Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଦାବି ଜଣାଇଲା ଓଷ୍ଟା
ଆଜିର ଖବର

ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଦାବି ଜଣାଇଲା ଓଷ୍ଟା

January 29, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

କଟକ: ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ବହୁ ଅସମାହିତ ସମସ୍ୟାକୁ ଅଣଦେଖା ନକରି ତୁରନ୍ତ ଏହାର ସମାଧାନ ନିମନ୍ତେ ସରକାର କାର୍ଯ୍ୟପନ୍ଥା ଗ୍ରହଣ କରନ୍ତୁ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି।

ସୂଚନାଥାଉକି, ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଶିକ୍ଷକ କର୍ମଚାରୀଙ୍କର ଦାବି ଓ ସମସ୍ୟାଗୁଡ଼ିକ ସମାଧାନ ନିମନ୍ତେ ଦୀର୍ଘ ଦିନରୁ ବିଗତ ଏବଂ ବର୍ତ୍ତମାନର ସରକାରଙ୍କ ଦୃଷ୍ଟିଆକର୍ଷଣ କରିଆସୁଅଛି। ବର୍ତ୍ତମାନର ସରକାର ଶିକ୍ଷକ ମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରି ସମାଧାନର ସୂତ୍ର ବାହାର କରନ୍ତୁ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି। ପ୍ରମୁଖ ଦାବି ମଧ୍ୟରେ ଦୀର୍ଘ ୩୦ ବର୍ଷ ଧରି ଖୋଲା ଯାଇଥିବା ବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନେ ଅନୁଦାନ ନପାଇ ଶୂନ୍ୟ ହସ୍ତରେ ଅବସର ନେବା ଓ ମୃତ୍ୟୁବରଣ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ଅନୁଦାନରୁ ବଞ୍ଚିତ ଯୋଗ୍ୟ ବିଦ୍ୟାଳୟଗୁଡ଼ିକୁ ଆଉ ଅଧିକ କାଳବିଳମ୍ବ ନକରି ତୁରନ୍ତ ଅନୁଦାନ ପ୍ରଦାନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ।

ଦୀର୍ଘବର୍ଷ ଧରି ମାନବ ସମ୍ବଳର ବିକାଶରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ରିକ୍ତ ହସ୍ତରେ ଅବସର ନେଉଥିବା ଓ ନେଇଥିବା ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରି ପେନ୍‌ସନ, ଚାକିରି ସର୍ତ୍ତାବଳୀ ଓ ଅବସରକାଳୀନ ସୁବିଧା ପ୍ରଦାନ କରାଯାଉ। ଇତିମଧ୍ୟରେ ପ୍ରାୟ ଚାରି ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଶୂନ୍ୟ ହସ୍ତରେ ଅବସର ନେଇଗଲେଣି। ତେଣୁ ଏହି ବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତି ବ୍ୟବସ୍ଥା ନଥିବାରୁ ସରକାର ନିଯୁକ୍ତିର ବ୍ୟବସ୍ଥା କରନ୍ତୁ, ନଚେତ୍ ଏହି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକ ଆଉ କିଛି ଦିନ ପରେ ଶିକ୍ଷକ ଶୂନ୍ୟ ହୋଇ ବନ୍ଦ ହୋଇଯିବ।

