Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ୭ମ ଶ୍ରୀଜଗନ୍ନାଥ ମହୋତ୍ସବ: ମା’ଭଗବତୀଙ୍କ ପୀଠରେ ପ୍ରଥମ ନିମନ୍ତ୍ରଣ
ଆଜିର ଖବର

ଲୀଳାକ୍ଷେତ୍ର କାଙ୍କଣ ଶିଖରୀରେ ୭ମ ଶ୍ରୀଜଗନ୍ନାଥ ମହୋତ୍ସବ: ମା’ଭଗବତୀଙ୍କ ପୀଠରେ ପ୍ରଥମ ନିମନ୍ତ୍ରଣ

February 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରକୁ ଯବନମାନଙ୍କ ବାରମ୍ବାର ଆକ୍ରମଣ କାଳରେ ଦାରୁ ବ୍ରହ୍ମଙ୍କୁ ବିଭିନ୍ନ ସ୍ଥାନରେ ରଖି ଗୋପନ ଲୀଳା ପ୍ରକାଶ କରାଯାଇଥିଲା। ଆକ୍ରମଣପୂର୍ବରୁ ଡ଼ଗରମାନଙ୍କଠାରୁ ସୂଚନା ପାଇଁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ପାଇକ ସୈନ୍ୟ ଓ ସେବାୟତମାନେ ଚ଼ତୁର୍ଦ୍ଧାମୂର୍ତ୍ତିଙ୍କୁ ନିଳାଦ୍ରୀ ମଣ୍ଡପରୁ ଓଲାଗି କରାଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗୋପ୍ୟ କରାଯାଇଥିବାର କଥା ମାଦଳାପାଞ୍ଜିରୁ ଜଣା ପଡେ।

ସେହି ଅନୁସାରେ ପ୍ରଭୁ ଦାରୁ ବୁହ୍ମଙ୍କୁ ୭ ଥର କେବଳ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୀଳାଖେଳା କରାଯାଇ ଥିବାର ସ୍ମୃତି ଏବେ ମଧ୍ୟ ରହିଛି। ଚିଲିକାର ଗୁରୁବାଇ, ଚ଼ଡ଼େଇ ହଗା, ନଇରୀର ହରିହରେଶ୍ଵର ମନ୍ଦିର, ଚିଲିକାର କାଙ୍କଣକୁଦ, ଗବପଦର, ନିଳାଦ୍ରୀ ପ୍ରସାଦ ର ଘଞ୍ଚ ଅରଣ୍ୟ, ଅନ୍ଧାରୀ ମହିମ, ( ବର୍ତ୍ତମାନ ଅଳନ୍ଦା ନିକଟବର୍ତ୍ତି ଅନ୍ଧାରି ପାହାଡ ବୋଲି କେତେକ ଗବେଷକ କହନ୍ତି) ସାହାସପୁର, ବଡ଼ହନ୍ତୁ ଆଡ଼ ଇତ୍ୟାଦି ସ୍ଥାନ ପ୍ରଭୁଙ୍କ ଗୋପନ ରହଣି ସ୍ଥଳ ଭାବରେ ପରିଚିତ ହୋଇ ପରବର୍ତ୍ତୀକାଳରେ ଲୀଳାକ୍ଷେତ୍ରର ମାନ୍ୟତା ଲାଭ କରିଛି।

