ଯଦି ପାକିସ୍ତାନ ଅଲଗା ହୋଇନଥାନ୍ତା ତେବେ ଭାରତର ବଜେଟ୍ କ’ଣ ହୋଇଥାନ୍ତା?: ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Jan 25, 2025, 9:35 pm IST

ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖରେ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ୍ ଉପସ୍ଥାପନ କରାଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଆପଣ ସମସ୍ତେ ଭାରତ ଏବଂ ପାକିସ୍ତାନର ବିଭାଜନ ବିଷୟରେ କିଛି ନା କିଛି ପଢିଥିବେ ନିଶ୍ଚୟ। କିନ୍ତୁ ପ୍ରଶ୍ନ କେବେ ଆପଣଙ୍କ ମନକୁ ଆସେ କି ଯଦି ଭାରତ ଏବଂ ପାକିସ୍ତାନ ଅଲଗା ହୋଇନଥାନ୍ତେ, ତେବେ ଭାରତର ବଜେଟ୍ କ’ଣ ହୋଇଥାନ୍ତା? ଆସନ୍ତୁ ଜାଣିବାକୁ ଚେଷ୍ଟା କରିବା, ଏହି ପ୍ରଶ୍ନର ଉତ୍ତର।

ଭାରତର ବଜେଟ୍:

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳ ପାଇଁ ୨୦୨୫-୨୬ ବଜେଟ୍ ଉପସ୍ଥାପନ କରିବେ। ଲୋକସଭା ନିର୍ବାଚନ ହେତୁ ଜୁଲାଇ ମାସରେ ୨୦୨୪ ପାଇଁ ବଜେଟ୍ ଉପସ୍ଥାପିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ସରକାର ଗଠନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ ତାରିଖ ୨୦୨୪ ରେ ମୋଦୀ ୩.୦ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। କାରଣ ଏହା ପୂର୍ବରୁ ଦେଶର ୧୮ ତମ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ପୁଣି ଥରେ କେନ୍ଦ୍ରରେ ଏନଡିଏର ମୋଦୀ ସରକାର ଗଠନ କରାଯାଇଥିଲା।

୨୦୨୪ ବର୍ଷ ପାଇଁ ବଜେଟ୍:

ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବର୍ଷ ଫେବୃଆରୀ ୧ ତାରିଖ ୨୦୨୪ରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ ୪୭,୬୫,୭୬୮ କୋଟି ଟଙ୍କା ଥିଲା, ଯାହା ୨୦୨୩ ତୁଳନାରେ ୬ ପ୍ରତିଶତ ବଡ ଥିଲା। ଏବେ ପ୍ରଶ୍ନ ହେଉଛି ଯଦି ପାକିସ୍ତାନ ଏବଂ ଭାରତ ଏକ ହୋଇଥାନ୍ତେ ତେବେ ଭାରତର ବଜେଟ କ’ଣ ହେବ? ପ୍ରକାଶ ଯୋଗ୍ୟ ଯେ, କୌଣସି ଦେଶର ବଜେଟ୍ ସେହି ଦେଶର ଅର୍ଥନୀତି ଏବଂ ଜନସଂଖ୍ୟା ଉପରେ ନିର୍ଭର କରେ। ତେଣୁ ଯଦି ପାକିସ୍ତାନ ଭାରତରେ ଥାଆନ୍ତା ତେବେ ବଜେଟ୍ କ’ଣ ହୋଇଥାନ୍ତା ତାହା କହିବା କଷ୍ଟକର। କିନ୍ତୁ ହଁ, ପାକିସ୍ତାନର ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ହେଉଛି ୧୮,୮୭୭ ବିଲିୟନ ପାକିସ୍ତାନୀ ଟଙ୍କା। ଅର୍ଥାତ୍ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୫.୬୫ ଲକ୍ଷ କୋଟି ଟଙ୍କା ଥିଲା। ସରଳ ଭାଷାରେ, ଭାରତର ବଜେଟ୍ ପାକିସ୍ତାନ ତୁଳନାରେ ୮ ଗୁଣ ବଡ ଥିଲା।

Related posts