Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ଉପରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
ଆଜିର ଖବର

‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ଉପରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

February 11, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ପାଇଁ ସଂସଦୀୟ ପରାମର୍ଶଦାତା କମିଟିର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ବନ୍ଦୀ ସଞ୍ଜୟ କୁମାର, କମିଟିର ସଦସ୍ୟ, କେନ୍ଦ୍ର ଗୃହ ସଚିବ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ବିଚାର ବିମର୍ଶ ହୋଇଥିଲା।

ବୈଠକକୁ ସମ୍ବୋଧିତ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଭାରତରେ ଡିଜିଟାଲ ଭିତ୍ତିଭୂମିର ସମ୍ପ୍ରସାରଣ ହୋଇଛି, ଯାହା ସ୍ୱାଭାବିକ ଭାବରେ ସାଇବର ଆକ୍ରମଣ ସଂଖ୍ୟା ବୃଦ୍ଧି କରିଛି। ସେ କହିଛନ୍ତି ଯେ ଯେତେବେଳେ ଆମେ ସାଇବର ସ୍ପେସ୍ କୁ ଭିନ୍ନ ଦୃଷ୍ଟିକୋଣରୁ ଦେଖୁ, ଏହା ‘ସଫ୍ଟୱେର୍, ‘ସେବା’ ଏବଂ ‘ଉପଭୋକ୍ତା’ର ଏକ ଜଟିଳ ନେଟୱାର୍କକୁ ନେଇ ଗଠିତ ହୋଇଥିବା ପରି ଅନୁଭୂତ ହୋଇଥାଏ। ସେ ଗୁରୁତ୍ୱାରୋପ କରି କହିଥିଲେ , ଯେପର୍ଯ୍ୟନ୍ତ ଆମେ ‘ସଫ୍ଟୱେର’, ‘ସେବା’ ଏବଂ ‘ଉପଭୋକ୍ତା’ ମାଧ୍ୟମରେ ସାଇବର ଠକେଇକୁ ନିୟନ୍ତ୍ରଣ କରିବା ଉପରେ ବିଚାର କରୁନାହୁଁ, ସେ ପର୍ଯ୍ୟନ୍ତ ସାଇବର ସ୍ପେସ୍ ସମସ୍ୟାର ସମାଧାନ କରିବା ଅସମ୍ଭବ ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ଭାରତକୁ ସାଇବର ସୁରକ୍ଷିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ବୋଲି ଶ୍ରୀ ଶାହ  ଉଲ୍ଲେଖ କରିଛନ୍ତି।

ଅମିତ ଶାହ କହିଥିଲେ ଯେ ସାଇବର ଅପରାଧ ସମସ୍ତ ଭୌଗୋଳିକ ସୀମାକୁ ହଟାଇ ଦେଇଛି। ସେ କହିଛନ୍ତି ଯେ ଏହା ଏକ ‘ସୀମାହୀନ’ ଏବଂ ‘ରୂପହୀନ’ ଅପରାଧ, କାରଣ ଏହାର କୌଣସି ସୀମା କିମ୍ବା ନିର୍ଦ୍ଦିଷ୍ଟ ରୂପ ନାହିଁ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ଭାରତ ‘ଡିଜିଟାଲ ବିପ୍ଳବ’ର ସାକ୍ଷୀ ପାଲଟିଛି। ‘ଡିଜିଟାଲ ବିପ୍ଳବ’ ର ଆକାର ଓ ବ୍ୟାପକତାକୁ ନ ବୁଝିଲେ ଆମେ ସାଇବର କ୍ଷେତ୍ରରେ ଆହ୍ୱାନର ମୁକାବିଲା କରିପାରିବୁ ନାହିଁ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ଆଜି ଦେଶର ୯୫ ପ୍ରତିଶତ ଗାଁ ଡିଜିଟାଲ ମାଧ୍ୟମରେ ସଂଯୋଗ ହୋଇଛି ଏବଂ ଏକ ଲକ୍ଷ ଗ୍ରାମ ପଞ୍ଚାୟତରେ ୱାଇ-ଫାଇ ହଟସ୍ପଟ୍ ସୁବିଧା ରହିଛି। ଗତ ୧୦ ବର୍ଷ ମଧ୍ୟରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୪.୫ ଗୁଣ ବୃଦ୍ଧି ପାଇଛି।  ୨୦୨୪ରେ ୟୁପିଆଇ ମାଧ୍ୟମରେ ୧୭.୨୨୧ ଲକ୍ଷ କୋଟି ଟଙ୍କାର ମୋଟ ୨୪୬ ଟ୍ରିଲିୟନ କାରବାର ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ୨୦୨୪ରେ ବିଶ୍ୱର ୪୮ ପ୍ରତିଶତ ଡିଜିଟାଲ କାରବାର ଭାରତରେ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଦୃଷ୍ଟିରୁ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଦେଶରେ ପରିଣତ ହୋଇଛି। ୨୦୨୩ରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଡିଜିଟାଲ ଅର୍ଥନୀତିର ଅବଦାନ ପ୍ରାୟ ୩୨ ଲକ୍ଷ କୋଟି ଟଙ୍କା ରହୀଥିଲା, ଯାହା ହେଉଛି ୧୨ ପ୍ରତିଶତ ଏବଂ ଏଥିରେ ପାଖାପାଖି ୧୫ ନିୟୁତ ନିଯୁକ୍ତି ସୃଷ୍ଟି ହୋଇଥିଲା।

