Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକୁମ୍ଭ ୨୦୨୫: ଆହ୍ଲାବାଦ ସଂଗ୍ରହାଳୟରେ ଭାଗବତ ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ମହାକୁମ୍ଭ ୨୦୨୫: ଆହ୍ଲାବାଦ ସଂଗ୍ରହାଳୟରେ ଭାଗବତ ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ

January 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବୁଧବାର ଦିନ ଆହ୍ଲାବାଦ ସଂଗ୍ରହାଳୟରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଭାଗବତ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ସମସ୍ତେ ଚଳିତ ମହାକୁମ୍ଭକୁ ସାକାର କରିବା ପାଇଁ ଚେଷ୍ଟା କରୁଥିବା ସେ ଉଲ୍ଲେଖ କରିଥିଲେ। ପ୍ରୟାଗରାଜ ସଂଗ୍ରହାଳୟରେ ପ୍ରଦର୍ଶିତ ହେଉଥିବା ଭାଗବତ ପ୍ରଦର୍ଶନୀରେ ବହୁ ଆକର୍ଷଣୀୟ ଫଟୋ ଚିତ୍ର ସ୍ଥାନିତ ହୋଇଛି।

ସଂଗ୍ରହାଳୟ ପରିସରରେ ରହିଥିବା ସହିଦ ଚନ୍ଦ୍ରଶେଖର ଆଜାଦଙ୍କୁ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରି କେନ୍ଦ୍ରମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାଗବତ ପ୍ରଦର୍ଶନୀର ସମୀକ୍ଷା କରିଥିଲେ। ସମଗ୍ର ବିଶ୍ୱ, ଜୀବନ, ସମାଜ, କଳା, ସଂସ୍କୃତିର ବାର୍ତା ଉପରେ ଏହି ଚିତ୍ରସବୁ ପର୍ଯ୍ୟବସିତ ହୋଇଥିବା ମନ୍ତ୍ରୀ କହିଛନ୍ତି। କୁମ୍ଭ ପରମ୍ପରା, ପ୍ରଭୁ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ବ୍ୟକ୍ତିତ୍ୱ ଉପରେ ଆଧାରିତ ବିଭିନ୍ନ ମୂଲ୍ୟବାନ ଚିତ୍ର ସଂଗ୍ରହ କରି ସଂଗ୍ରହାଳୟରେ ସ୍ଥାନିତ କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ।

ମହାକୁମ୍ଭର ବିରାଟ ଆୟୋଜନକୁ ପ୍ରଶଂସା କରି ଉତ୍ସବକୁ ମହତର କରିବା ପାଇଁ ଏଭଳି ଭାଗବତ ପ୍ରଦର୍ଶନୀ ଆୟୋଜିତ ହୋଇଥିବା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଥିଲେ। ପ୍ରଭୁ ଶ୍ରୀରାମଙ୍କ ସମ୍ପର୍କିତ ବିଭିନ୍ନ କାହାଣୀର ପ୍ରତିଛବି ଏପ୍ରକାର ପ୍ରଦର୍ଶନୀରେ ଦେଖିବାକୁ ମିଳିଛି ବୋଲି କହି କେନ୍ଦ୍ରମନ୍ତ୍ରୀ ଆଧୁନିକ ଚିତ୍ରକଳାକୁ ଭୂୟସୀ ପ୍ରଶଂସା କରିଥିଲେ।

