Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୩୮ତମ ‘ଜାତୀୟ କ୍ରୀଡ଼ା” ର ଉଦଯାପନୀ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ଆଜିର ଖବର

୩୮ତମ ‘ଜାତୀୟ କ୍ରୀଡ଼ା” ର ଉଦଯାପନୀ ସମାରୋହକୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

February 15, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହ
‘‘ପଳାତକଙ୍କ ପ୍ରତ୍ୟର୍ପଣ: ଆହ୍ୱାନ ଏବଂ ରଣନୀତି" ଉପରେ ମତ ରଖିଲେ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡର ହଲଦ୍ୱାନି ଠାରେ ୩୮ତମ ‘ଜାତୀୟ କ୍ରୀଡ଼ା’ ର ଉଦଯାପନୀ ସମାରୋହକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଥିଲେ। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ମେଘାଳୟର ମୁଖ୍ୟମନ୍ତ୍ରୀ କନରଡ ସାଙ୍ଗମା ଏବଂ କେନ୍ଦ୍ର ସଡ଼କ, ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ଟମଟାଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ୩୮ତମ ଜାତୀୟ କ୍ରୀଡ଼ାର ସଫଳ ପରିଚାଳନା ଫଳରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ବିକଶିତ କ୍ରୀଡ଼ା ଭିତ୍ତିଭୂମି ସହାୟତାରେ ଦେବଭୂମି (ଉତ୍ତରାଖଣ୍ଡ) ଏବେ ‘ଖେଳ ଭୂମି “ରେ ପରିଣତ ହୋଇଛି। ଶ୍ରୀ ଅମିତ ଶାହ କହିଥିଲେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଉଦ୍ୟମ ଯୋଗୁଁ ଦେଶର କ୍ରୀଡ଼ା ଭିତ୍ତିଭୂମି ଦୃଷ୍ଟିରୁ ଦେବଭୂମି ୨୧ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି। ଶ୍ରୀ ଶାହ ଜାତୀୟ କ୍ରୀଡ଼ାରେ ବହୁ ସଂଖ୍ୟକ ପଦକ ଜିତିଥିବା ଉତ୍ତରାଖଣ୍ଡର କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ସେମାନେ ହିଁ ପ୍ରକୃତରେ ଦେବଭୂମିକୁ କ୍ରୀଡ଼ାର ଭୂମିରେ ପରିଣତ କରିଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ ୩୮ ତମ ଜାତୀୟ କ୍ରୀଡ଼ାର ଆୟୋଜକ କମିଟି ଏବଂ କ୍ରୀଡା ସଂଘକୁ ପ୍ରଶଂସା କରି କହିଛନ୍ତି ଯେ ସେମାନଙ୍କ ଉଦ୍ୟମ ଯୋଗୁଁ ଉତ୍ତରାଖଣ୍ଡ ପରି ଏକ ଛୋଟ ରାଜ୍ୟ ଏତେ ଉଚ୍ଚ ସ୍ତରରେ ଏହି ଖେଳକୁ ସଫଳତାର ସହ ଆୟୋଜନ କରିବାରେ ସକ୍ଷମ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ ଜାତୀୟ କ୍ରୀଡ଼ାର ଅଂଶବିଶେଷ ସ୍ୱରୂପ ପ୍ରାୟ ୧୬,୦୦୦ କ୍ରୀଡ଼ାବିତ୍ ପ୍ରାୟ ୪୩୫ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଶାହ କହିଥିଲେ ଯେ କ୍ରୀଡ଼ାର ପ୍ରକୃତ ବାର୍ତ୍ତା ହେଉଛି ବିଜୟର ଉତ୍ସାହ ଏବଂ ପରାଜୟ ଦ୍ୱାରା ନିରାଶ ନହେବା। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରବର୍ତ୍ତୀ ଜାତୀୟ କ୍ରୀଡା ମେଘାଳୟରେ ଅନୁଷ୍ଠିତ ହେବ, ଯେଉଁଠାରେ କ୍ରୀଡ଼ାବିତମାନଙ୍କୁ ପଦକ ଜିତିବାର ଆଉ ଏକ ସୁଯୋଗ ମିଳିବ।