ଅମିତ ଶାହ କହିଥିଲେ ଯେ ଆଜି ଭାରତ ଡିଜିଟାଲ ଦୃଶ୍ୟପଟ ଦୃଷ୍ଟିରୁ ବିଶ୍ୱର ତୃତୀୟ ବୃହତ୍ତମ ଦେଶ ପାଲଟିଛି। ଭାରତର ମୋଟ ଅର୍ଥନୀତିରେ ଡିଜିଟାଲ୍ ଅର୍ଥନୀତିର ଅବଦାନ ୨୦ ପ୍ରତିଶତ ରହିଛି। ଗୃହ ମନ୍ତ୍ରଣାଳୟର ଲକ୍ଷ୍ୟ ହେଉଛି ଶୂନ ସାଇବର ଅପରାଧ ମାମଲା ଏବଂ ସେଗୁଡିକର ଏଫଆଇଆର ସୁନିଶ୍ଚିତ କରିବା ବୋଲି ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ, ସାଇବର ଅପରାଧର ମୁକାବିଲା ପାଇଁ ଆମେ ଚାରି ପ୍ରକାର ରଣନୀତି ଗ୍ରହଣ କରିଛୁ, ଯେଉଁଥିରେ ସମ୍ମେଳନ, ସମନ୍ୱୟ, ଯୋଗାଯୋଗ ଏବଂ ସାମର୍ଥ୍ୟ ଅନ୍ତର୍ଭୁକ୍ତ। ଏସବୁକୁ ସ୍ପଷ୍ଟ ଉଦ୍ଦେଶ୍ୟ ଓ ରଣନୀତିକ ଆଭିମୁଖ୍ୟ ସହ କାର୍ଯ୍ୟକାରୀ କରାଯାଉଛି। ଗୃହ ମନ୍ତ୍ରଣାଳୟ ମଧ୍ୟରେ ଆନ୍ତଃମନ୍ତ୍ରଣାଳୟ ଏବଂ ଆନ୍ତଃବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରାଯାଇଛି, ଯାହା ନିରବଚ୍ଛିନ୍ନ ଯୋଗାଯୋଗ ଏବଂ ସୁରୁଖୁରୁରେ ସୂଚନାର ପ୍ରବାହକୁ ସୁନିଶ୍ଚିତ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଗୃହ ମନ୍ତ୍ରଣାଳୟ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ, ସିଇଆରଟି-ଆଇଏନ୍‌, ଆଇ୪ସି ଏବଂ ଟେଲିକମ୍ ଓ ବ୍ୟାଙ୍କିଙ୍ଗ୍ ଭଳି ବିଭାଗ ମଧ୍ୟରେ ସୂଚନା ଆଦାନପ୍ରଦାନର ଏକ ସୁସ୍ଥ ପରମ୍ପରା ଅନେକ ସାଇବର ଅପରାଧ ମାମଲାକୁ ସଫଳତାର ସହ ମୁକାବିଲା କରିବାରେ ସହାୟକ ହୋଇଛି ବୋଲି ଅମିତ ଶାହ କହିଥିଲେ।

ସାଇବର ଅପରାଧ ରୋକିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ଆଇ୪ସି ହେଲ୍ପଲାଇନ ନମ୍ବର ୧୯୩୦କୁ ପ୍ରୋତ୍ସାହିତ କରିବାକୁ କମିଟିର ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ସାଇବର ଆର୍ଥିକ ଠକେଇକୁ ଦୃଷ୍ଟିରେ ରଖି ‘୧୯୩୦’ ହେଲ୍ପଲାଇନ୍ ଏକ ୱାନ୍ ପଏଣ୍ଟ  ସଲ୍ୟୁସନ୍ ପ୍ରଦାନ କରୁଛି, ଯେଉଁଥିରେ କାର୍ଡ ବ୍ଲକିଂ ଭଳି ବିଭିନ୍ନ ସେବା ଉପଲବ୍ଧ ହେଉଛି ବୋଲି ସେ କହିଛନ୍ତି।

