Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ବଜେଟ୍ ୨୦୨୫-୨୬କୁ ଐତିହାସିକ, ଭବିଷ୍ୟତବାଦୀ ଓ ସନ୍ତୁଳିତ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

କେନ୍ଦ୍ର ବଜେଟ୍ ୨୦୨୫-୨୬କୁ ଐତିହାସିକ, ଭବିଷ୍ୟତବାଦୀ ଓ ସନ୍ତୁଳିତ ବଜେଟ୍ କହିଲେ କେନ୍ଦ୍ରମନ୍ତ୍ରୀ

February 2, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଯେଉଁ ବଜେଟ୍ ଉପସ୍ଥାପନ କରିଛନ୍ତି, ତାହା ବିକଶିତ ଭାରତର ସଂକଳ୍ପ ପାଇଁ ଏକ ଐତିହାସିକ, ଭବିଷ୍ୟତବାଦୀ ଓ ସନ୍ତୁଳିତ ବଜେଟ୍ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୋଟିଏ ଶିଶୁ ଜନ୍ମ ହେବା ପର ଠାରୁ ଆରମ୍ଭ କରି ଉଚ୍ଚସ୍ତରୀୟ ଗବେଷଣା ଓ ଦକ୍ଷତା ବୃଦ୍ଧି ପର୍ଯ୍ୟନ୍ତ ତଥା ମାନବ ପୁଞ୍ଜିର ସର୍ବାଙ୍ଗୀନ ବିକାଶକୁ ଏହି ବଜେଟ୍ ପୂରଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ସମଗ୍ର ଦେଶ ଆଜି କେନ୍ଦ୍ର ବଜେଟକୁ ସ୍ୱାଗତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଗରିବ, ମହିଳା, କୃଷକ, ଯୁବକ, ମଧ୍ୟବିତ୍ତ ଏବଂ ବଞ୍ଚିତ ବର୍ଗଙ୍କ ହିତରେ ଏକ ଉତ୍ସର୍ଗୀକୃତ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ବିକଶିତ ଭାରତର ସଂକଳ୍ପକୁ ନୂଆ ଉଚ୍ଚତାରେ ପହଞ୍ଚାଇବ । ଏହି ବଜେଟ୍ ‘ସବକା ସାଥ୍, ସବକା ବିକାଶ’ର ସଂକଳ୍ପକୁ ସାକାର କରିବାର ବଜେଟ୍ । ଏହି ବଜେଟରୁ ଓଡ଼ିଶା ଭଳି ରାଜ୍ୟ ବିଶେଷ ଭାବରେ ଲାଭବାନ ହେବ । ପ୍ରତ୍ୟେକ ବର୍ଗଙ୍କୁ ସଶକ୍ତ କରୁଥିବା ଏହି ସର୍ବସ୍ପର୍ଶୀ ଓ ସମାବେଶୀ ବଜେଟ୍ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷ ଭାବରେ କେନ୍ଦ୍ର ସରକାରଙ୍କ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କରଛାଡ଼ ଘୋଷଣାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମଧ୍ୟବିତ୍ତଙ୍କ ପାଇଁ ମୋଦୀ ସରକାରଙ୍କ ତରଫରୁ ଏହା ବଡ ଉପହାର ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ବଜେଟ୍ ଦୂରଦର୍ଶୀ ଓ ଭବିଷ୍ୟତବାଦୀ । ଏହା ଏକବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ପାଇଁ ଉଦ୍ଦିଷ୍ଟ, ଯେଉଁଥିରେ ଶିଶୁମାନଙ୍କ ଠାରୁ ଆରମ୍ଭ କରି ବିକଶିତ ଭାରତର ଏଜେଣ୍ଡାର ସ୍ୱପ୍ନକୁ ସାକାର କରିବା ପାଇଁ ନେତୃତ୍ୱକାରୀ ଯୁବପିଢ଼ି ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ବଜେଟ୍ ଚାଷୀଙ୍କ ଆୟ ବୃଦ୍ଧି କରିବ । ମହିଳା ଉଦ୍ୟୋଗୀଙ୍କ ପାଇଁ ନୂଆ ସୁଯୋଗ ତିଆରି କରିବ । ପୁଞ୍ଜିଗତ ବ୍ୟୟ ବୃଦ୍ଧି ହେବ, ପୁଞ୍ଜିନିବେଶ ବୃଦ୍ଧି ପାଇବ ଏବଂ ଦେଶର ଭିତ୍ତିଭୂମିକୁ ଏକ ନୂଆ ଦିଗ ମିଳିବ । ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହନ ମିଳିବ । ଶକ୍ତି, ଭିତ୍ତିଭୂମି ଏବଂ ଚାଷ ଭଳି କ୍ଷେତ୍ରକୁ ଅଧିକ ଗତି ମିଳିବ ।