ଅମିତ ଶାହ କହିଥିଲେ ଯେ ୩୮ତମ ଜାତୀୟ କ୍ରୀଡ଼ାରେ ପରିବେଶ ଅନୁକୂଳ ଖେଳ ସହିତ ପରିବେଶ ଅନୁକୂଳ ଅଭ୍ୟାସ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ସେ ଉଲ୍ଲେଖ କରିଛନ୍ତି ଯେ ଭାରୋତ୍ତୋଳନ, ବନ୍ଧୁକ ଚାଳନା ଏବଂ ଆଥଲେଟିକ୍ସ ସମେତ ଅନେକ କ୍ରୀଡ଼ାରେ ଜାତୀୟ ରେକର୍ଡ ସୃଷ୍ଟି ହୋଇଛି, ଯାହା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତିବାର ଆଶା ସୃଷ୍ଟି କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ମେଘାଳୟରେ ହେବାକୁ ଥିବା ପରବର୍ତ୍ତୀ ଜାତୀୟ କ୍ରୀଡା ସମୟରେ, ଅନ୍ୟ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ କିଛି କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହାଦ୍ୱାରା ସମଗ୍ର ଉତ୍ତର-ପୂର୍ବ ଜାତୀୟ ଖେଳ ସହିତ ପ୍ରତିଧ୍ୱନିତ ହେବ। ସେ କହିଥିଲେ ଯେ ଉତ୍ତରାଖଣ୍ଡ ଏବଂ ମେଘାଳୟ ଭଳି ଛୋଟ ଛୋଟ ରାଜ୍ୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କ୍ରୀଡ଼ା ପ୍ରତି ଏହି ରାଜ୍ୟଗୁଡ଼ିକର ସମର୍ପଣ ଭାବକୁ ଦର୍ଶାଉଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପ କାରଣରୁ ଦେଶରେ କ୍ରୀଡ଼ା ପରିବେଶରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ‘ଖେଲୋ ଗୁଜରାଟ “ପ୍ରତିଯୋଗିତା ଆରମ୍ଭ କରିଥିଲେ ଏବଂ ସେବେଠାରୁ କ୍ରୀଡ଼ା କ୍ଷେତ୍ରରେ ଯଥେଷ୍ଟ ବିକାଶ ଘଟିଛି। ସେ ଉଲ୍ଲେଖ କରିଥିଲେ ଯେ ଦେଶର ଅନେକ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଇଛି, କ୍ରୀଡ଼ାବିତ୍ ଏବଂ ପ୍ରଶିକ୍ଷକମାନଙ୍କୁ ପ୍ରୋତ୍ସାହିତ କରାଯାଇଛି ଏବଂ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଅଣାଯାଇଛି, ଯାହା ବିଶ୍ୱ ସ୍ତରରେ ଭାରତୀୟ କ୍ରୀଡ଼ାର ସୁନାମ ବୃଦ୍ଧି କରିଛି।

ଅମିତ ଶାହ କହିଥିଲେ ଯେ ଭାରତୀୟ କ୍ରୀଡ଼ାର ଭବିଷ୍ୟତ ଉଜ୍ଜ୍ୱଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିଟ୍ ଇଣ୍ଡିଆ ଏବଂ ଖେଲୋ ଇଣ୍ଡିଆ ଭଳି ପଦକ୍ଷେପ ଜରିଆରେ ପ୍ରତ୍ୟେକ ଯୁବକଯୁବତୀଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିଛନ୍ତି ବୋଲି ସେ ଉଲ୍ଲେଖ କରି କହିଥିଲେ ଯେ ‘କ୍ରୀଡ଼ା’ ର ମୌଳିକତା ହେଉଛି ବିଜୟର ଉତ୍ସାହ ରହିବା, ପରାଜୟ ଦ୍ୱାରା ନିରାଶ ନହେବା ଏବଂ ପରାଜୟ ପରେ ମଧ୍ୟ ପୁନର୍ବାର ଜିତିବା ପାଇଁ ଅନୁପ୍ରାଣିତ ହେବା।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବକମାନଙ୍କ ମଧ୍ୟରେ କ୍ରୀଡ଼ାର ଉତ୍ସାହ, କ୍ରୀଡ଼ା ପ୍ରତି ଭଲ ପାଇବା ଏବଂ ଖେଳିବାର ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ଲାଗି ଅନେକ ପଦକ୍ଷେପ ନେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ କ୍ରୀଡ଼ାବିତମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ “ଖେଳ ମିତ୍ର” ଭାବେ ଉଲ୍ଲେଖ କରିଥାନ୍ତି।

