Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ପୃଥ୍ୱୀରାଜ ହରିଚନ୍ଦନ
ଆଜିର ଖବର

ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ପୃଥ୍ୱୀରାଜ ହରିଚନ୍ଦନ

January 21, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋନାପୁର ଇକୋ ରିଟ୍ରିଟ ଠାରେ ଅବକାରୀ ବିଭାଗ ପକ୍ଷରୁ ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅବକାରୀ ବିଭାଗକୁ ଚଳଚଞ୍ଚଳ ଓ ସଂପୂର୍ଣ୍ଣ କ୍ରିୟାନ୍ବୟନ କରିବା ଦିଗରେ ଅଧିକାରୀ ମାନଙ୍କୁ ଉଦବୋଧନ ଦେଇଥିଲେ।

ରାଜ୍ୟରେ ବେଆଇନ ମଦ, ଗଞ୍ଜେଇ ଓ ବ୍ରାଉନସୁଗାର ଆଦିର ଚୋରା ଚାଲାଣକୁ ସଂପୂର୍ଣ୍ଣ ରୂପେ ରୋକିବା ଦିଗରେ ଅବକାରୀ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିୟମିତ ଭାବରେ ଚ଼ଢାଉ କରି ବେଆଇନ ସାମଗ୍ରୀ ମାନ ଜବତ କରୁଥିବାରୁ ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେଯେ ରାଜ୍ୟର ପ୍ରତି ଜିଲ୍ଲାରେ ଅବକାରୀ ବିଭାଗ ଏନଫୋର୍ସମେଣ୍ଟ ଟିମ୍ ଗଠନ କରାଯିବା ପ୍ରକ୍ରିୟା ଆରମ୍ଭ କରାଯାଉଛି।

ଆଗାମୀ ଦିନରେ ରାଜ୍ୟରେ ଅବକାରୀ ଏକାଡେ଼ମୀ ପ୍ରତିଷ୍ଠା କରାଯିବା ନେଇ ସରକାର ଚିନ୍ତା କରୁଛନ୍ତି। ଅବକାରୀ ବିଭାଗକୁ ସଂପୂର୍ଣ୍ଣ ରୂପେ ସଶକ୍ତିକରଣ କରାଯିବା ସହ ଅବକାରୀ ବିଭାଗର ନୂତନ ନୀତି ବିଷୟରେ ଆଲୋଚ଼ନା କରିଥିଲେ। ଏଥିସହିତ ଅବକାରୀ ଆଇନର ସଂଶୋଧନ, ପ୍ରଚଳିତ ଆଇନକୁ ସଂଶୋଧନ କରି ଦଣ୍ଡବିଧାନ ହାର ବୃଦ୍ଧି, ବେଆଇନ ମାଦକ କାରବାର ନେଟୱାର୍କକୁ ଧ୍ୱଂସ କରିବା, ନିୟମିତ ଅବକାରୀ ଅଧିକାରୀଙ୍କ ପ୍ରଶିକ୍ଷଣ ବ୍ୟବସ୍ଥା, ନୂତନ ଅବକାରୀ ଥାନା ଗଠନ ସହ ଷ୍ଟ୍ରବେରୀ, ବ୍ଲୁବେରି ଚାଷ ମାଧମରେ ବିକଳ୍ପ ଜୀବିକା ପ୍ରୋତ୍ସାହନ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା।

ପ୍ରଥମ ଥର ଲାଗି ବିଭିନ୍ନ ରାଜ୍ୟର ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧିକାରୀମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ମେଡ଼ିଟେସନ, ଯୋଗ ଏବଂ ଷ୍ଟ୍ରେସ ମ୍ୟାନେଜମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗର‌ କମିଶନର ତଥା ଶାସନ ସଚ଼ିବ ଗୁହା ପୁନମ ତାପସ କୁମାର, କମିଶନର ନରସିଂହ ଭୋଳ, NCB ଅଧିକ୍ଷକ ସମୀରନ ପାଉଳ, ଡ଼େପୁଟି କମିଶନର ପି.ଶ୍ରୀଦେବୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ସାରାଭାନା ବିବେକ ଏମ.ଙ୍କ ସମେତ ଅବକାରୀ ବିଭାଗ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅବକାରୀ ବିଭାଗ ଗଞ୍ଜାମ ଜିଲ୍ଲା ପୃଥ୍ୱୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.