୟତୀତ ଜିଏସଆଇ ୨୦୨୫-୨୬ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଅଧ୍ୟୟନ, ପବ୍ଲିକ୍ ଗୁଡ୍ ଜିଓସାଇନ୍ସ ଏବଂ ମୌଳିକ ଭୂବିଜ୍ଞାନ ଅଧୀନରେ ୧୪୧ଟି ପ୍ରକଳ୍ପର ରୂପରେଖ ଦେଇଛି । ଏଥିରେ ଭୂସ୍ଖଳନ, ଭୂ-ବୈଷୟିକ ଅଧ୍ୟୟନ, ମେରୁ ଓ ଗ୍ଲାସିଓଲୋଜି ଗବେଷଣା, ଜଳବାୟୁ ପରିବର୍ତନ ଏବଂ ପରିବେଶ ଅଧ୍ୟୟନ ସହିତ ମୌଳିକ ଭୂବିଜ୍ଞାନ କ୍ଷେତ୍ରରେ ପଦକ୍ଷେପ ଅନ୍ତର୍ଭୁକ୍ତ । ଏହି ବ୍ୟାପକ ଆଭିମୁଖ୍ୟ ବିପର୍ଯ୍ୟୟ ବିପଦ ହ୍ରାସ, ଜଳବାୟୁ ସହନଶୀଳତା ଏବଂ ବୈଜ୍ଞାନିକ ଅଭିନବତା ପ୍ରତି ଜିଏସଆଇର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

ଜିଏସଆଇ ଅତ୍ୟାଧୁନିକ ଏଆଇ/ଏମଏଲ ମଡେଲିଂ, ଲିଗେସି ଡାଟା ଇଂଟିଗ୍ରେସନ ଏବଂ ଅନୁସନ୍ଧାନ ଦକ୍ଷତା ବୃଦ୍ଧି ପାଇଁ ମ୍ୟାଗ୍ନେଟୋଟେଲୁରିକ୍ ଏବଂ ହେଲିବର୍ଣ୍ଣ ସର୍ଭେ ଭଳି ଉଦୀୟମାନ ଜ୍ଞାନକୌଶଳର ଉପଯୋଗ କରି ୬୫ଟି ଜିଓଇନଫର୍ମେଟିକ୍ ପ୍ରକଳ୍ପ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ଖଣିଜ ସନ୍ଧାନ ପଦ୍ଧତି ହ୍ୟାକାଥନ୍ ବିଜେତାଙ୍କ ନାମ ଘୋଷଣା, ଯେଉଁଥିରେ ଏଆଇ/ଏମ୍‌ଏଲ୍ ଦ୍ୱାରା ପରିଚାଳିତ ପ୍ରୋସ୍ପେକ୍ଟିଭିଟି ଆନାଲିସିସ୍ ବ୍ୟବହାର କରି ଷ୍ଟାର୍ଟ-ଅପ୍ ଏବଂ ୟୁନିକର୍ନ ପ୍ରଦର୍ଶନ କରାଯାଇଥିଲା।

ଏହାବ୍ୟତୀତ ଝାଡ଼ଖଣ୍ଡ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଭୂବିଜ୍ଞାନ ଓ ଖଣିଜ ସମ୍ପଦ ଏବଂ ଉତର-ପୂର୍ବାଂଚଳର ଭୂବିଜ୍ଞାନ ଓ ଖଣିଜ ସମ୍ପଦ ମାନଚିତ୍ର ସମେତ ଅନେକ ପ୍ରକାଶନ ପ୍ରକାଶ ପାଇଥିଲା।

୬୪ତମ ସିଜିପିବି ବୈଠକରେ ନିଜ ଅଭିଭାଷଣରେ ଖଣି ମନ୍ତ୍ରଣାଳୟର ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଶ୍ରୀ ଭିଏଲ୍ କାନ୍ତ ରାଓ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଭୂବିଜ୍ଞାନକୁ ଆଗେଇ ନେବାରେ ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଖଣି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ, ଯାହା କି ନିକଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବଜେଟ ଘୋଷଣା କ୍ରିଟିକାଲ ମିନେରାଲ ମିଶନ ଏବଂ ଅଫସୋର ମାଇନିଂ ଉପରେ ସହିତ ସମନ୍ୱିତ ହୋଇଥିଲା ।