ଶ୍ରୀ ପ୍ରଧାନ ଏହାର ବିସ୍ତୁତ ସୂଚନା ଦେଇ କହିଛନ୍ତି ଯେ ଚଳିତ କେନ୍ଦ୍ର ବଜେଟରେ ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୧ ଲକ୍ଷ ୨୮ ହଜାର ୬୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୮ କୋଟିରୁ ଅଧିକ ଶିଶୁ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ପୋଷଣ ସହାୟତା ପ୍ରଦାନ କରୁଥିବା ସଶକ୍ତ ଅଙ୍ଗନବାଡ଼ି ଓ ପୋଷଣ ୨.୦ କାର୍ଯ୍ୟକ୍ରମ ଉପରେ ମୋଦୀ ସରକାର ଗୁରୁତ୍ୱ ଦେଇଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦,୦୦୦ ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ସମସ୍ତ ଗ୍ରାମାଞ୍ଚଳରେ ମାଧ୍ୟମିକ ବିଦ୍ୟାଳୟକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ବହି ଯୋଗାଇଦେବା ପାଇଁ ସରକାର ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ଆରମ୍ଭ କରିବା ପାଇଁ ଯାଉଛନ୍ତି। ୫ଟି ଆଇଆଇଟିର କ୍ଷମତା ବୃଦ୍ଧି କରାଯାଇ ଅଧିକ ୬,୫୦୦ ଛାତ୍ରଛାତ୍ରୀ ପଢିବାର ବ୍ୟବସ୍ଥା ହେବ । ଗତ ୧୦ ବର୍ଷ ମଧ୍ୟରେ ୨୩ଟି ଆଇଆଇଟିରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୫ ହଜାରରୁ ୧୦୦ ପ୍ରତିଶତ ବୃଦ୍ଧି ପାଇ ୧.୩୫ ଲକ୍ଷରେ ପହଞ୍ଚିଛି ।

୫୦୦ କୋଟି ଟଙ୍କା ବ୍ୟୟରେ ଶିକ୍ଷାକ୍ଷେତ୍ରରେ ଏଆଇ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଆଇଆଇଟି ଏବଂ ଆଇଆଇଏସସିରେ ବୈଷୟିକ ଗବେଷଣା ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପିଏମ ରିସର୍ଚ୍ଚ ଫେଲୋସିପ୍ ଯୋଜନା ଅଧୀନରେ ୧୦,୦୦୦ ଫେଲୋସିପ୍ ପ୍ରଦାନ କରାଯିବ । ୧ କୋଟି ପାଣ୍ଡୁଲିପି ଐତିହ୍ୟର ସର୍ବେକ୍ଷଣ, ଦସ୍ତାବିଜ ଏବଂ ସଂରକ୍ଷଣ ପାଇଁ “ଜ୍ଞାନ-ଭାରତମ ମିଶନ” ହାତକୁ ନିଆଯିବ । ଜ୍ଞାନ ଆଦାନପ୍ରଦାନ ପାଇଁ ଭାରତୀୟ ଜ୍ଞାନ ପ୍ରଣାଳିରେ ଜାତୀୟ ଡିଜିଟାଲ ଡିପୋଜିଟାରୀ (ଆଇକେଏସ)ର ବ୍ୟବସ୍ଥା ହେବ।

ଆସନ୍ତା ବର୍ଷଠାରୁ ମେଡିକାଲ କଲେଜରେ ୧୦ ହଜାର ସିଟ୍ ଯୋଡ଼ାଯିବ । ଆସନ୍ତା ତିନି ବର୍ଷ ମଧ୍ୟରେ ସମସ୍ତ ଜିଲ୍ଲା ଡାକ୍ତରଖାନାରେ ଡେ-କେୟାର କ୍ୟାନସର ସେଣ୍ଟର ସ୍ଥାପନ କରିବା ସହ ୨୦୨୫-୨୬ରେ ହିଁ ୨୦୦ଟି କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପ୍ରୋତ୍ସାହିତ କରିବେ । ଯୁବପିଢିଙ୍କୁ ଦକ୍ଷ କରିବା ସହ ସେମାନଙ୍କ ବିଶ୍ୱସ୍ତରୀୟ ସୁଯୋଗର ସୁବିଧା ନେବା ପାଇଁ ୫ଟି ଜାତୀୟ ଦକ୍ଷତା ଉତ୍କର୍ଷ କେନ୍ଦ୍ର କରାଯିବ । ଏହାବ୍ୟତୀତ ଷ୍ଟାର୍ଟଅପ୍ ପାଇଁ ସରକାର ବର୍ତ୍ତମାନର ୧୦,୦୦୦ କୋଟି ଟଙ୍କାର ସରକାରୀ ଯୋଗଦାନ ବ୍ୟତୀତ ଅତିରିକ୍ତ ୧୦,୦୦୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବେ । ଡିପଟେକ୍ ପାଣ୍ଠି ଉଭୟ ବୈଷୟିକ ଏବଂ ଅଣ-ବୈଷୟିକ ପୃଷ୍ଠଭୂମିର ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରିବ । ପ୍ରଥମ ଥର ଉଦ୍ୟୋଗୀ ହୋଇଥିବା ୫ ଲକ୍ଷ ମହିଳା, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ନୂଆ ଯୋଜନା ହୋଇଛି । ଏହାଦ୍ୱାରା ଆଗାମୀ ୫ ବର୍ଷ ମଧ୍ୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ, ଯାହା ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଐତିହାସିକ ଧର୍ମେନ୍ଦ୍ର ପ୍ରଧାନ ନିର୍ମଳା ସୀତାରମଣ ବଜେଟ୍
Share. Facebook Twitter LinkedIn Email WhatsApp Copy Link

Related Posts

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ

February 26, 2026

ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା-୨୦୨୬ର ଉଦଘାଟନ କଲେ ରାଷ୍ଟ୍ରପତି

February 26, 2026

“PMFME ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ଅନୁମୋଦନ କମିଟି ବୈଠକ

February 26, 2026
Latest News

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ

February 26, 2026

ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା-୨୦୨୬ର ଉଦଘାଟନ କଲେ ରାଷ୍ଟ୍ରପତି

February 26, 2026

“PMFME ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ଅନୁମୋଦନ କମିଟି ବୈଠକ

February 26, 2026

ନିର୍ମାଣ ବିଭାଗ ପକ୍ଷରୁ ଏଆଇର ଉପଯୋଗ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.