Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ରାଜପଥରେ ଆତଙ୍କରାଜ, ୬ ଗୁରୁତର ଆହତ
ଆଜିର ଖବର

ଜାତୀୟ ରାଜପଥରେ ଆତଙ୍କରାଜ, ୬ ଗୁରୁତର ଆହତ

February 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯୁବକଙ୍କ ମୃତ୍ୟୁ
ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋପାଳପୁର ନିର୍ବାଚନମଣ୍ଡଳୀ ଗୋଳନ୍ଥରା ଥାନା ଅର୍ନ୍ତଗତ ଜାତୀୟ ରାଜପଥ ହଳଦିଆ ପଦର ଠାରେ କିଛି ଅସାମାଜିକ ଯୁବକ ଖଣ୍ଡାରେ ୩ ଜଣ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ କରିଛନ୍ତି। ସନତ ନାୟକ, ସଲୀପ ପାତ୍ର ଓ ସୁନୀଲ ସାମଲଙ୍କୁ ଅଭିଯୁକ୍ତମାନେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିବା ସହ ନିକଟସ୍ଥ ଗୋଟିଏ ଚିକେନ ଦୋକାନ ଓ ଫାଷ୍ଟଫୁଡ୍ ଦୋକାନ ଭିତରେ ପଶି ଦୋକାନ ଭାଙ୍ଗି ଦୋକାନୀ ସୟଦ୍ ଉମର୍ ଓ ବାବୁଲି ପାଳ ସମେତ ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଯୁବକଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗତ ସାଧାରଣ ନିର୍ବାଚନ ପରେ ସମଗ୍ର ଗୋପାଳପୁର ନିର୍ବାଚନମଣ୍ଡଳୀ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଗଣିତ ହେଉଥିବାବେଳେ ଗତ ଅଗଷ୍ଟ ମାସରେ କନିଷୀ ହାଟରେ ଅବସ୍ଥିତ ଜଣେ ବିଜେଡି ଯୁବ ନେତାଙ୍କର କାର୍ଯ୍ୟାଳୟରେ କିଛି ଯୁବକ ପଶି ଅଫିସ ଭଙ୍ଗାରୁଜା ସହ ଯୁବ ନେତାଙ୍କୁ ଆକ୍ରମଣ କରିଥିଲେ। ଯାହାକି ସେତେବେଳେ ସେହି ଗଣ୍ଡଗୋଳର ଭିଡିଓ ସାଧାରଣ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ପରବର୍ତ୍ତୀ ସମୟରେ ବିଜେଡି ନେତୃବୃନ୍ଦ ଏହି ଭଳି କାର୍ଯ୍ୟକ୍ରମ ବିଷୟରେ ବ୍ରହ୍ମପୁର ଏସ୍ ପି ଙ୍କୁ ଅବଗତ କରାଇଥିଲେ। ପୁଣି ଗତ ଡ଼ିସେମ୍ବର ୨୭ ତାରିଖ ମଧ୍ୟରାତ୍ରରେ ଦୁର୍ଯ୍ୟୋଧନ ରେଡ଼ି ନାମକ ଜଣେ ବ୍ୟକ୍ତିକୁ ଆକ୍ରମଣ ହୋଇଥିଲା।

ଉକ୍ତ ମାମଲାରେ ସୁବାଷ ଦାସ୍, କୁରେଶ ଦାସ, କିରଣ ବେହେରା ଓ ଆଶିଷ ଦଳେଇ ନାମକ ୪ ଜଣ ଯୁବକ ଗିରଫ ହୋଇ ଏହି କିଛି ଦିନ ହେଲା ଜାମିନରେ ଆସିଥିଲେ। ଗତକାଲି ଏହି ଆକ୍ରମଣ ଘଟଣାରେ ସୁବାଷ ଓ ଆଶିସ ସମ୍ପୃକ୍ତ ବୋଲି ଆହତ ଯୁବକ ମାନଙ୍କ ଠାରୁ ପ୍ରକାଶ। ଖବର ପାଇ ଗୋଳନ୍ଥରା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆତଙ୍କରାଜ ଗୁରୁତର ଆହତ ଗୋଳନ୍ଥରା ଥାନା ହଳଦିଆ ପଦର
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.