Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଆ ଚଳଚ୍ଚିତ୍ର ‘ଆଶିକ ଦିୱାନା’ର ଶୁଭ ମହୁରତ
ଆଜିର ଖବର

ଓଡିଆ ଚଳଚ୍ଚିତ୍ର ‘ଆଶିକ ଦିୱାନା’ର ଶୁଭ ମହୁରତ

January 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଚଳଚ୍ଚିତ୍ର 'ଆଶିକ ଦିୱାନା'ର ଶୁଭ ମହୁରତ

ଭୁବନେଶ୍ବର: ମହାଦେବ ପ୍ରଡକ୍ସନ ନିବେଦିତ ତଥା ପ୍ରମୋଦ କୁମାର ସ୍ୱାଇଁଙ୍କ ପ୍ରଯୋଜିତ ନୂଆ ଓଡ଼ିଆ କଥାଚିତ୍ର ‘ଆଶିକ ଦିୱାନା’ ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଗଟେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ମହୁରତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବରିଷ୍ଠ ପ୍ରଯୋଜକ ଅକ୍ଷୟ କୁମାର ପରିଜା ମହୁରତ କ୍ଲାପ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଅର୍କିଡ଼ ରିଟ୍ରିଟର ନିର୍ଦ୍ଦେଶକ ବନ୍ଦନ ମହାନ୍ତି, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରକାଶ ଫିଲ୍ମସର ନିର୍ଦେଶକ ପ୍ରଶାନ୍ତ ବେହେରା, ଅଭିନେତା ପପୁ ପମ ପମ, ଆମ ଟିଭି ନିର୍ଦ୍ଦେଶକ ପ୍ରଣୟ ଜେଠୀ, ପ୍ରଯୋଜକ ଅମୁଲ୍ୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

‘ତୁ ମୋ ଆଖିର ତାରା’, ‘ଦେ ମା ଶକ୍ତି ଦେ ‘, ‘ତୁ ମୋ ଗାର୍ଲଫ୍ରେଣ୍ଡ’, ‘ଦିୱାନା ଦିୱାନୀ’ ଓ ‘ଆଶିକ’ ପରି ଛଟି ସଫଳ ଚଳଚ୍ଚିତ୍ର ଭେଟି ଦେଇଥିବା ନିର୍ମାତା ପ୍ରମୋଦ କୁମାର ସ୍ୱାଇଁ ଦୀର୍ଘ ବର୍ଷ ପରେ ପୁଣି ଥରେ ପ୍ରଯୋଜନା କ୍ଷେତ୍ରକୁ ଫେରିଛନ୍ତି। ତାଙ୍କ ସହିତ ଅନ୍ୟତମ ପ୍ରଯୋଜକ ଅଛନ୍ତି ସଂଜୀବ ବିଶ୍ୱାଳ। ଏଥର ନିର୍ଦ୍ଦେଶନାର ଭାର ତୁଲାଉଛନ୍ତି ଓଲିଉଡ଼ର ଅନ୍ୟତମ ସଫଳ ନିର୍ଦ୍ଦେଶକ ଏସ. ଦିଲୀପ ପଣ୍ଡା।

ସଂଳାପ ରଚନା କରିଛନ୍ତି ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ସଙ୍ଗୀତ ଦେଇଛନ୍ତି ଜେ. ଏନ ପଦ୍ମ। ଅନେକ ଗୁଡିଏ ସଫଳ ଆଲବମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ପଦ୍ମା ପ୍ରଥମ ଥର ପାଇଁ ଚଳଚ୍ଚିତ୍ର ଜଗତରେ ପାଦ ରଖିଛନ୍ତି । ଗୀତରଚନା କରିଛନ୍ତି ଡ. ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଓ ମନୋଜ କୁମାର ପଣ୍ଡା। ଗୀତ ଗୁଡିକରେ ଓଲିଉଡ଼ର ସମସ୍ତ ଆଗଧାଡିର କଣ୍ଠଶିଳ୍ପୀମାନେ କଣ୍ଠଦାନ କରିଛନ୍ତି। ସେମାନେ ହେଲେ ହ୍ୟୁମାନ ସାଗର, ଅସୀମା ପଣ୍ଡା, ଦିପ୍ତୀରେଖା ପାଢ଼ୀ, କୁଲଦୀପ, ସତ୍ୟଜିତ, ସ୍ୱୟଂ ପାଢ଼ୀ, ଆନ୍ତରା ଚକ୍ରବର୍ତ୍ତୀ ଓ ଅନନ୍ୟା ଶ୍ରୀତମ ନନ୍ଦ।

‘ଆଶିକ ଦିୱାନା’ ର ମୁଖ୍ୟ ଭୂମିକାରେ ଦୀପକ ଓ ରିୟା ନଜର ଆସିବେ। ଅନ୍ୟାନ୍ୟ ଚରିତ୍ରରେ ପ୍ରିୟଙ୍କା ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ୱୀରାଜ, ବବି ମିଶ୍ର, ଜୀବନ ପଣ୍ଡା, ଅମର ମହାପାତ୍ର, ଇଲିଆନା ପଣ୍ଡା ଓ ଡିସ୍କୋ ରେଡ୍ଡୀ ପ୍ରମୁଖ ଙ୍କୁ ଦେଖିବାକୁ ମିଳିବ। କ୍ରି୍ଏଟିଭ ପ୍ରଡକ୍ସନ ଡିଜାଇନର ଦାୟିତ୍ୱ ସମ୍ଭାଳିବେ ଅମର ମହାପାତ୍ର। ପ୍ରଚାର ପ୍ରସାର ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି ହରପ୍ରସାଦ ମହାପାତ୍ର ।

ଶୀର୍ଷକରୁ ଏହା ସ୍ପଷ୍ଟ ଜଣା ପଡୁଛି ଯେ ଚଳଚ୍ଚିତ୍ରର କାହାଣୀ ପ୍ରେମ ଉପରେ ପର୍ଯ୍ୟାବସିତ। ତା ସହିତ ଏଥିରେ ଆକ୍ସନ, ଇମୋସନ, ଫାମିଲି ଡ୍ରାମା, କମେଡି, ସବୁକିଛି ଭରି ରହିଛି । ଏହି ସମ୍ପୂର୍ଣ୍ଣ ମନୋରଞ୍ଜନ ଧର୍ମୀ କାହାଣୀଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି। ଚଳଚ୍ଚିତ୍ରଟି ଆଗାମୀ ସପ୍ତାହରେ ଫ୍ଲୋରକୁ ଆସିବ।

Odia Film ଓଡିଆ ସିନେମା ପ୍ରମୋଦ କୁମାର ସ୍ୱାଇଁ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Latest News

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସ ଓ ଆଦିବାସୀ କଂଗ୍ରେସ ତରଫରୁ ଧାରଣା, ଜାଣନ୍ତୁ କାରଣ

February 19, 2026

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ଏଫଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ

February 19, 2026

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ

February 19, 2026

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ର: ଜାଣନ୍ତୁ କାହିଁକି?

February 19, 2026

ଏବେ ଓଡିଶା ସମେତ ଏହି ରାଜ୍ୟରେ ଆରମ୍ଭ ହେବ SIR: ଜାଣନ୍ତୁ ଆପଣଙ୍କୁ କ’ଣ କରିବାକୁ ପଡ଼ିବ?

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.