ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି। ଏହି ସମୟରେ ଆଜି ରୋହିଣୀ ବିଧାନସଭାରେ ପୂର୍ବତନ ମନୋନୀତ କାଉନସିଲର ତଥା ନିଗମ ପ୍ରାର୍ଥୀ କୁଲଦୀପ ମିତ୍ତଲଙ୍କୁ ବିଜେନ୍ଦ୍ର ଗୁପ୍ତା ବିଜେପିରେ ସାମିଲ କରିଛନ୍ତି।
ମଦ ଦୁର୍ନୀତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନଦାର ହେଉଛନ୍ତି କୁଲଦୀପ ମିତ୍ତଲ। ଏହା ବ୍ୟତୀତ ସେ ବିଧାନସଭା ଟିକେଟ ପାଇଁ ଜଣେ ମଜବୁତ ପ୍ରତିଯୋଗୀ ଥିଲେ। ରୋହିଣୀରେ ଏହା ଦଳକୁ ମଜବୁତ କରିବ ବୋଲି ବିଜେପି କହିଛି।
ବିଜେପିରେ କୁଲଦୀପ ମିତ୍ତଲ ଯୋଗଦେବା ପରେ ବିଜେପି ନେତା ବିଜେନ୍ଦ୍ର ଗୁପ୍ତା କହିଛନ୍ତି ଯେ, “ଆଜି କୁଲଦୀପ ମିତ୍ତଲ ଜୀ ବିଜେପିରେ ଯୋଗ ଦେଇଛନ୍ତି। ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ଶକ୍ତି ମିଳିବ। ଆମ୍ ଆଦମୀ ପାର୍ଟି ଆଜି ଏକ ସୀମିତ ରୂପରେ ଅଛି, କାରଣ ଦଳୀୟ ନେତାଙ୍କ ଭରସା ସେମାନଙ୍କର ନେତୃତ୍ୱରେ ଉପରେ ରହିନାହିଁ।