ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନଙ୍କ ଭିଡ ଜମୁଛି। ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନେ ବିଭିନ୍ନ ବସ, ଟ୍ରେନ ଯୋଗେ ପ୍ରୟାଗରାଜ ପହଞ୍ଚୁଛନ୍ତି। କିନ୍ତୁ ଏହି ସମୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
କିଛି ଶ୍ରଦ୍ଧାଳୁ ଟ୍ରେନ ଯୋଗେ କୁମ୍ଭମେଳାକୁ ଆସୁଥିବା ବେଳେ ପଥର ମାଡ଼ ହୋଇଥିବା ଖବର ରହିଛି। ଏହି ଟ୍ରେନ ଝାଂସିରୁ ପ୍ରୟାଗରାଜ ଅଭିମୁଖେ ଆସୁଥିବା ବେଳେ ହରପାଳପୁର ଷ୍ଟେସନରେ ଆକ୍ରମଣ କରାଯାଇଥିଲା। ଟ୍ରେନ ଉପରକୁ ପଥର ମାଡ଼ କରିବା ସହ ଭଙ୍ଗା ରୁଜା କରାଯାଇଥିଲା। ଯାହାଫଳରେ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।