Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପିର ମିଳିତ ପ୍ରଦର୍ଶନୀରେ ଟୁଲକିଟ ଓ ଯନ୍ତ୍ରାଂଶ ବିତରଣ କଲା କେଭିଆଇସି
ଆଜିର ଖବର

ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପିର ମିଳିତ ପ୍ରଦର୍ଶନୀରେ ଟୁଲକିଟ ଓ ଯନ୍ତ୍ରାଂଶ ବିତରଣ କଲା କେଭିଆଇସି

January 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଖଦି ଓ ଗ୍ରାମୋଦ୍ୟୋଗ କମିଶନ (କେଭିଆଇସି) ଙ୍କ ପକ୍ଷରୁ ଗ୍ରାମୋଦ୍ୟୋଗ ବିକାଶ ଯୋଜନା (ଜିଭିବାଇ) ଯୋଜନା ଅନ୍ତର୍ଗତ କଟକସ୍ଥିତ ଜବାହରଲାଲ ଇନଡୋର ଷ୍ଟାଡିୟମରେ ହିତାଧିକାରୀମାନଙ୍କୁ ଯନ୍ତ୍ରାଂଶ  ଟୁଲକିଟ ବଂଟନ କରାଯାଇଛି।

ଏହାସହ ବୁଧବାର ଦିନ ସ୍ଥାନୀୟ ଖ୍ରୀଷ୍ଟିୟାନ ପଡିଆରେ ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପି ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର, ସ୍ଥାନୀୟ ସାଂସଦ ଭର୍ତୃହରି ମହତାବ, କେଭିଆଇସି ପୂର୍ବାଚଂଳ ସଦସ୍ୟ ମନୋଜ କୁମାର ସିଂ, ଜିଲ୍ଲପାଳ ଦତାତ୍ରେୟ ଭାଉ ସାହେବ ସିନ୍ଦେ, ଭୁବନେଶ୍ୱର ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଚିବ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ରାଜ୍ୟସ୍ତରୀୟ ଖଦି ଓ ପିଏମଇଜିପିର ମିଳିତ ପ୍ରଦର୍ଶନୀରେ ପ୍ରାୟ ପଚାଶଟି ଖଦି ଷ୍ଟଲ, ପଚାଶଟି ପିଏମଇଜିପି ଷ୍ଟଲ ପଡିଛି। ଏଥିରେ ଖଦି ଅନୁଷ୍ଠାନର ବିଭିନ୍ନ ଉତ୍ପାଦ, ଗ୍ରାମ୍ୟ ଶିଳ୍ପ ୟୁନିଟ, ପିଏମଇଜିପି, ଆରଇଜିପି, ଏସଏଫୟୁଆରଟି ଯୋଜନାର ବିଭିନ୍ନ ୟୁନିଟ ପଡିଛି। ହସ୍ତ ତନ୍ତ, ଖଦି ବୁଣା, ମାଟି ପାତ୍ର ତିଆରି, ହାତ ତିଆରି କାଗଜ ଶିଳ୍ପ ପରି ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି। ସାଧାରଣ ଜନତା ପାଇଁ ଏହି ପ୍ରଦର୍ଶନୀ ଆସନ୍ତା ୬ ଫେବୃୟାରୀ ପର୍ଯ୍ୟନ୍ତ ଚାଲୁ ରହିବ।

ଏହି ପ୍ରଦର୍ଶନୀରେ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦ ପ୍ରଦର୍ଶନ ସହ ସ୍ଥାନୀୟ କାରିଗରମାନଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମ ନିର୍ଭର ଭାରତ ଓ ଭୋକାଲ ଫର ଲୋକାଲ ମିଶନକୁ ଚରିତାର୍ଥ କରିବା ପାଇଁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିବା କୁହାଯାଇଛି।

ଜବାହର ଲାଲ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ୧୩୬ଟି ଇଲେକ୍ଟ୍ରିକ ମାଟିର ଚକା, ୫୦ଟି ମହୁ ବାକ୍ସ, ୪୦ ଟି ତାଳ ଗୁଡ ପ୍ରସ୍ତୁତ ମେସିନ, ୮ଟି କାଗଜ ଥାଳି ପ୍ରସ୍ତୁତ ମେସିନ, ଗୋଟିଏ ମସଲା ପ୍ରସ୍ତୁତ ୟୁନିଟ, ଗୋଟିଏ ହାଇଡ୍ରା ମେସିନ, ଗୋଟିଏ ସବାଇ ଘାସ ମେସିନ ବିତରଣ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଓଡିଶାର ପ୍ରତି କାରିଗରଙ୍କୁ ଆତ୍ମ ନିର୍ଭର କରିବା ପାଇଁ କେଭିଆଇସି ଲକ୍ଷ୍ୟ ରଖିଥିବା କୁହାଯାଇଛି। ନିଜ କାମକୁ ସରଳ ଓ ସହଜ କରିବା ସହ ଆତ୍ମ ନିର୍ଭର ଭାରତ ସୃଷ୍ଟି କରିବାକୁ ଏହି ଯନ୍ତ୍ରପାତି ବିଶେଷ ସହାୟକ ହେବ ବୋଲି କୁହାଯାଇଛି।

