Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ, ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ କଲେ ପରିଦର୍ଶନ
ଆଜିର ଖବର

ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ, ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ କଲେ ପରିଦର୍ଶନ

February 4, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ଗସ୍ତରେ ଷୋଡ଼ଶ ଅର୍ଥ କମିଶନ, ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ କଲେ ପରିଦର୍ଶନ

ଭୁବନେଶ୍ୱର: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କମିଶନ ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ ଅପରାହ୍ନରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଥିଲେ ।

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିଦର୍ଶନ ବେଳେ ବ୍ୟକ୍ତିଗତ ଆଭୂଷଣ କେନ୍ଦ୍ରରେ ଜନଜାତି ଅଳଙ୍କାର, ଗୋଡ ଖଡୁ, ବାହୁଟି, ଅଣ୍ଟାସୂତା ମାଳିହାର ଆଦି ଦେଖିଥିଲେ । ଜନଜାତି ହସ୍ତତନ୍ତ, ବ୍ୟକ୍ତିଗତ ଆସବାବପତ୍ର, ଡୋକ୍ରା ଶିଳ୍ପ ଏବଂ ବିଭିନ୍ନ ଚିତ୍ରକଳା ଦେଖି ଅଭିଭୂତ ହୋଇଥିଲେ । ପ୍ରେକ୍ଷାଳୟରେ ଆଦିମ ଜନଜାତିଙ୍କ ସଂସ୍କୃତି, ପରମ୍ପରା, ଜୀବନଯାପନ ଶୈଳୀକୁ ନେଇ ପ୍ରସ୍ତୁତ ବୃତ୍ତଚିତ୍ର ଦେଖିଥିଲେ । ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କ ଦୁନିଆ, ଜନଜାତି ଗୃହ ପୁଞ୍ଜ ଦେଖି ଖୁସି ବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରୟାସରେ କରାଯାଉଥିବା ଜନଜାତିଙ୍କ ସରଂକ୍ଷଣକୁ ମଧ୍ୟ ପ୍ରଶଂସା କରିଥିଲେ ।

ପରେ ପରେ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ସ୍ପୋର୍ଟସ ସାଇନ୍ସ ସେଣ୍ଟର, ବାୟୋ ମେକାନିକ୍ସ ଲ୍ୟାବ, ଗେଟ ଲ୍ୟାବ, ସ୍ପିନ ଷ୍ଟୁଡିଓ, ପାରା ଆଥଲେଟ ପରଫରମାନ୍ସ ସେଣ୍ଟର, ଟେନିସ ସେଣ୍ଟର, ଆଥଲେଟିକ୍ସ ସେଣ୍ଟର, ହକି ଷ୍ଟାଡିୟମ, ଜିମ୍ନାଷ୍ଟିକ କେନ୍ଦ୍ର , ସନ୍ତରଣ କେନ୍ଦ୍ର, ଗୋପୀଚାନ୍ଦ ବ୍ୟାଡମିଣ୍ଟନ ହାଇପରଫରମାନ୍ସ ସେଣ୍ଟର ବୁଲି ଦେଖିଥିଲେ ।

ଏହି ଗସ୍ତ ସମୟରେ ଅର୍ଥ କମିଶନ ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନାଗରିୟା, ଶ୍ରୀ ଅଜୟ ନାରାୟଣ ଝା, ଶ୍ରୀମତୀ ଆନ୍ନି ଜର୍ଜ ମାଥ୍ୟୁ, ଡକ୍ଟର ମନୋଜ ପଣ୍ଡା, ଅର୍ଥନୈତିକ ଉପଦେଷ୍ଟା ଡକ୍ଟର ପ୍ରଶାନ୍ତ କୁମାର ପଣ୍ଡା, ଯୁଗ୍ମ ନିର୍ଦ୍ଦେଶକ ପ୍ରିୟା ସରାଫ, ଉପ ନିର୍ଦ୍ଦେଶକ ମାନସୀ ଗୁପ୍ତା ଓ ଶିଖା ସିଂହ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ଲିଆସେନିଙ୍ଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ଧଉଳି ଗ୍ରାମ ପଞ୍ଚାୟତ, କୋଣାର୍କ, ପୁରୀ ଗସ୍ତରେ ଅର୍ଥ କମିଶନ ଯିବେ ।

ଷୋଡ଼ଶ ଅର୍ଥ କମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026
Latest News

ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କୁ ୭ ସର୍ତ୍ତ ପଠାଇଲା ଇରାନ୍‌

September 20, 2026

ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌-ମୁଖ୍ୟମନ୍ତ୍ରୀ ଟ୍ରଫି ଉଦ୍‌ଘାଟିତ

September 20, 2026

ସମୁଦ୍ରରୁ ବଳ ଗୋଟାଉଛି ଲଘୁଚାପ, ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷିବ

September 20, 2026

ଏଣିକି ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିିବ ସୋସିଆଲ୍ ମିଡିଆ ପ୍ରେମ

September 20, 2026

ପାନୀୟ ଜଳର ଗୁଣବତ୍ତା ନିରୀକ୍ଷଣ ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିଛି ପୂର୍ବତଟ ରେଳପଥ

September 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.