Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ଆଦିବାସୀ ମହୋତ୍ସବ ‘ଆଦି ମହୋତ୍ସବ’ ଉଦଘାଟନ କଲେ ରାଷ୍ଟ୍ରପତି
ଆଜିର ଖବର

ଜାତୀୟ ଆଦିବାସୀ ମହୋତ୍ସବ ‘ଆଦି ମହୋତ୍ସବ’ ଉଦଘାଟନ କଲେ ରାଷ୍ଟ୍ରପତି

February 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ଆଦିବାସୀ ମହୋତ୍ସବ ‘ଆଦି ମହୋତ୍ସବ’କୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆଦିବାସୀ ଐତିହ୍ୟକୁ ଉଜାଗର କରିବା ତଥା ପ୍ରୋତ୍ସାହିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି ‘ଆଦି ମହୋତ୍ସବ’। ଏପରି ମହୋତ୍ସବ ଆଦିବାସୀ ସମାଜର ଉଦ୍ୟୋଗୀ, କାରିଗର ଏବଂ କଳାକାରମାନଙ୍କୁ ବଜାର ସହିତ ଯୋଡ଼ି ହେବାର ଏକ ଅନନ୍ୟ ସୁଯୋଗ ପ୍ରଦାନ।

ଆଦିବାସୀ ସମାଜର ହସ୍ତଶିଳ୍ପ, ଖାଦ୍ୟ, ପୋଷାକ ଏବଂ ଅଳଙ୍କାର, ଚିକିତ୍ସା ପଦ୍ଧତି, ଘରୋଇ ଉପକରଣ ଏବଂ କ୍ରୀଡ଼ାକୁ ଆମ ଦେଶର ମୂଲ୍ୟବାନ ଐତିହ୍ୟ ହେବା ସହ ଏଗୁଡ଼ିକ ଆଧୁନିକ ଏବଂ ବୈଜ୍ଞାନିକ ସମ୍ମତ ବୋଲି ମଧ୍ୟ ରାଷ୍ଟ୍ରପତି କହିଛନ୍ତି।  କାରଣ ସେମାନେ ପ୍ରକୃତି ସହିତ ସୁଗମ ସମନ୍ୱୟ ଏବଂ ଏକ ସ୍ଥାୟୀ ଜୀବନଶୈଳୀର ଆଦର୍ଶକୁ ପ୍ରତିଫଳିତ କରନ୍ତି ବୋଲି ସେ ମତ ରଖିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଆଦିବାସୀ ସମାଜର ସାମଗ୍ରିକ ବିକାଶ ପାଇଁ ଅନେକ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି। ଆଦିବାସୀ ବିକାଶ ବଜେଟକୁ ପାଞ୍ଚ ଗୁଣ ବୃଦ୍ଧି କରି ପ୍ରାୟ ଏକ ଲକ୍ଷ ପଚିଶ ହଜାର କୋଟି ଟଙ୍କା କରାଯାଇଛି। ଏହା ବ୍ୟତୀତ, ଆଦିବାସୀ କଲ୍ୟାଣ ବାବଦରେ ବଜେଟ ଆବଣ୍ଟନ ତିନି ଗୁଣ ବୃଦ୍ଧି ପାଇ ପ୍ରାୟ ୧୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଯେତେବେଳେ ଆଦିବାସୀ ସମାଜ ପ୍ରଗତି କରିବ, ସେତେବେଳେ ଆମ ଦେଶ ମଧ୍ୟ ପ୍ରକୃତ ଅର୍ଥରେ ପ୍ରଗତି କରିବ, ଏହା ହିଁ ହେଉଛି ଆଦିବସୀ ବିକାଶକୁ ଧ୍ୟାନ ଦେବା ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା। ଏହିକ୍ରମରେ ଆଦିବାସୀ ପରିଚୟକୁ ନେଇ ଗର୍ବିତ ଅନୁଭବ କରିବା ତଥା ଆଦିବାସୀ ସମାଜର ବିକାଶ ପାଇଁ ଦ୍ରୁତ ଗତିରେ ବହୁମୁଖୀ ପ୍ରୟାସ କରାଯାଉଛି।