ଅମିତ ଶାହା କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଏବଂ ସମସ୍ତ ବ୍ୟାଙ୍କ ସହ ସମନ୍ୱୟ ରକ୍ଷା କରି ମ୍ୟୁଲ୍ ଆକାଉଣ୍ଟ ଚିହ୍ନଟ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରିବାକୁ ଉଦ୍ୟମ ଚାଲିଛି। ସେ ଉଲ୍ଲେଖ କରିଛନ୍ତି ଯେ ଜାଲ ଆକାଉଣ୍ଟଗୁଡିକ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଯେପରି ସେସବୁକୁ ବନ୍ଦ କରି ଦିଆଯିବ, ତାହା ଆମେ ସୁନିଶ୍ଚିତ କରିବୁ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସାଇବର ଅପରାଧ ବିରୋଧରେ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ର ‘ଷ୍ଟପ୍‌-ଥିଙ୍କ୍‌-ଟେକ୍ ଆକ୍ସନ୍‌’ ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ସରକାର ସୁନିଶ୍ଚିତ କରିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ ଆଇ୪ସି ପୋର୍ଟାଲରେ ସମୁଦାୟ ୧ ଲକ୍ଷ ୪୩ ହଜାର ଏଫଆଇଆର ପଞ୍ଜୀକୃତ ହୋଇଛି ଏବଂ ୧୯ କୋଟିରୁ ଅଧିକ ଲୋକ ଏହି ପୋର୍ଟାଲକୁ ବ୍ୟବହାର କରିଛନ୍ତି। ଜାତୀୟ ନିରାପତ୍ତା ଦୃଷ୍ଟିରୁ ଆଇ୪ସିର ସୁପାରିସ ଆଧାରରେ ୮୦୫ଟି ଆପ୍ ଏବଂ ୩୨୬୬ଟି ୱେବସାଇଟ୍ ଲିଙ୍କ୍ କୁ ବ୍ଲକ୍ କରାଯାଇଛି। ଏହାବ୍ୟତୀତ ୩୯୯ଟି ବ୍ୟାଙ୍କ ଓ ଆର୍ଥିକ ମଧ୍ୟସ୍ଥି ଏଥିରେ ସାମିଲ ହୋଇଛନ୍ତି । ୬ ଲକ୍ଷରୁ ଅଧିକ ସନ୍ଦେହଜନକ ଡାଟା ପଏଣ୍ଟ ସେୟାର କରାଯାଇଛି, ୧୯ ଲକ୍ଷରୁ ଅଧିକ ଜାଲ ଆକାଉଣ୍ଟ ଧରାପଡ଼ିଛି ଏବଂ ୨୦୩୮ କୋଟି ଟଙ୍କାର ସନ୍ଦେହଜନକ କାରବାରକୁ ରୋକାଯାଇଛି।

ଅମିତ ଶାହ କହିଛନ୍ତି ଯେ, ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସାଇବର କ୍ରାଇମ ଫରେନସିକ୍ ଟ୍ରେନିଂ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି। ‘ସାଇଟ୍ରେନ୍‌’ ପ୍ଲାଟଫର୍ମ, ‘ମାସିଭ୍ ଓପନ୍ ଅନଲାଇନ୍ କୋର୍ସ (ଏମଓଓସି)’ ପ୍ଲାଟଫର୍ମରେ ୧,୦୧,୫୬୧ ଜଣ ପୁଲିସ ଅଧିକାରୀ ପଞ୍ଜୀକରଣ କରିଥିବା ବେଳେ ୭୮,୦୦୦ରୁ ଅଧିକ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି।

କମିଟିର ସଦସ୍ୟମାନେ ‘ସାଇବର ସୁରକ୍ଷା ଏବଂ ସାଇବର ଅପରାଧ’ ସମ୍ବନ୍ଧୀୟ ପ୍ରସଙ୍ଗରେ ସେମାନଙ୍କର ପରାମର୍ଶ ଦେବା ସହ ସାଇବର ନିରାପତ୍ତା ବୃଦ୍ଧି ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଅମିତ ଶାହ ଗୃହ ମନ୍ତ୍ରଣାଳୟ ଡିଜିଟାଲ ବିପ୍ଳବ ନୂଆଦିଲ୍ଲୀ ସଂସଦୀୟ ପରାମର୍ଶଦାତା କମିଟି
Share. Facebook Twitter LinkedIn Email WhatsApp Copy Link

Related Posts

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026
Latest News

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମିଳିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଅନ୍ତରିଣ ରିପୋର୍ଟ

January 10, 2026

ଆଜି ଜାନୁୟାରୀ ୧୦ ତାରିଖ ଶନିବାରରେ ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର

January 10, 2026

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.