Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଳବାଇ ପାଇଁ ୨.୫୨ ଲକ୍ଷ କୋଟିର ପୁଞ୍ଜି ବ୍ୟୟ ବ୍ୟବସ୍ଥା ସହ ଆଧୁନିକ ଯାତ୍ରୀ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ: ଅଶ୍ୱିନୀ ବୈଷ୍ଣବ
ଆଜିର ଖବର

ରେଳବାଇ ପାଇଁ ୨.୫୨ ଲକ୍ଷ କୋଟିର ପୁଞ୍ଜି ବ୍ୟୟ ବ୍ୟବସ୍ଥା ସହ ଆଧୁନିକ ଯାତ୍ରୀ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ: ଅଶ୍ୱିନୀ ବୈଷ୍ଣବ

February 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଶ୍ଵିନୀ ବୈଷ୍ଣବ
ବ୍ୟସ୍ତବହୁଳ ଷ୍ଟେସନଗୁଡ଼ିକ ପାଇଁ ମାଷ୍ଟରପ୍ଲାନର ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ ସ୍ୱାଗତ କରିଛନ୍ତି। ବଜେଟରେ ରେଳବାଇ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜି ବ୍ୟୟ ବ୍ୟବସ୍ଥା କରାଯାଇଥିବାରୁ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ରେଳବାଇ ନିଜର ନେଟୱର୍କ ବଢ଼ାଉଛି। ଟ୍ରେନରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ଓ ସୁରକ୍ଷା ପ୍ରତି ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ନୂଆ ପ୍ରକଳ୍ପକୁ ଦେଖିଲେ ପ୍ରାୟ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ ନିର୍ମାଣ ଲାଗି ବଜେଟରେ ବ୍ୟବସ୍ଥା କରାଯାଇଛି। ୫୦ଟି ନମୋ ଭାରତ ଟ୍ରେନ ଏବଂ ସ୍ଲିପର ଓ ଚେୟାର କାର ସଂସ୍କରଣ ସହିତ ୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଶ୍ରୀ ବୈଷ୍ଣବ ଆହୁରି କହିଛନ୍ତି, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଏବଂ ଇଣ୍ଡିଆ ଏଆଇ ମିଶନ ଆଗାମୀ ବର୍ଷଗୁଡ଼ିକରେ ଦେଶର ବୈଷୟିକ ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ମୂଳଦୁଆ ପକାଇଛି। ସେହିପରି କ୍ୱାଣ୍ଟମ ମିଶନ, ଅନୁସନ୍ଧାନ ନେସନାଲ ରିସର୍ଚ୍ଚ ଫାଉଣ୍ଡେସନ, ଏବଂ ଡିପଟେକ୍‌ ଷ୍ଟାର୍ଟଅପ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏହାଦ୍ୱାରା ଦେଶରେ ଏକ ଶକ୍ତିଶାଳୀ ବୈଷୟିକ ଆଧାର ପ୍ରତିଷ୍ଠା ହେବ। ବର୍ତ୍ତମାନ ସମୟରେ ଭାରତ ପାଇଁ ଏଭଳି ପ୍ରଗତି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।

କେନ୍ଦ୍ର ବଜେଟ କେନ୍ଦ୍ର ରେଳ ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ପିଆଜ ଦରରେ ଲାଗିବ ଲଗାମ: ଟ୍ରାକ୍‌ରେ ଆସିଲା ‘କାନ୍ଦା  ଏକ୍ସପ୍ରେସ’

August 25, 2026

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

August 25, 2026
Latest News

ପିଆଜ ଦରରେ ଲାଗିବ ଲଗାମ: ଟ୍ରାକ୍‌ରେ ଆସିଲା ‘କାନ୍ଦା  ଏକ୍ସପ୍ରେସ’

August 25, 2026

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

August 25, 2026

୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.