Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନ ନୀରିକ୍ଷଣ
ଆଜିର ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନ ନୀରିକ୍ଷଣ

January 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନକୁ ବିସ୍ତୃତ ଭାବେ ନୀରିକ୍ଷଣ କରିଛନ୍ତି। ଏହି ନୀରିକ୍ଷଣ ସମୟରେ ରେଳ ସେକ୍ସନର ବିଭିନ୍ନ ଷ୍ଟେସନରେ ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ସୁବିଧା, ଯାତ୍ରୀଙ୍କ ସୁବିଧା ଏବଂ ଚାଲୁରହିଥିବା ଭିତ୍ତିଭୂମି କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା।

ନୀରିକ୍ଷଣ ସମୟରେ ଶ୍ରୀ ଫୁଙ୍କୱାଲ ମହାସମୁନ୍ଦ, କୋମାଖାନ, ଲଖନା, ଖରିଆର ରୋଡ, କଣ୍ଟାବାଞ୍ଜୀ ଏବଂ ଟିଟିଲାଗଡ ସମେତ ବିଭିନ୍ନ ଷ୍ଟେସନରେ ଟ୍ରାଫିକ ସୁବିଧା କାର୍ଯ୍ୟ, ଯାତ୍ରୀଙ୍କ ସୁବିଧା ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ମହାପ୍ରବନ୍ଧକ ମଧ୍ୟ ନିରାପଦ ଏବଂ ସୁଗମ ଟ୍ରେନ୍ ଚଳାଚଳ କାର୍ଯ୍ୟ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ମଧ୍ୟ ଶ୍ରୀ ଫୁଙ୍କୱାଲ ସମୀକ୍ଷା କରିଛନ୍ତି। ଏଥିମଧ୍ୟରେ ପାର୍କିଂ କ୍ଷେତ୍ରରେ ଉନ୍ନତି, ସର୍କୁଲାର ବା ଚଳପ୍ରଚଳ କ୍ଷେତ୍ର ଏବଂ ଷ୍ଟେସନରେ ଲ୍ୟାଣ୍ଡସ୍କେପ୍ ଅନ୍ତର୍ଭୁକ୍ତ। ମହାପ୍ରବନ୍ଧକ ବିଶେଷ ଭାବରେ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟର ଅଗ୍ରଗତି ଉପରେ ଧ୍ୟାନ ଦେଇଥିଲେ, ଯାହା ନେଟୱାର୍କରେ ଯାତ୍ରୀଙ୍କ ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ଲକ୍ଷ୍ୟ ରଖିଛି।

ମହାପ୍ରବନ୍ଧକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡିକର ଠିକ୍ ସମୟରେ ସମାପ୍ତ ହେବା ଉପରେ ଗୁରୁତ୍ୱାରୋପ କରି ଯାତ୍ରୀମାନଙ୍କ ପାଇଁ ସାମଗ୍ରିକ ସେବା ଗୁଣରେ ଉନ୍ନତି ଆଣିବାରେ ସେମାନଙ୍କର ମହତ୍ୱକୁ ଦର୍ଶାଇଛନ୍ତି।

ମହାପ୍ରବନ୍ଧକଙ୍କ ନୀରିକ୍ଷଣ ସମୟରେ ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ପ୍ରକଳ୍ପ ସମୟସୀମା ଏବଂ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନାରେ ସହଯୋଗ କରିଥିଲେ।

ଏହି ନିରାପତ୍ତା ଜନିତ ନିରୀକ୍ଷଣ ପୂର୍ବତଟ ରେଳପଥର ସୁବିଧାଗୁଡ଼ିକର ନବୀକରଣ ଏବଂ ଏହାର ନେଟୱାର୍କରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ପାଇଁ ଚାଲିଥିବା ପ୍ରୟାସର ଏକ ଅଂଶ।

ନିରାପତ୍ତା ପରମେଶ୍ବର ଫୁଙ୍କୱାଲ ପୂର୍ବତଟ ରେଳପଥ ଭିତ୍ତିଭୂମି ବିକାଶ
Share. Facebook Twitter LinkedIn Email WhatsApp Copy Link

Related Posts

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Latest News

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.