ଖ୍ରୀଷ୍ଟିଆନ ପଡିଆରେ ଅନୁଷ୍ଠିତ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସାଂସଦ ଭର୍ତୃହରି ମହତାବ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କର ଆଦର୍ଶକୁ ଏହି ଖଦି ପ୍ରତିଫଳିତ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଖଦି ଓ ଗ୍ରାମୋଦ୍ୟୋଗକୁ ଅଭୂତପୂର୍ବ ସଫଳତା ମିଳିଛି। ଆତ୍ମ ନିର୍ଭର ଭାରତ ଅଭିଯାନରେ ପାଦେ ଆଗକୁ ଯାଇ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ଏହି ପ୍ରଦର୍ଶନୀ ଯଥେଷ୍ଟ ଖୋରାକ ଯୋଗାଇବ ବୋଲି ସାଂସଦ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଏମଏସଏମଇ ମନ୍ତ୍ରଣାଳୟର ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ବିକଶିତ ଭାରତୀୟ ଭାବଧାରାରେ ନବ ଭାରତର ନୂଆ ଖଦି କାର୍ଯ୍ୟକ୍ରମ ଆଗକୁ ଯାଇପାରିଥିବା କେଭିଆଇସି ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ।

ଖଦି ବିପ୍ଲବ ଦ୍ୱାରା ଗତ ଦଶ ବର୍ଷ ଭିତରେ ୧୦.୧୭ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ପ୍ରାୟ ୧.୫୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି। କେଭିଆଇସି ପୂର୍ବାଂଚଳ ଜୋନ ସଦସ୍ୟ ମନୋଜ କୁମାର ସିଂ କହିଛନ୍ତି ଯେ,

ଓଡିଶାରେ ପ୍ରାୟ ୮୮ଟି କ୍ରିୟାଶୀଳ ଖଦି ଅନୁଷ୍ଠାନ ରହିଛି। ଗତ ପାଂଚ ବର୍ଷ ଭିତରେ ୮୬.୫୮ କୋଟି ଟଙ୍କାର ଉତ୍ପାଦ ପ୍ରସ୍ତୁତ କରାଯାଇ ୯୪.୪୦ କୋଟି ଟଙ୍କାର ବ୍ୟବସାୟ କରାଯାଇଥିବା ସୂଚନା ଦିଆଯାଇଛି।

ଫଳରେ ପ୍ରାୟ ୨,୨୭୭ ବୁଣାକାର ନିଯୁକ୍ତି ସୁଯୋଗ ହାତେଇଛନ୍ତି। ଏହାଛଡା ପିଏମଇଜିପି ଅଧୀନରେ ଗତ ପାଂଚ ବର୍ଷ ଭିତରେ ୧୭,୦୫୦ ନୂଆ ଶିଳ୍ପ ପ୍ରତିଷ୍ଠା କରାଯାଇ ୧,୪୩,୧୦୯ଟି ଚାକିରି ସୁଯୋଗ ସୃଷ୍ଟି କରାଯାଇ ପାରିଛି। ଏମଡିଟିସି, କେଭିଆଇସି ଭୁବନେଶ୍ୱର ମାଧ୍ୟମରେ ୨,୪୪୪ କାରିଗରଙ୍କୁ ଅଧିକ କୁଶଳୀ କରାଯାଇ ପାରିଛି। ଖଦି ବିକାଶ ଯୋଜନା ଓ ଏସଏଫୟୁଆରଟିଆଇ ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଖଦି ଅନୁଷ୍ଠାନର ପ୍ରତିନିଧି, ପିଏମଇଜିପି ୟୁନିଟର ହିତାଧିକାରୀ, ଖଦି କାରିଗର, ରାଜ୍ୟ ସରକାର ଓ କେଭିଆଇସିର ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

କଟକ କେଭିଆଇସି ଜବାହରଲାଲ ଇନଡୋର ଷ୍ଟାଡିୟମ ଟୁଲକିଟ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025
Latest News

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025

ରୁଷ-ୟୁକ୍ରେନ ଯୁଦ୍ଧ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ରଖିଲେ ଏହି ବଡ଼ ସର୍ତ୍ତ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.