ଅମିତ ଶାହ କହିଥିଲେ ଯେ ୨୦୧୪ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଦେଶର କ୍ରୀଡ଼ା ବଜେଟ୍ ୮୦୦ କୋଟି ଟଙ୍କା ଥିଲା, ଏବଂ ୨୦୨୫-୨୬ ସୁଦ୍ଧା କ୍ରୀଡ଼ା ବଜେଟ୍ ୩୮୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ୧୫ଟି ପଦକ ଜିତିଥିଲା, ଯାହା ଏବେ ୨୬କୁ ବୃଦ୍ଧି ପାଇଛି। ସେହିଭଳି, ଏସୀୟ କ୍ରୀଡ଼ାରେ ଭାରତ ୨୦୧୪ ରେ ୫୭ ଟି ପଦକ ଜିତିଥିଲା, ଏବଂ ବର୍ତ୍ତମାନ ଏହି ସଂଖ୍ୟା ୧୦୭ କୁ ବୃଦ୍ଧି ପାଇଛି। ପାରା ଏସୀୟ କ୍ରୀଡ଼ାରେ ଭାରତ ପ୍ରଥମେ ୩୩ଟି ପଦକ ଜିତିଥିଲା, ଯାହା ଏବେ ୧୧୧କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ଦେଶର କ୍ରୀଡ଼ାବିତମାନେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଦେଶକୁ ଗର୍ବିତ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସରେ ଆମର କ୍ରୀଡ଼ାବିତମାନେ ଅନେକ ଗୁଣ ଅଧିକ ପଦକ ଜିତିଛନ୍ତି, ଯାହା ଦେଶର କ୍ରୀଡ଼ା ଭିତ୍ତିଭୂମି, କ୍ରୀଡ଼ା ବାତାବରଣ ଏବଂ ଜିତିବାର ନିଶାରେ ଉଲ୍ଲେଖନୀୟ ଉନ୍ନତିର ସଙ୍କେତ ଦେଇଥାଏ।

ଅମିତ ଶାହ କହିଥିଲେ ଯେ ଆଜି ଉତ୍ତରାଖଣ୍ଡ ଭଳି ଏକ ପାର୍ବତ୍ୟାଞ୍ଚଳ ରାଜ୍ୟ ଏତେ ବଡ଼ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଛି, ଯାହା ସୂଚାଇ ଦେଉଛି ଯେ ଭାରତର ପ୍ରତ୍ୟେକ ରାଜ୍ୟ କେବଳ ଖେଳିବା ପାଇଁ ପ୍ରସ୍ତୁତ ନୁହେଁ, ବରଂ ନିଜର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମଧ୍ୟ ପ୍ରସ୍ତୁତ। ସେ କହିଥିଲେ ଯେ ଟିଓପିଏସ୍ (ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍) ର ଉପଯୋଗ କରି ଆମର ଅନେକ ଆଥଲେଟ୍ ଅଲିମ୍ପିକ୍ସ, ଏସୀୟ କ୍ରୀଡା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଡ଼ ସଫଳତା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ଭାରତ ୨୦୩୬ ମସିହାରେ ଅଲିମ୍ପିକ୍ସର ଆୟୋଜନ ପାଇଁ ପ୍ରସ୍ତୁତ ଅଛି। ଆମେ ଅଲିମ୍ପିକ୍ କ୍ରୀଡ଼ାର ଆୟୋଜନ ପାଇଁ ପ୍ରୟାସ କରିଛୁ, ଏବଂ ଆମର ବିଶ୍ୱାସ ଯେ ୨୦୩୬ ମସିହାରେ ଯେତେବେଳେ ଭାରତରେ ଅଲିମ୍ପିକ୍ସର ଆୟୋଜନ ହେବ, ସେତେବେଳେ ଉତ୍ତରାଖଣ୍ଡରେ ଏହି ବିଶାଳ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା କ୍ରୀଡ଼ାବିତମାନେ ପଦକ ଜିତିବେ, ଯାହାଦ୍ୱାରା ତ୍ରିରଙ୍ଗା ଏବଂ ଜାତୀୟ ସଙ୍ଗୀତ ଅଧିକ ଗୌରବାନ୍ବିତ ହେବ।