ଏହି ପରିପ୍ରେକ୍ଷୀରେ ସଂଗଠନ ତରଫରୁ ସରକାରଙ୍କ ନିକଟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରାଯାଉଅଛି। ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ, ୨୮୦୦ ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତି ଦୂରିକରଣ, ବି.ଏ.ବି.ପି.ଏଡ଼(ଈଇ ଈଚଋୟ), ବି.ଏ.ସି.ପି.ଏଡ଼(ଈଇ ଉଚଋୟ) ଯୋଗ୍ୟତାଧାରୀ କ୍ରୀଡ଼ା ଶିକ୍ଷକମାନଙ୍କର ପଦୋନ୍ନତି, ୪୮ ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନାମାନୁସାରେ ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଦରମା ପ୍ରଦାନ, ୦୧.୦୪.୨୦୦୮ରେ ବ୍ଲକ୍‌ଗ୍ରାଣ୍ଟ ପାଇଥିବା ବିଦ୍ୟାଳୟଗୁଡିକର ୨ୟ ଓ ୩ୟ ପିଅନର ଆଣ୍ଟିଡ଼େସନ୍ ୦୧.୦୧.୨୦୦୪ରୁ ଲାଗୁ ହୋଇଥିବା ବେଳେ, ୦୧.୦୧.୨୦୦୪ରେ ବ୍ଲକ୍‌ଗ୍ରାଣ୍ଟ ପାଇଥିବା ୨ଟି ପିଅନ୍‌ର ଆଣ୍ଟିଡ଼େସନ୍‌, ୩୭, ୪୬, ୬୩ ବିଦ୍ୟାଳୟମାନଙ୍କର ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡେସନ୍ ପ୍ରଦାନ, ୧୧୦ ବାଳିକା ବିଦ୍ୟାଳୟକୁ ପୂର୍ଣ୍ଣଅନୁଦାନ ପ୍ରଦାନ, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଆଲେଜ୍‌ଡ଼ ଶିକ୍ଷକଙ୍କୁ ଦରମା ପ୍ରଦାନ, ପୂର୍ଣ୍ଣଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଦୀର୍ଘ ଦିନଧରି କାର୍ଯ୍ୟରତ ସେକ୍‌ସନ ଶିକ୍ଷକମାନଙ୍କୁ ନିୟମିତ କରିବା, ଆର୍‌.ଏ. ସ୍କିମ୍‌ର ପୁନଃ ପ୍ରଚଳନ, ଅଫିସ୍ ସହାୟକମାନଙ୍କୁ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ, ନୂତନ ଅନୁଦାନ ପ୍ର୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ସପ୍ତମ ବେତନରୁ ବଞ୍ଚିତ ଶିକ୍ଷକମାନଙ୍କୁ ସପ୍ତମ ବେତନ ପ୍ରଦାନ, ସମସ୍ତ ବର୍ଗର ଶିକ୍ଷକ କର୍ମଚାରୀମାନଙ୍କର ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହିତ ସମାନ କାମକୁ ସମାନ ଦରମା ପ୍ରଦାନ, ବିଦ୍ୟାଳୟରେ ଖାଲିଥିବା ପଦବୀ ପୂରଣ, ସରକାରୀ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ପୂରଣ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ କ୍ୟାଡ଼ର ଭିତ୍ତିକ ପ୍ରମୋଶନ, ନୂତନ ପେନ୍‌ସନ୍ ବ୍ୟବସ୍ଥାକୁ ପ୍ରତ୍ୟାହାର କରି ପୁରାତନ ପେନ୍‌ସନ୍ ବ୍ୟବସ୍ଥା ପ୍ରଚଳିତ କରିବା, ସବୁବର୍ଗର ବିଦ୍ୟାଳୟ ଗୁଡ଼ିକୁ ସରକାରୀକରଣ ସହିତ ସମାନ ସରକାରୀ ସୁବିଧା ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମାନ ସୁବିଧା ଯୋଗାଇଦେବା ଆଦି ଦାବିଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଅଛି।

ରାଜ୍ୟରେ ଦୀର୍ଘ ୨୪ ବର୍ଷ ପରେ ଶିକ୍ଷକମାନଙ୍କୁ ପ୍ରତିଶ୍ରୁତି ଦେଇ ଆସିଥିବା ବର୍ତ୍ତମାନର ସରକାର ସବୁ ବର୍ଗର କର୍ମଚାରୀମାନଙ୍କର ସମସ୍ୟା କଥା ବିଚାର କରୁଥିବାରୁ ନିଶ୍ଚିତ ଭାବରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସମସ୍ୟା ସମାଧାନ କରନ୍ତୁ ବୋଲି ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.