ଭାରତର ବିରାଟ ରୂପକୁ ଚଳିତ ମହାକୁମ୍ଭ ଦର୍ଶାଉଥିବା ମନ୍ତ୍ରୀ କହିଥିଲେ। ସବୁପ୍ରକାର ମତଧର୍ମୀମାନଙ୍କୁ ଗୋଟିଏ ମଂଚରେ ବାନ୍ଧି ରଖୁଛି ଏହି ଅଦ୍ଭୂତ ଆସର ବୋଲି ମନ୍ତ୍ରୀ ଦୋହରାଇ ଥିଲେ । ଅତୀତରେ ବିଭିନ୍ନ ଶାସକଙ୍କ ରାଜୁତି କାଳରେ ଭାରତବର୍ଷକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଥିବା ବିଭିନ୍ନ ଲୋକଙ୍କ ପାଇଁ କୁମ୍ଭମେଳା ଏକତାର ଏକ ଚିରନ୍ତନ ଗାଥା। ମହାକୁମ୍ଭ ସମୟରେ କଳାଗ୍ରାମରେ ଶାଶ୍ୱତ କୁମ୍ଭ ନାଁରେ ଏକ ପ୍ରଦର୍ଶନୀର ବି ଆୟୋଜନ କରାଯାଇଥିବା ମନ୍ତ୍ରୀ କହିଥିଲେ। ଏହି ଅବସରରେ ପ୍ରଦର୍ଶନୀ କାଟାଲଗ ବା ସୂଚୀପୁସ୍ତକକୁ ମନ୍ତ୍ରୀ ଅନାବରଣ କରିଥିଲେ।

ପରେ ପରେ ବିଭିନ୍ନ ପଦାଧିକାରୀଙ୍କ ସହ ସେ ଆଜାଦ ପାଥ, ଭାସ୍କର୍ଯ୍ୟ ଶିଳ୍ପ ଗ୍ୟାଲେରୀ, ଟେରାକୋଟା ଗ୍ୟାଲେରୀ ପରି ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରିଥିଲେ। ସଂଗ୍ରହାଳୟର ଇତିହାସ ତଥା ବିଭିନ୍ନ ସଂଗ୍ରହ ଉପରେ ସଂଗ୍ରହାଳୟ ନିର୍ଦ୍ଦେଶକ ସବିଶେଷ ସୂଚନା ପ୍ରଦାନ କରିଥିଲେ। ଏହାଛଡା ସଂଗ୍ରହାଳୟର ପାକ୍ଷିକ ପତ୍ରିକା ବିବିଧକୁ ଉନ୍ମୋଚନ କରିବା ସହ ସଂଗ୍ରହାଳୟ ଭିତରକୁ ପ୍ରବେଶ ପାଇଁ ସ୍ୱତନ୍ତ୍ର ମହାକୁମ୍ଭ ଟିକେଟ ବି ମନ୍ତ୍ରୀ ଶୁଭାରମ୍ଭ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ସଂଗ୍ରହାଳୟର ସମସ୍ତ ପଦାଧିକାରୀ ଓ ସ୍ଥାନୀୟ ନାଗରିକ ଉପସ୍ଥିତ ରହିଥିଲେ।

Mahakumbh Prayagaraj ଗଜେନ୍ଦ୍ର ସିଂ ଶେଖାୱତ ମହାକୁମ୍ଭ ୨୦୨୫ ଶ୍ରୀକୃଷ୍ଣ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ଫରେଷ୍ଟରଙ୍କ ଘରୁ ମିଳିଲା ୧ କେଜି ସୁନା, ରହିଛି ୭ଟି ପ୍ଲଟ, ଭିଜିଲାନ୍ସର ବଡ ଚଢାଉ

December 26, 2025

ସମ୍ବଲପୁରରେ ପିଏମ ଆବାସ ଯୋଜନା କାର୍ଯ୍ୟାଦେଶ ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Latest News

ରଣପୁରରେ ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ

December 26, 2025

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୫ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

December 26, 2025

ଫରେଷ୍ଟରଙ୍କ ଘରୁ ମିଳିଲା ୧ କେଜି ସୁନା, ରହିଛି ୭ଟି ପ୍ଲଟ, ଭିଜିଲାନ୍ସର ବଡ ଚଢାଉ

December 26, 2025

ସମ୍ବଲପୁରରେ ପିଏମ ଆବାସ ଯୋଜନା କାର୍ଯ୍ୟାଦେଶ ବିତରଣ କଲେ ଧର୍ମେନ୍ଦ୍ର ପ୍ରଧାନ

December 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.