ଶ୍ରୀ ରାଓ ୨୦୨୪-୨୫ ବର୍ଷରେ ଏପର୍ଯ୍ୟନ୍ତ ୨୪ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ସଫଳ ନିଲାମ ଏବଂ ୧୩ଟି ବିଦେଶୀ ଖଣିଜ ବ୍ଲକର ଭାରତର ପ୍ରଥମ ନିଲାମର ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ । ଖଣିଜ ଅନୁସନ୍ଧାନ ପ୍ରୟାସ ଏବଂ ଗବେଷଣା ଓ ବିକାଶ ପ୍ରକଳ୍ପକାର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଏନଏମଇଟି ପାଣ୍ଠିର ଉପଯୋଗ କରିବାକୁ ସେ ଅନୁସନ୍ଧାନ ଏଜେନ୍ସିମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ରାଓ ଏନଜିଡିଆର ପୋର୍ଟାଲରେ ଉପଲବ୍ଧ ଜିଓଲୋଜିକାଲ ଡାଟାର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅଧିକ ଅନୁସନ୍ଧାନ ଲାଇସେନ୍ସ ପ୍ରଦାନ କରିବା ପାଇଁ ନୂତନ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଦ୍ୱାରା ଘରୋଇ ଏଜେନ୍ସିଗୁଡ଼ିକ ଖଣିଜ ଅନୁସନ୍ଧାନ କ୍ଷେତ୍ରରେ ଯୋଗଦାନ କରିବାକୁ ସକ୍ଷମ ହୋଇପାରିବେ ।

ବୈଠକର ବୈଷୟିକ ଅଧିବେଶନରେ ହାକାଥନ ବିଜେତାମାନେ- ଯଥା ପ୍ରଥମ ପୁରସ୍କାର ବିଜେତା ଦଳ ଏଏମଡି, ଦ୍ୱିତୀୟ ପୁରସ୍କାର ବିଜେତା ଦଳ ଜିଏସଆଇ ଏବଂ ତୃତୀୟ ପୁରସ୍କାର ବିଜେତା ଦଳ ଆଇଆଇଟି-ଆଇଏସଏମ, ଧନବାଦ ଏଆଇ/ଏମଏଲ ଉପକରଣ ବ୍ୟବହାର କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଟାର୍ଗେଟ କରିବା ପାଇଁ ସେମାନଙ୍କର ଆଲଗୋରିଦମ୍ ଏବଂ ପଦ୍ଧତି ଉପସ୍ଥାପନ କରିଥିଲେ । ଖଣିଜ ଅନୁସନ୍ଧାନ କାର୍ଯ୍ୟକ୍ରମରେ ଏଆଇ/ଏମଏଲର ତୀବ୍ର ବ୍ୟବହାର ଦ୍ୱାରା ଜିଏସଆଇର ଖଣିଜ ଅନୁସନ୍ଧାନ କାର୍ଯ୍ୟରେ ଏହି ପଦ୍ଧତିଗୁଡିକ ବହୁତ ଉପଯୋଗୀ ହେବ । ଏହାବ୍ୟତୀତ ଏହି ଅଧିବେଶନରେ ଏମଓଇଏଫସିସି ଦ୍ୱାରା ଜଙ୍ଗଲ ମଞ୍ଜୁରୀ ପାଇଁ ନିର୍ଦ୍ଦେଶାବଳୀରେ ସାମ୍ପ୍ରତିକ ପରିବର୍ତନ ଏବଂ ଏନଜିଡିଆରର ସାମ୍ପ୍ରତିକ ବିକାଶ ବିଷୟରେ ଉପସ୍ଥାପନା କରାଯାଇଥିଲା ।

ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭି.ଏଲ୍‌.କାନ୍ତ ରାଓ ଭୂବିଜ୍ଞାନର ବିଭିନ୍ନ ବିଷୟବସ୍ତୁ ଉପରେ ବିଭିନ୍ନ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ, ଯେଉଁଥିରେ ଜିଏସଆଇ, ପିଏସୟୁ, ଘରୋଇ ଅନୁସନ୍ଧାନ ଏଜେନ୍ସି ଏବଂ ଷ୍ଟାର୍ଟଅପ୍ ସେମାନଙ୍କର ସଫଳତା ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମ ଏକ ପ୍ରେରଣାଦାୟକ ଭାବରେ ଶେଷ ହୋଇଥିଲା ଯେଉଁଥିରେ ପ୍ରଗତି, ନବସୃଜନ ଏବଂ ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଏକ ମିଳିତ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

କେନ୍ଦ୍ରୀୟ ଭୂତତ୍ୱ ପ୍ରୋଗ୍ରାମିଂ ବୋର୍ଡ ଖଣିଜ ଆବିଷ୍କାର ଖଣିଜ ବିକାଶ ଭି.ଏଲ୍‌.କାନ୍ତ ରାଓ ଭୁବନେଶ୍ୱର ସିଜିପିବି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025
Latest News

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.