ବିଶେଷକରି ଚିଲିକାର ନଇରୀ ବଉଳା ବନ୍ଧ ଉପକଣ୍ଠରେ ଥିବା ଚିଲିକା ଜଳଘେରି କାଙ୍କଣକୁଦ ଯାହା କାଙ୍କଣ ଶିଖରୀ ଭାବରେ ପରିଚିତ ସେହିଠାରେ ଦାରୁ ବିଗ୍ରହମାନଙ୍କୁ ୪ ମାସ ଧରି ରଖାଯାଇ ମଣୋହିରେ କାଙ୍କଣ ଫଳ ଲାଗି କରାଯାଇଥିବାର କଥା ସେଠାର ମାଟିତଳୁ ମିଳିଥିବା ପ୍ରଭୁଙ୍କ ସେବାରେ ଲାଗିଥିବା ବିଭିନ୍ନ ଦ୍ରବ୍ୟରୁ ଜଣାପଡ଼େ। ସେ ମାଟିର ବାସ୍ନା ଏବେ ମଧ୍ୟ ଚନ୍ଦନ କର୍ପୁରର ମହକ ପରିବାସୁଥିବାର ଜଣାପଡ଼ିବା ପରେ ସେହି ପବିତ୍ରପୀଠକୁ ଶ୍ରଦ୍ଧାଳୁମାନଙ୍କ ସୁଅ ଛୁଟିଲା। ଏପରିକି ଗଜପତି ମହାରାଜା ଦିବ୍ୟସିଂହ ଦେବ , ଦଇତାପତି ସେବକ, ପୂଜାପଣ୍ଡା, ମହାସୁଆର, ପୁରୀର ମଠ ମନ୍ଦିରର ମହନ୍ତ, ଶ୍ରୀ ମନ୍ଦିର ପ୍ରଶାସନ, ସାଧୁ ସନ୍ଥ ଓ ଇତିହାସ ଗବେଷକମାନେ ମଧ୍ୟ ସେଠାରେ ପହଞ୍ଚି ସେହି ସ୍ଥାନକୁ ନିରୀକ୍ଷଣ କରି ପ୍ରଭୁଙ୍କ ପ୍ରଧାନ ଲୀଳାକ୍ଷେତ୍ର ଭାବରେ ମାନ୍ୟତା ପ୍ରଦାନକରିବା ପରେ ସେହିଦିନଠାରୁ ସେଠାରେ ସ୍ଥାନୀୟ ଜଗନ୍ନାଥ ପ୍ରେମୀଙ୍କ ସହଯୋଗରେ ଶ୍ରୀଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି।

ଚଳିତବର୍ଷ ୭ ମ ମହୋତ୍ସବ ଚଳିତ ମାଘ ଶୁକ୍ଳ ନବମୀ ଗୁରୁବାର ତା-୬-୨-୨୫ରିଖରୁ ଆରମ୍ଭ ହୋଇ ତା୯-୨-୨୫ ରିଖରବିବାର ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଚିଲିକା ବାଣପୁର ଶ୍ରୀଜଗନ୍ନାଥ ମନ୍ଦିର ସମନ୍ବୟ ସମିତି ଓ ଲୀଳକ୍ଷେତ୍ର କାଙ୍କଣ ଶିଖରୀ ଉନ୍ନୟନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଶିଖରୀଠାରେ ୪ଦିନ ଧରି ମହାଯଜ୍ଞ, ସାଧୁସଂନ୍ଥ, ମଠାଧୀଶ, ‘ଶ୍ରୀଜଗନ୍ନାଥଙ୍କ ପ୍ରମୁଖ ସେବକ, ଇତିହାସ ଗବେଷକ, କବି ସାହିତ୍ୟିକ, ରାଜନୈତିକ ନେତୃମଣ୍ଡଳୀଙ୍କ ସମାଗମ, ସହିତ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରବଚନ, ଭଜନ କୀର୍ତ୍ତନ ଇତ୍ୟାଦି ବିରାଟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଚଳିତ ବର୍ଷର ବିଶେଷ ଆକର୍ଷଣ କେବଳ ନିମ ଦାରୁରେ ନିର୍ମିତ୍ତ ଶ୍ରୀଜଗନ୍ନାଥଙ୍କ ୨୪ ବେଶର ଦାରୁ ବିଗ୍ରହ ସେଠାରେ ସ୍ଥାପନ କରାଯାଇ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ର ଶୁଭ ଉଦ୍ ଘାଟନ ହେବ। ଶ୍ରୀପଞ୍ଚମୀରେ ଟ୍ରଷ୍ଟର ପ୍ରମୁଖ ଡ଼ା.ସୁଶାନ୍ତ କୁମାର ସାହୁ, ସଭାପତି ହାଡ଼ିବନ୍ଧୁ ପଟ୍ଟନାୟକ,ଶ୍ରଦ୍ଧାଳୁ ଚ଼ିନ୍ମୟ ଘଡ଼ାଇ ନିମନ୍ତ୍ରଣ ପତ୍ର ଧରି ବାଣପୁରର ଆରାଧ୍ୟା ଦେବୀ, ମଙ୍ଗଳମୟୀ ମା’ଭଗବତୀଙ୍କ ପୀଠରେ ପହଞ୍ଚି ମହୋତ୍ସବର ମଙ୍ଗଳ କାମନା ନିମତ୍ତ ମା’ଙ୍କ ପୀଠରେ ପୂଜାର୍ଚ୍ଚନା କରି ଆଜ୍ଞାମାଳ ନିମନ୍ତେ ଶରଣାପର୍ଣ୍ଣ ହୋଇ ଗୁଆନଡ଼ିଆ ମହାପ୍ରସାଦ ଦେଇ ନିମନ୍ତ୍ରଣ ଅନୁକୂଳ କରିଥିଲେ।ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ,ପୂଜକ ସାଆନ୍ତ ପ୍ରକାଶ ମହାପାତ୍ର, ପାଳିଆ ମାଳି ସେବକ ସଂଜୟ ମହାପାତ୍ର, ପବିତ୍ର ନାୟକ ପ୍ରମୁଖ ନିମନ୍ତ୍ରଣଗ୍ରହଣ କରି ସ୍ୱୀକୃତ୍ତି ପ୍ରଦାନକରିବା ପରେ ଚିଲିକା ଓ ବାଣପୁର ମଣ୍ଡଳରେ ଥିବା ସମସ୍ଥ ଶ୍ରୀଜଗନ୍ନାଥ ମନ୍ଦିରକୁ ଗୁଆନିମନ୍ତ୍ରଣ ଆରମ୍ଭ ହୋଇଥିଲା ।