୨୦୧୯ ମସିହାର ଆଜିର ଦିନରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଜଣ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ବଳିଦାନ କେବଳ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିନଥିଲା, ବରଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏକ ଦୃଢ଼ ପ୍ରତିକ୍ରିୟା ମଧ୍ୟ ହୋଇଥିଲା, ଯିଏ ଆତଙ୍କବାଦୀଙ୍କ ବିରୋଧରେ ସୀମା-ପାର ବିମାନ ଆକ୍ରମଣ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି କାରଣରୁ ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣ ବଦଳିଛି ଏବଂ ବିଶ୍ୱବ୍ୟାପୀ ସମସ୍ତ ଆତଙ୍କବାଦୀଙ୍କ ନିକଟରେ ଏହି ବାର୍ତ୍ତା ଯାଇଛି ଯେ ଭାରତର ସୀମା ଏବଂ ସେନା ସହିତ କେହି ଖେଳିପାରିବେ ନାହିଁ।

ଅମିତ ଶାହ ଉତ୍ତରାଖଣ୍ଡ ଉଦଯାପନୀ ସମାରୋହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଜାତୀୟ କ୍ରୀଡା ପୁଷ୍କର ସିଂ ଧାମି
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ: ଆଜି ମଙ୍ଗଳବାରରେ ଏହି ପାଞ୍ଚୋଟି ରାଶି ଉପରେ ହନୁମାନ କରୁଛନ୍ତି କୋପ

December 23, 2025

ପୂର୍ବତଟ ରେଳପଥ ଦ୍ୱାରା ଦ୍ୱିତୀୟ ନୀଳାଦ୍ରି କପ୍ ଟି-୨୦ ଆନ୍ତଃବିଭାଗୀୟ କ୍ରିକେଟ୍ ଚାମ୍ପିଅନସିପ୍ ଉଦଯାପିତ

December 22, 2025

ରିଲାଏନ୍ସ ଜୁଏଲ୍ସ ଆଣିଛି ଆଇକନିକ ଡ୍ରିମ ଡାଇମଣ୍ଡ ସେଲ ସହିତ ମାଗଣା ଗୋଲ୍ଡ କଏନ ଅଫର

December 22, 2025

ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହେଲେ ଆଠ ରେଳ କର୍ମଚାରୀ

December 22, 2025
Latest News

ସାବଧାନ: ଆଜି ମଙ୍ଗଳବାରରେ ଏହି ପାଞ୍ଚୋଟି ରାଶି ଉପରେ ହନୁମାନ କରୁଛନ୍ତି କୋପ

December 23, 2025

ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ଗଣିତ ଦିବସ ପାଳନ, ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସେମିନାର

December 22, 2025

ପୂର୍ବତଟ ରେଳପଥ ଦ୍ୱାରା ଦ୍ୱିତୀୟ ନୀଳାଦ୍ରି କପ୍ ଟି-୨୦ ଆନ୍ତଃବିଭାଗୀୟ କ୍ରିକେଟ୍ ଚାମ୍ପିଅନସିପ୍ ଉଦଯାପିତ

December 22, 2025

ରିଲାଏନ୍ସ ଜୁଏଲ୍ସ ଆଣିଛି ଆଇକନିକ ଡ୍ରିମ ଡାଇମଣ୍ଡ ସେଲ ସହିତ ମାଗଣା ଗୋଲ୍ଡ କଏନ ଅଫର

December 22, 2025

ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହେଲେ ଆଠ ରେଳ କର୍ମଚାରୀ

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.