Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟପାଳଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ୍ କଲେଜର ପ୍ରତିନିଧି ମଣ୍ଡଳୀ: ଓଡ଼ିଶାର ଦ୍ରୁତ ପ୍ରଗତିକୁ ପ୍ରଶଂସା
ଆଜିର ଖବର

ରାଜ୍ୟପାଳଙ୍କୁ ସାକ୍ଷାତ କଲେ ନ୍ୟାସନାଲ୍ ଡିଫେନ୍ସ୍ କଲେଜର ପ୍ରତିନିଧି ମଣ୍ଡଳୀ: ଓଡ଼ିଶାର ଦ୍ରୁତ ପ୍ରଗତିକୁ ପ୍ରଶଂସା

February 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନ୍ୟାସନାଲ୍ ଡିଫେନ୍ସ୍ କଲେଜର୧୭ ଜଣିଆ ପ୍ରତିନିଧିମଣ୍ଡଳୀ ରାଜଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତିଙ୍କୁ ସାକ୍ଷାତ କରିଛନ୍ତି। ଅଭିଷେକ ହଲ୍ ଠାରେ ରାଜ୍ୟପାଳଙ୍କ ସହ ବାର୍ତ୍ତାଳାପ ସମୟରେ ଓଡିଶାର ଦ୍ରୁତ ପ୍ରଗତିକୁ ପ୍ରତିନିଧିମଣ୍ଡଳୀ ପ୍ରଶଂସା କରିଛନ୍ତି। ଭାରତୀୟ ସ୍ଥଳ ସେନା, ବାୟୁସେନା, ନୌସେନା ଏବଂ ବେସାମରିକ ସେବାର ବରିଷ୍ଠ ଅଧିକାରୀ-ତଥା-ମିତ୍ରରାଷ୍ଟ୍ର ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ନେପାଳ ଓ ବାଂଲାଦେଶରୁ ଆସିଥିବା ବରିଷ୍ଠ ପଦାଧିକାରୀଙ୍କ ସହ ବାର୍ତ୍ତାଳାପ ସମୟରେ ରାଜ୍ୟପାଳ ଡ. କମ୍ଭମ୍‌ପାଟି ଓଡ଼ିଶାର ଦ୍ରୁତ ପ୍ରଗତି ସଂପର୍କରେ ସୂଚନା ଦେଇ ଦେଶର ଶ୍ରେଷ୍ଠ ପ୍ରଗତିଶୀଳ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପରିଗଣିତ ହୋଇଛି ବୋଲି କହିଥିଲେ।

ଏତଦ୍‌ବ୍ୟତୀତ ଓଡ଼ିଶାର ଶାସନ ବ୍ୟବସ୍ଥା, ଉନ୍ନୟନ ନୀତି, ଦକ୍ଷତା ବିକାଶ, ବୈଷୟିକ କୌଶଳ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଉନ୍ନୟନ ଓ କଲ୍ୟାଣ ମୂଳକ ଯୋଜନାର କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷପ ସଂପର୍କରେ ଅବତାରଣା କରି ଦେଶର ସାମଗ୍ରିକ ବିକାଶରେ ରାଜ୍ୟର ଭୂମିକା ସଂପର୍କରେ କହିଥିଲେ। ପ୍ରତି ସଂସ୍ଥାରେ ଦକ୍ଷତା ବିକାଶର ଗୁରୁତ୍ୱ ସହ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ଦକ୍ଷ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଥିଲେ।

ଓଡ଼ିଶାର ଖଣିଜ ସଂପଦ, ଶିଳ୍ପାୟନ, ବନ୍ଦରମାନଙ୍କର ବିକାଶ, ଜାତୀୟ ରାଜପଥ, ବିମାନ ବନ୍ଦର, ସୁବିସ୍ତୀର୍ଣ୍ଣ ବେଳାଭୂମି, ପର୍ଯ୍ୟଟନ କ୍ଷେତ୍ରର ବିକାଶ ସଂପର୍କରେ ଆଲୋଚନା କରି ଗତ ଜାନୁୟାରୀ ମାସରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାର ପ୍ରଗତିକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ରାଜ୍ୟପାଳ କହିଥିଲେ।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ ମଧ୍ୟ ପ୍ରତିନିଧି ମଣ୍ଡଳୀଙ୍କ ସହ ବାର୍ତ୍ତାଳାପରେ ସାମିଲ ହୋଇଥିଲେ। ନ୍ୟାସନାଲ ଡିଫେନ୍ସ୍ କଲେଜରୁ ଆସିଥିବା ପ୍ରତିନିଧିମାନେ ଭାରତ ଭ୍ରମଣ ଅବସରରେ ଓଡ଼ିଶା ପରିଦର୍ଶନର ଅନୁଭୂତି ବର୍ଣ୍ଣନା କରିଥିଲେ ଏବଂ ଓଡ଼ିଶାର ଦ୍ରୁତ ପ୍ରଗତି ସହିତ ଓଡ଼ିଶାର ଜନସାଧାରଣ ଏବଂ ତାଙ୍କର ସକରାତ୍ମକ ମନୋଭାବ, ମାନବ ସମ୍ବଳ, ନୀତି ଏବଂ ଶାସନ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିଥିଲେ।

ତୃଣମୂଳସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଶାର ଶାସନ ବ୍ୟବସ୍ଥା, ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସଂପର୍କରେ ଜ୍ଞାନ ଆହରଣ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ପ୍ରତିନିଧିମଣ୍ଡଳୀ କହିଥିଲେ।

ଓଡିଶା ଡ. ହରି ବାବୁ କମ୍ଭମ୍‌ପତି ନୌସେନା ବାୟୁସେନା ରାଜଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.