ମହାଯଜ୍ଞର ପ୍ରଥମ ଦିନ ୬ ତାରିଖ ଗୁରୁବାର ଅଧିବାସ ଅବସରରେ ମା’ଙ୍କ ଆଜ୍ଞାମାଳ ସହିତ ଦୁଇ ମଣ୍ଡଳର ସବୁ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଥାଟ ପଟୁଆରରେ ବାହାରି କାଙ୍କଣ ଶିଖରୀରେ ପହଞ୍ଚିବାପରେ ମହାଯଜ୍ଞ ଆରମ୍ଭ ହେବ ବୋଲି ଟ୍ରଷ୍ଟର ପ୍ରମୁଖ ଡ଼ା ସାହୁଙ୍କ ଠାରୁ ପ୍ରକାଶ ।

କାଙ୍କଣ ଶିଖରୀ ମା'ଭଗବତୀ ଲୀଳାକ୍ଷେତ୍ର ଶ୍ରୀଜଗନ୍ନାଥ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025
Latest News

ଦିଲ୍ଲୀ ବିସ୍ଫୋରଣ ପରେ ପୋଲିସ ଡିଜିଙ୍କ ସହିତ କଥା ହେଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

November 10, 2025

ପୂର୍ବତଟ ରେଳପଥ କ୍ଷମତା ବୃଦ୍ଧି ପାଇଁ ସମ୍ବଲପୁର ଡିଭିଜନରେ ବିଦ୍ୟୁତୀକରଣ ପ୍ରଣାଳୀକୁ ଅପଗ୍ରେଡ୍ କରିବ

November 10, 2025

ଶ୍ରୀନାଥଜୀ ମନ୍ଦିରକୁ ମୁକେଶ ଅମ୍ବାନୀଙ୍କ ୧୫ କୋଟି ଦାନ, ୫୦ କୋଟିର ପ୍ରକଳ୍ପ ଘୋଷଣା

November 10, 2025

Delhi Car Blast Update: ଗୃହମନ୍ତ୍ରୀଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

November 10, 2025

ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭା, ପ୍ରଥମ ଥର ପାଇଁ ଅଭିଭାଷଣ ରଖିବେ ରାଷ୍ଟ୍ରପତି

November 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.