Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ରାପଡ଼ାରେ ୩ଟି ଶୀତଳ ଭଣ୍ଡାର କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ସାଂସଦ ବୈଜୟନ୍ତ ପଣ୍ଡା
ଆଜିର ଖବର

କେନ୍ଦ୍ରାପଡ଼ାରେ ୩ଟି ଶୀତଳ ଭଣ୍ଡାର କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ସାଂସଦ ବୈଜୟନ୍ତ ପଣ୍ଡା

January 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
JayaPanda
କେନ୍ଦ୍ରାପଡ଼ାରେ ୩ଟି ଶୀତଳ ଭଣ୍ଡାର କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ଅନୁନ୍ୟ ୩ ଟି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ଶ୍ରୀଯୁକ୍ତ ପଣ୍ଡା ଏନେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂ ଦେଓଙ୍କୁ ଏକ ପତ୍ର ଲେଖି ପ୍ରସ୍ତାବ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ତା। ୨୧.୦୧.୨୦୨୫ ରିଖରେ ରାଜ୍ୟ କ୍ୟାବିନେଟ ବୈଠକ ନିଷ୍ପତି ଅନୁଯାୟୀ ରାଜ୍ୟରେ ୫୮ ଟି ଶୀତଳ ଭଣ୍ଡାର ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ସେଥିପାଇଁ ସ୍ଥାୟୀ ପୁଞ୍ଜି ବ୍ୟୟର ୬୦% ଓ ସର୍ବାଧିକ ୬ କୋଟି ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ମିଳିବ।

ଅନ୍ୟାନ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ପୁଞ୍ଜି ଖର୍ଚ୍ଚର ୫୦% ବା ସର୍ବାଧିକ ୬ କୋଟି ପର୍ଯ୍ୟନ୍ତ ସବସିଡ଼ି ମିଳି ପାରିବ ସେହିପରି ଏହି ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କର ୩% ଓ ରାଜ୍ୟ ସରକାରଙ୍କର ୩% ସବସିଡ଼ି ସାମିଲ ଅଛି, ୬% ପର୍ଯ୍ୟନ୍ତ ସୁଧ ମିଳିବା ସହିତ ୭ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କରେ ୫୦% ସବସିଡ଼ି ଯୋଗାଇ ଦିଆଯିବ।

ଏହି ପଦକ୍ଷେପକୁ ଶ୍ରୀଯୁକ୍ତ ପଣ୍ଡା ସ୍ବାଗତ କରିବା ସଙ୍ଗେ ସଙ୍ଗେ କହିଛନ୍ତି କି କେନ୍ଦ୍ରାପଡ଼ା ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ଏବଂ ଏହି ଜିଲ୍ଲାର ଚାଷୀ ଭାଇମାନେ ମୁଖ୍ୟତଃ ଶସ୍ୟ ଜାତୀୟ ଫସଲ, ପନିପରିବା, ମତ୍ସ୍ୟ ଓ ଦୁଗ୍ଧ ଜାତୀୟ ଉତ୍ପାଦ ଉପରେ ନିର୍ଭରଶୀଳ କିନ୍ତୁ ଜିଲ୍ଲାରେ ଶୀତଳ ଭଣ୍ଡାର ଅଭାବରୁ ଚାଷୀ ଭାଇମାନେ ଅନେକ ସମୟରେ ଆଭାବି ବିକ୍ରୀର ସମ୍ମୁଖୀନ ହେଉଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ଅନୂନ୍ୟ ୩ ଟି ଶୀତଳ ଭଣ୍ଡାର ସ୍ଥାପନ ହେଲେ ଚାଷୀ ଭାଇ ମାନଙ୍କର ଉକ୍ତ ସମସ୍ୟାର ସମାଧାନ ହୋଇପାରିବ ଏବଂ ପରବର୍ତ୍ତୀ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ନିଷ୍ପତି ନେବାପାଇଁ ଶ୍ରୀଯୁକ୍ତ ପଣ୍ଡା ଉପ-ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି ଏକ ଲିଖିତ ପ୍ରସ୍ତାବ ଦେଇଛନ୍ତି।

jayapanda ବୈଜୟନ୍ତ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025

ଅଧର୍ମ, କୁଧର୍ମ ଓ ପରଧର୍ମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ? ଏହି ପୌରାଣିକ କଥାରୁ ବୁଝନ୍ତୁ ବିବିଧତା

October 20, 2025

ତୃତୀୟ ନନ୍ଦ କିଶୋର ପଟ୍ଟନାୟକ ସ୍ମାରକୀ ଅଲ୍ ଓଡିଶା ମହିଳା ଫୁଟବଲ ପ୍ରତିଯୋଗିତା

October 20, 2025
Latest News

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025

ଅଧର୍ମ, କୁଧର୍ମ ଓ ପରଧର୍ମ ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ? ଏହି ପୌରାଣିକ କଥାରୁ ବୁଝନ୍ତୁ ବିବିଧତା

October 20, 2025

ତୃତୀୟ ନନ୍ଦ କିଶୋର ପଟ୍ଟନାୟକ ସ୍ମାରକୀ ଅଲ୍ ଓଡିଶା ମହିଳା ଫୁଟବଲ ପ୍ରତିଯୋଗିତା

October 20, 2025

ନୂଆପଡ଼ା ବିଧାନସଭା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲର ଆଜି ଶେଷ ଦିନ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.