Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ ଭଗବତୀଙ୍କ ପୀଠରେ ବସନ୍ତ ଉତ୍ସବ ଆରମ୍ଭ, ଫଗୁଖେଳି ମା’ଙ୍କୁ ନିମନ୍ତ୍ରଣ କଲେ ଶ୍ରୀରଙ୍କନାଥ ଦେବ
ଆଜିର ଖବର

ମା’ ଭଗବତୀଙ୍କ ପୀଠରେ ବସନ୍ତ ଉତ୍ସବ ଆରମ୍ଭ, ଫଗୁଖେଳି ମା’ଙ୍କୁ ନିମନ୍ତ୍ରଣ କଲେ ଶ୍ରୀରଙ୍କନାଥ ଦେବ

February 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମା’ ଭଗବତୀଙ୍କ ନବରାତ୍ର ପୂଜା
ଓଡିଶା ପ୍ରସିଦ୍ଧ ମା’ ଭଗବତୀଙ୍କ ନବରାତ୍ର ପୂଜା, ଜାଣନ୍ତୁ କଣ ରହିଛି ପରମ୍ପରା

ବାଣପୁର: ବସନ୍ତ ପଞ୍ଚମୀରେ ମା’ସରସ୍ଵତୀଙ୍କ ସର୍ବତ୍ର ପୂଜା ଉତ୍ସବ, ବସନ୍ତ ଋତୁ ଆଗମନର ପ୍ରଥମ ଦିନ ଶ୍ରୀପଞ୍ଚମୀ,ଆଜିଠାରୁ ଦେବାଦେବୀଙ୍କ ଘୋଡ଼ଲାଗୀଶେଷ।ଦୋଳ ପର୍ବ ଓ ଚ଼ାଚେରୀ ଭୋଗ ଲାଗି ଗାଁରୁ ସହର ସର୍ବତ୍ର ଘଣ୍ଟା ଘଣ୍ଟକାହାଳୀର ୮ଶବ୍ଦରେ ଗାଁ ଦାଣ୍ଡ ଫାଟିପଡ଼ିବ। ଅବିର ଖେଳରେ ଏକତ୍ର ହେବେ ଦେବା ଦେବୀ। ଭକ୍ତର ଦୁଆରେ ଭୋଗ ଖାଇବେ ମା’ ଭଗବତୀ। ବାଣପୁରର ଆରାଧ୍ୟ ଠାକୁର ଶ୍ରୀରଙ୍କ ନାଥ ଦେବ ଆଜି ଦୋଳ ପର୍ବରେ ଯୋଗ ଦେବାକୁ ମା’ ଭାଗବତୀ ଙ୍କୁ ନିମନ୍ତ୍ରଣ କରିଛନ୍ତି।

ବସନ୍ତ ପଞ୍ଚମୀର ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପ ପରେ ପ୍ରଭୁଶ୍ରୀରଙ୍କ ନାଥ ଦେବଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦୋଳବିମାନରେ ବସି ଘଣ୍ଟା ଘଣ୍ଟକାହାଳୀ ଛତ୍ର ତରାଶ ମଶାଲ ରେ ମା’ଭଗବତୀଙ୍କୁ ନିମନ୍ତ୍ରଣ କରିବାକୁ ଦିନ ଏକ ଘଟିକା ସମୟ ରେ ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରଠାରେ ବିଜେ କରିଥିଲେ। ସେଠାରେ ମା’ ଭଗବତୀ କାଠି ଠାକୁରାଣୀଙ୍କ ସହିତ ଏକତ୍ର ଉପବେସନ କରିଥିଲେ। ପୂଜକ ପ୍ରକାଶ ମହାପାତ୍ର ଉଭୟ ଦୁର୍ଗାମାଧବଙ୍କୁ ପଞ୍ଚପୋଚାରରେ ପୂଜାର୍ଚ୍ଚନା କରାଇ ଖଇ ନଡ଼ିଆ ପାତି, ଗଜାମୁଆଁ, ଫଳ ମୂଳ ଇତ୍ୟାଦି ଧୂପ ପରେ ଆଳତି ବନ୍ଦାପନା ବଢ଼ାଇଥିଲେ।ପରେ ଦୁର୍ଗା ଓ ମାଧବଙ୍କ ମଧ୍ୟରେ ପରସ୍ପରଠାରେ ଅବିର ଲାଗି କରାଯାଇ ଦୋଳରେ ଚ଼ାଚ଼େରୀଖିଆ ପାଇଁ ନିମନ୍ତ୍ରଣ କରିଥିଲେ।

ଉତ୍କଳର ସର୍ବତ୍ର ଦୋଳ ପର୍ବରେ ଦୋଳ ଗୋବିନ୍ଦଙ୍କ ଚ଼ାଚ଼େରୀ ଖିଆ ଥିବା ବେଳେ ଶକ୍ତିପୀଠ ବାଣପୁରରେ ଆରାଧ୍ୟାଦେବୀ ମା’ ଭଗବତୀ ଚାଚେରୀ ଖିଆରେ ଗ୍ରାମ ପରିକ୍ରମା କରୁଥିବାର ପରମ୍ପରା ରହିଛି। ଦୋଳ ପୂର୍ଣ୍ଣମୀ ଦିନ ମା’ଭଗବତୀ ନିକଟସ୍ଥ ଶାସନ ବାଡ଼ିମାନଙ୍କରେ ଚାଚେରୀ ଖାଇ ବାପଘର ପରିଛାଙ୍କ ଘରେ ଦହିପଖାଳ, ମାଛ ଭଜା ସହିତ ନାନାଦିବ୍ୟଞ୍ଜନ ଲାଗି ହେବାର ବିଧି କାହିଁ କେଉଁ କାଳରୁ ଚାଲି ଆସିଛି।

ବସନ୍ତ ପଞ୍ଚମୀ ମା’ ଭଗବତୀ ଶ୍ରୀରଙ୍କନାଥ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.