
ଭୁବନେଶ୍ବର: ହିନ୍ଦୁ ଧର୍ମର ଅନ୍ୟତମ ବଡ ପର୍ବ ହେଉଛି ମହାଶିବରାତ୍ରୀ ବା ଜାଗର। ଏହିଦିନକୁ ଶୈବ୍ୟ ଭକ୍ତମାନେ ଅନେଇ ରହିଥାନ୍ତି। ଏହିଦିନ ଭକ୍ତମାନେ ପୁରା ଉପବାସ କରି ମହାଦ୍ବୀପ ଦେଖିବା ପରେ ଖାଦ୍ୟ ଗ୍ରହଣ କରିଥାନ୍ତି। ଏହି ମହାଶିବରାତ୍ରୀରେ ସମସ୍ତ ଶୈବ୍ୟପିଠରେ ପ୍ରବଳ ଭିଡ ହୋଇଥାଏ।
ଚଳିତ ବର୍ଷ ମହାଶିବରାତ୍ରୀ ଆସନ୍ତା ଫେବୃୟାରୀ ୨୬ ତାରିଖ ବୁଧବାରରେ ପଡୁଛି। ଏଥିପାଇଁ ସମସ୍ତ ଶିବ ମନ୍ଦିରରେ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେହିପରି ପ୍ରଭୃ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମହାଶିବରାତ୍ରୀଦିନ ରାତି ୧୦ଟା ବେଳେ ମହାଦୀପ ଉଠିବ ବୋଲି ନିଷ୍ପତି କରାଯାଇଛି। ଅନ୍ୟ ପୂଜା ଯାହା ରହିଛି ତାହା ହେଲା
- ୨୫ ତାରିଖ ରାତି ୨ଟା ୩୦ ମିନିଟରେ ମନ୍ଦିର ଖୋଲିବ
- ଭୋର ୩ ଟାରୁ ୩.୩୦ ମିନିଟ ପର୍ଯ୍ୟନ୍ତ ମଙ୍ଗଳା ଆରତି ଓ ଅବକାଶ ନୀତି
- ଭୋର ୩ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ସାହାଣ ମେଲା
- ସକାଳ ୬ ଟା ରେ ରୋଷ ହୋମ
- ଦିନ ୧୧ ଟାରୁ ୧୨ ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର
- ଦିନ ୧୨ ଟାରୁ ୧୨ ଟା ୪୫ ମଧ୍ୟରେ ମହାସ୍ନାନ
- ଅପରାହ୍ନ ୩ଟା ୨୪ ରୁ ୪ ଟା ୪୫ ପର୍ଯ୍ୟନ୍ତ ପୁଣି ସାହାଣ ମେଲା ଦର୍ଶନ
- ସଂଧ୍ୟା ୭ ଟା ୧୦ ରେ ଠାକୁରଙ୍କ ସଂଧ୍ୟା ଆଳତି
- ରାତି ୮ ଟା ୧୦ ରେ ଶ୍ରୀଜିୟୁଙ୍କର ବେଢା ପରିକ୍ରମା
- ରାତି ୧୦ଟାରେ ମହାଦୀପ ଉଠିବ
- ରାତି ୧୦ଟାରୁ ୧୧ ଟା ପର୍ଯ୍ୟନ୍ତ ପୁଣି ସାହାଣ ମେଲା ଦର୍ଶନ
- ରାତି ୩ ଟାରେ ହରିହର ଭେଟ