ଜନଜାତି ସମ୍ପ୍ରଦାୟର ଆର୍ଥିକ ସଶକ୍ତିକରଣ ଏବଂ ନିଯୁକ୍ତି ଦିଗରେ ଯଥେଷ୍ଟ ପ୍ରଗତି ହେଉଥିବା ଜାଣି ରାଷ୍ଟ୍ରପତି ଖୁସି ପ୍ରକାଶ କରିଥିଲେ। ଯେକୌଣସି ସମାଜର ବିକାଶରେ ଶିକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ସେ ମତବ୍ୟକ୍ତ କରିବା ସହ ଦେଶର ପ୍ରାୟ ୧ଲକ୍ଷ ୨୫ ହଜାର ଆଦିବାସୀ ପିଲା ୪୭୦ ରୁ ଅଧିକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ସେ କହିଥିଲେ। ଗତ ୧୦ବର୍ଷ ମଧ୍ୟରେ, ଆଦିବାସୀ ବହୁଳ ଅଞ୍ଚଳରେ ୩୦ଟି ନୂତନ ମେଡିକାଲ କଲେଜ ଆରମ୍ଭ ହୋଇଛି। ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ସହିତ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଏକ ନିର୍ଦ୍ଦିଷ୍ଟ ଜାତୀୟ ମିଶନ ଆରମ୍ଭ କରାଯାଇଛି। ଏହି ମିଶନ ଅଧୀନରେ, ୨୦୪୭ ସୁଦ୍ଧା ସିକଲ୍ ସେଲ୍ ଆନିମିଆକୁ ଦୂର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆଜି ଉଦ୍‍ଘାଟନ ହୋଇଥିବା ‘ଆଦି ମହୋତ୍ସବ’  ୨୪ ଫେବୃଆରୀ, ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଚାଲିବ।  ଆମ ଦେଶର ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଏବଂ ବିବିଧ ପାରମ୍ପରିକ ସଂସ୍କୃତିର ଏକ ଝଲକ ପ୍ରଦାନ କରିବା ଏହି ମହୋତ୍ସବର ଲକ୍ଷ୍ୟ।

ଆଦି ମହୋତ୍ସବ ଦ୍ରୌପଦୀ ମୁର୍ମୁ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

August 20, 2026

‘ଅତ୍ୟନ୍ତ ନିନ୍ଦନୀୟ’: ‘ବନ୍ଦେ ମାତରମ୍ ପ୍ରସ୍ତାବ’ ଉପରେ କଂଗ୍ରେସକୁ ବିଜେପି ର ଆକ୍ରମଣ

August 20, 2026

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରଦୂତଙ୍କ ବିବୃତ୍ତି ପରେ ପାକିସ୍ତାନର ବିରୋଧ

August 20, 2026

ଜୟପୁରରେ ୨ୟ ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ

August 20, 2026
Latest News

ବିକଶିତ ଭାରତ କୁଇଜ୍‌ ସହ ଆରମ୍ଭ ହେଲା ‘ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୭’

August 20, 2026

‘ଅତ୍ୟନ୍ତ ନିନ୍ଦନୀୟ’: ‘ବନ୍ଦେ ମାତରମ୍ ପ୍ରସ୍ତାବ’ ଉପରେ କଂଗ୍ରେସକୁ ବିଜେପି ର ଆକ୍ରମଣ

August 20, 2026

ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଆମେରିକାର ରାଷ୍ଟ୍ରଦୂତଙ୍କ ବିବୃତ୍ତି ପରେ ପାକିସ୍ତାନର ବିରୋଧ

August 20, 2026

ଜୟପୁରରେ ୨ୟ ବ୍ରିକ୍ସ ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକ

August 20, 2026

ଆଜି ଅଗଷ୍ଟ ୨୦ ତାରିଖ ଗୁରୁବାର ରାଶିଫଳ, କେମିତି କଟିବ ଆଜିର ଦିନ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.