Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂସଦର ବଜେଟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ଆଜିର ଖବର

ସଂସଦର ବଜେଟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

January 31, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ
ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ: ବଜେଟ ଅଧିବେଶନ ପ୍ରାରମ୍ଭରୁ ଧନର ଦେବୀ ମାତା ଲକ୍ଷ୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଣାମ ଜଣାଇଛନ୍ତି। ଏହି ଅବସରରେ ଶତାବ୍ଦୀ ଶତାବ୍ଦୀ ଧରି ମା ଲକ୍ଷ୍ମୀଙ୍କୁ ମନେ ପକାଯାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମା ଲକ୍ଷ୍ମୀ ଆମକୁ ସଫଳତା, ଧନ ଓ ସିଦ୍ଧି ଦେଇଥାନ୍ତି। ମା ଲକ୍ଷ୍ମୀଙ୍କ କୃପାରୁ ଏହି ଦେଶର ପ୍ରତି ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକେ ଉପକୃତ ହୋଇଥାନ୍ତି ବୋଲି ସେ କହିଛନ୍ତି।

ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ପ୍ରତି ନାଗରିକଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗଣତାନ୍ତ୍ରିକ ବିଶ୍ୱରେ ଭାରତର ଏହି ଶକ୍ତି ଦେଶ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ପକ୍କା କରିପାରିଛି।

ତୃତୀୟ ଥର ପାଇଁ ଏହି ଦେଶର ନାଗରିକ ତାଙ୍କୁ ଏହି ଦାୟିତ୍ୱଭାର ଦେଇଥିବାରୁ ସେ ବିଶେଷ କୃତଜ୍ଞ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ତୃତୀୟଥର ପାଇଁ ଏହା ଏକ ପୂର୍ଣ୍ଣାଙ୍ଗ ବଜେଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୪୭ରେ ଯେତେବେଳେ ଦେଶ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ ସେବେ ଏହା ସମ୍ପୂର୍ଣ୍ଣ ବିକଶିତ ହୋଇସାରିଥିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତ ବଜେଟ ଦେଶବାସୀଙ୍କ ଭିତରେ ଏକ ନୂଆ ଊର୍ଜା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମୂହିକ ଉଦ୍ୟମରେ ପାରିତ ହୋଇଥିବା ପ୍ରସ୍ତାବକୁ ଦେଶର ୧୪୦ କୋଟି ଲୋକେ ଚରିତାର୍ଥ କରିବେ ବୋଲି ଆଶା ଓ ବିଶ୍ୱାସ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ତୃତୀୟ ପାଳିରେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ଭୌଗୋଳିକ, ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ଏକ ମିଶନ ମୋଡରେ ଦେଶ ଅଗ୍ରଗତି କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଅର୍ଥନୈତିକ ପ୍ରଗତି ପଥରେ ପ୍ରସ୍ତୁତ କରାଯାଇଥିବା ରୋଡମ୍ୟାପକୁ ସାକାର ରୂପ ଦେବା ପାଇଁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ କରାଯାଉଥିବା ମୋଦୀ କହିଛନ୍ତି।

ସବୁଥର ପରି ଚଳିତ ଅଧିବେଶନ ବହୁ ଐତିହାସିକ ଦିନ ଦେଖିବ। ଆସନ୍ତାକାଲି ସଦନରେ ବଜେଟ ନେଇ ଆଲୋଚନା କରାଯିବ। ସବୁ ଆଲୋଚନା, ପ୍ରତ୍ୟାଲୋଚନା ପରେ ଦେଶର ହିତ ପାଇଁ ଆଇନ ପ୍ରଣୟନ କରାଯିବ। ନାରୀଶକ୍ତି ଜାଗରଣ ଅଧୀନରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶର ପ୍ରତି ମହିଳାଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ଜୀବନ ଅତିବାହିତ କରିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯିବ। ଚଳିତ ଅଧିବେଶନରେ ଏନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯିବ। ସଂସ୍କାର, କାର୍ଯ୍ୟାନ୍ୱୟନ, ପରିବର୍ତ୍ତନକୁ ସରକାର ବିଶେଷ ପ୍ରାଧାନ୍ୟ ଦେବେ।

ବିକାଶ ପ୍ରସଙ୍ଗରେ ସଂସ୍କାରକୁ ବିଶେଷ ଫୋକସ କରାଯିବ। ସାଧାରଣ ଲୋକଙ୍କ ସହଭାଗିତାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବେ।
ଯୁବଶକ୍ତିକୁ ନେଇ ଆମ ଦେଶ ଭାରତ ପରିଚାଳିତ। ୨୦-୨୫ ବର୍ଷର ଯୁବକ ୪୫-୫୦ ବର୍ଷରେ ପହଂଚିବା ବେଳକୁ ବିକଶିତ ଭାରତ ପାଇଁ ଏକ ନିର୍ଭରଯୋଗ୍ୟ ମାନବ ସମ୍ବଳ ଭାବରେ ପରିଗଣିତ ହୋଇପାରିବେ। ବିଭିନ୍ନ ଯୋଜନା ପ୍ରଣୟନ କ୍ଷେତ୍ରରେ ଯୁବକମାନେ ଏକ ଦାୟିତ୍ୱସମ୍ପନ୍ନ ଭୂମିକା ନିର୍ବାହ କରିପାରିବେ। ବିକଶିତ ଭାରତ ନିର୍ମାଣ ଦିଗରେ ଆଜିର ଯୁବଶକ୍ତି ସେତେବେଳକୁ ନିଜ ଦାୟିତ୍ୱକୁ ସୁଚାରୂ ରୂପେ ସମ୍ପାଦନ କରିପାରିବେ।

୧୯୩୦ ଓ ୧୯୪୨ ବେଳକୁ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଯୁବକମାନେ ୨୫ ବର୍ଷ ପରେ ଏହାର ସୁଫଳ ପାଇପାରିଲେ। ଗତ ୨୫ ବର୍ଷ ଧରି କରିଥିବା ସଂଗ୍ରାମ ଫଳରେ ଦେଶ ଏକ ଉନ୍ନତ ସୋପାନରେ ପହଂଚିପାରିଛି। ତେଣୁ ଚଳିତ ବଜେଟ ଅଧିବେଶନରେ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସବୁ ସାଂସଦ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ସଦନରେ ସବୁ ସାଂସଦମାନଙ୍କ ସକ୍ରିୟ ଅଂଶଗ୍ରହଣ ଦେଶକୁ ବିକଶିତ କରିପାରିବ। ତେଣୁ ଯୁବ ସାଂସଦମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୨୦୧୪ ପରଠାରୁ ସଂସଦର ଏହା ପ୍ରଥମ ଅଧିବେଶନ ଯେଉଁଠି ଦିନେ ଦୁଇ ଦିନ ପୂର୍ବରୁ କୌଣସି ବିଦେଶୀ ପ୍ରଭାବ ରହିଥିବା ଦେଖିବାକୁ ମିଳିନାହିଁ। ଗତ ଦଶ ବର୍ଷ ହେଲା ସଂସଦରେ କିଛି ନା କିଛି ବ୍ୟତିକ୍ରମ ଦୃଷ୍ଟି ଗୋଚର ହୋଇଥାଏ। ହେଲେ ପ୍ରଥମଥର ପାଇଁ ଚଳିତ ଅଧିବେଶନରେ ଏହା ପରିଲକ୍ଷିତ ହୋଇନଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Budget 2025 ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ବଜେଟ ଅଧିବେଶନ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Latest News

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.