Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାକୁମ୍ଭରେ ବୁଡ଼ ପକାଇଲେ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ, ଯୋଗୀ ସରକାରଙ୍କୁ କଲେ ପ୍ରଶଂସା, ଆରମ୍ଭ ହେଲା ଚର୍ଚ୍ଚା
ଆଜିର ଖବର

ମହାକୁମ୍ଭରେ ବୁଡ଼ ପକାଇଲେ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ, ଯୋଗୀ ସରକାରଙ୍କୁ କଲେ ପ୍ରଶଂସା, ଆରମ୍ଭ ହେଲା ଚର୍ଚ୍ଚା

February 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସଙ୍ଗମ ସହର ପ୍ରୟାଗରାଜ ମହାକୁମ୍ବରେ ନେତାମାନଙ୍କ ପହଞ୍ଚିବାର ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ କର୍ଣ୍ଣାଟକ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡି.କେ ଶିବକୁମାର ଆଜି ପ୍ରୟାଗରାଜରେ ପହଞ୍ଚି ମହାକୁମ୍ବରେ ବୁଡ଼ ପକାଇଛନ୍ତି। ଶିବକୁମାର ତାଙ୍କ ପରିବାର ସହିତ ଗଙ୍ଗାରେ ସ୍ନାନ କରିଛନ୍ତି। ଏହି ସମୟରେ ମହାକୁମ୍ଭର ଭବ୍ୟ ଆୟୋଜନ ପାଇଁ ୟୁପିର ଯୋଗୀ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସୂଚନା ଅନୁଯାୟୀ, ଡି.କେ ଶିବକୁମାର ଗଣମାଧ୍ୟମକୁ କହିଛନ୍ତି ଯେ, “ଏହି ପବିତ୍ର କାର୍ଯ୍ୟକ୍ରମ ପାଇଁ ସମସ୍ତ ଆୟୋଜକଙ୍କୁ ଧନ୍ୟବାଦ। ଏହା ଜୀବନରେ ଏକ ଐତିହାସିକ ମୁହୂର୍ତ୍ତ। ଏଠାକୁ ଆସିଥିବା କୋଟି କୋଟି ଲୋକଙ୍କ ପାଇଁ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି, ତାହା କୌଣସି ଛୋଟ କାମ ନୁହେଁ। ସେମାନେ (ଯୋଗୀ ସରକାର) ଏକ ଭଲ କାମ କରିଥିବାରୁ ମୁଁ ବହୁତ ଖୁସି।”

କଂଗ୍ରେସ ନେତାଙ୍କ ସହ ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ। ଡି.କେ ଶିବକୁମାର କହିଛନ୍ତି ଯେ, ଉତ୍ତରପ୍ରଦେଶ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ମୋତେ ଭେଟିବା ପାଇଁ ବେଙ୍ଗାଲୁରୁ ଆସିଥିଲେ ଏବଂ ମୋତେ ହିଁ ମହାକୁମ୍ଭରେ ଭାଗ ନେବାକୁ ନିମନ୍ତ୍ରଣ କରିଥିଲେ। ଏହା ମୋ ପାଇଁ ଏକ ଅଦ୍ଭୁତ ଅନୁଭୂତି ଥିଲା।

ରାଜନୈତିକ ମହଲରେ ବଢିଲା ଚର୍ଚ୍ଚା:

ତେବେ ଏହି ବୈଠକ ପରେ ଡି.କେ ଶିବକୁମାରଙ୍କ ବିଦ୍ରୋହକୁ ନେଇ କଳ୍ପନାଜଳ୍ପନା ପୁଣି ଆରମ୍ଭ ହୋଇଛି। କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଫେରିବା ଦିନଠାରୁ ଦଳର ଏକ ଗୋଷ୍ଠୀ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଆସୁଛି। ଏଥି ସହିତ, ବର୍ତ୍ତମାନ ତାଙ୍କ ଆସିବା ଏବଂ ମହାକୁମ୍ଭରେ ସ୍ନାନ କରିବା ମଧ୍ୟ ଚାପ ସୃଷ୍ଟି କରିବା ପାଇଁ ଏକ ପ୍ରକାର ରାଜନୀତି ଭାବରେ ଦେଖାଯାଉଛି।

ଡି.କେ ଶିବକୁମାର କହିଛନ୍ତି ଯେ, “ଉତ୍ତରପ୍ରଦେଶ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ମୋତେ ଭେଟିବା ପାଇଁ ବେଙ୍ଗାଲୁରୁ ଆସିଥିଲେ ଏବଂ ସେମାନେ ହିଁ ମୋତେ ମହାକୁମ୍ଭରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ। ମୁଁ ବହୁତ ଖୁସି ଯେ, ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସିଛନ୍ତି ଏବଂ ଏହି ସମୟ ମଧ୍ୟରେ ମୁଁ ଦେଶର ବିଭିନ୍ନ ସ୍ଥାନରୁ ବହୁ ଲୋକଙ୍କୁ ଭେଟିବା ପାଇଁ ସୁଯୋଗ ପାଇଛି।

dk shivkumar Maha Kumbh 2025 prayagraj
Share. Facebook Twitter LinkedIn Email WhatsApp Copy Link

Related Posts

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Latest News

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.