Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମନ୍ କି ବାତ୍’ର ସ୍ବତନ୍ତ୍ର ଅତିଥିମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

‘ମନ୍ କି ବାତ୍’ର ସ୍ବତନ୍ତ୍ର ଅତିଥିମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

January 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ସ୍ବତନ୍ତ୍ର ଅତିଥିମାନଙ୍କୁ ଭେଟିଛନ୍ତି, ଯେଉଁମାନଙ୍କୁ ୭୬ତମ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିଲା। ସେମାନଙ୍କୁ ଭାରତର ସରକାରୀ ରେଡିଓ ସେବା ଆକାଶବାଣୀ ପକ୍ଷରୁ ଆକାଶବାଣୀ ଭବନକୁ ଆମନ୍ତ୍ରିତ କରାଯାଇଥିଲା।

ଆକାଶବାଣୀ: ପରିବର୍ତ୍ତନ ଆଣିଥିବା ଅଜଣା ନାୟକଙ୍କ ସଫଳତାକୁ ସେଲିବ୍ରେଟ କରୁଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମାନଜନକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପାଳନ କରାଯାଇଥିବା ସଫଳତାର କାହାଣୀ, ପ୍ରୟାସ ଏବଂ କଠିନ ପରିଶ୍ରମକୁ ଲୋକଲୋଚନକୁ ଆଣିବାରେ ଅଲ୍ ଇଣ୍ଡିଆ ରେଡିଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ପ୍ରେରଣାଦାୟୀ କାହାଣୀଗୁଡ଼ିକୁ ବିଶ୍ୱ ସହିତ ବାଣ୍ଟି, ଆକାଶବାଣୀ ସମାଜ ପ୍ରତି ଏହି ବ୍ୟକ୍ତିମାନଙ୍କର ସକାରାତ୍ମକ ପ୍ରଭାବ ଏବଂ ଅର୍ଥପୂର୍ଣ୍ଣ ଅବଦାନପ୍ରଦର୍ଶନ କରିବାପାଇଁ ଏକ ପ୍ରମୁଖ ସ୍ତମ୍ଭ ପାଲଟିଛି।

ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ନିମନ୍ତ୍ରଣକ୍ରମେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନର ପ୍ରତିନିଧିମାନଙ୍କୁ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। ଗତ ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ଅଲ ଇଣ୍ଡିଆ ରେଡିଓରେ ତାଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଏହି ବ୍ୟକ୍ତିତ୍ୱମାନଙ୍କ ବିଷୟରେ ବ୍ୟକ୍ତିଗତ ଭାବେ ଉଲ୍ଲେଖ କରି ଆସୁଛନ୍ତି ।

ପରିବର୍ତ୍ତନର ପ୍ରେରଣାଦାୟୀ କାହାଣୀ

ଏହି ଅବସରରେ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଅବଦାନ ଉପରେ ଆଲୋକପାତ କରିବା ଏବଂ ସେମାନଙ୍କ ପ୍ରୟାସକୁ ବିଶ୍ୱ ଆଗରେ ଉପସ୍ଥାପନ କରିବା ପ୍ରକୃତରେ ଚମତ୍କାର। ଏହି କାର୍ଯ୍ୟକ୍ରମରେ ଏହି ବ୍ୟକ୍ତିମାନଙ୍କୁ ସ୍ୱୀକୃତି ମିଳିବା ଏବଂ ଏତେ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମରେ ସେମାନଙ୍କ ପ୍ରଭାବଶାଳୀ କାର୍ଯ୍ୟକୁ ପ୍ରଶଂସା କରାଯାଉଥିବା ଦେଖି ଖୁସି ଲାଗୁଛି।”

ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଏବଂ ନିଷ୍ଠା, ଉଦ୍ଭାବନ ଏବଂ ସାମାଜିକ ପ୍ରଭାବର ପ୍ରେରଣାଦାୟୀ କାହାଣୀକୁ ପ୍ରତିନିଧିତ୍ୱ କରିଥିବା ନିମନ୍ତ୍ରିତ ବ୍ୟକ୍ତିମାନେ ସେମାନଙ୍କ କାମକୁ ସ୍ବୀକୃତି ଦେବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ଅନୁପ୍ରାଣିତ କରିଥିବାରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ‘ମନ୍ କି ବାତ୍’ ପ୍ଲାଟଫର୍ମକୁ କୃତଜ୍ଞତା ଅର୍ପଣ କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ମାଧ୍ୟମରେ ସମାଜର କଲ୍ୟାଣ ପାଇଁ ବିଶ୍ୱସ୍ତରରେ କରାଯାଉଥିବା ସକାରାତ୍ମକ ଏବଂ ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଏଭଳି ପ୍ରେରଣାଦାୟୀ ପ୍ରୟାସକୁ ବିଶ୍ୱ ସହ ବାଣ୍ଟିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ଅନନ୍ୟ ପ୍ଲାଟଫର୍ମ ପ୍ରଦାନ କରୁଛି। ଆଜିର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଲାଗି ପ୍ରଧାନମନ୍ତ୍ରୀ ଏବଂ ସେଥିରେ ଯୋଗ ଦେଇଥିବା ସମସ୍ତଙ୍କୁ ମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ।

ମନ୍ କି ବାତ୍

ସମାଜ ପାଇଁ ଅସାଧାରଣ ଅବଦାନ ଦେଉଥିବା ସାଧାରଣ ନାଗରିକଙ୍କ ପ୍ରେରଣାଦାୟୀ କାହାଣୀକୁ ଲୋକଲୋଚନକୁ ଆଣୁଥିବା ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଏକ ପରିବର୍ତନମୂଳକ ପଦକ୍ଷେପ ପାଲଟିଛି। ବର୍ଷ ବର୍ଷ ଧରି ଶିକ୍ଷା, ପରିବେଶ, ସମାଜ କଲ୍ୟାଣ, ଉଦ୍ଭାବନ ଇତ୍ୟାଦି କ୍ଷେତ୍ରରେ ଅର୍ଥପୂର୍ଣ୍ଣ ଅବଦାନ ଦେଇଥିବା ଲୋକଙ୍କ ସ୍ୱରକୁ ‘ମନ୍ କି ବାତ୍’ ପ୍ରୋତ୍ସାହିତ କରିଛି। ଏହା ଭାରତ ଓ ବିଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେଇଛି। ଏହି ଅନନ୍ୟ କାର୍ଯ୍ୟକ୍ରମ ଏକ ଶକ୍ତିଶାଳୀ, ଅନ୍ତର୍ଭୁକ୍ତ ରାଷ୍ଟ୍ର ଗଠନରେ ବ୍ୟକ୍ତିଗତ ପ୍ରୟାସର ଶକ୍ତିକୁ ଆଲୋକପାତ କରେ।

ଅଶ୍ୱିନୀ ବୈଷ୍ଣବ ଆକାଶବାଣୀ ମନ୍ କି ବାତ୍ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025
Latest News

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.