ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ହେଲେ ବିଶ୍ବରଞ୍ଜନ, ଘୋଷଣା ହେଲା ୧୩ ଜିଲ୍ଲାର ସଭାପତିଙ୍କ ନାମ

Published: Feb 17, 2025, 11:16 am IST

ଭୁବନେଶ୍ୱର: ଗତ ସେପ୍ଟେମ୍ବର ୨ ତାରିଖରୁ ପାର୍ଟିର “ସାଂଗଠନିକ ପର୍ବ – ୨୦୨୪” ଆରମ୍ଭ ହୋଇଥିଲା । ଗତ ଜାନୁଆରୀ ୨୫ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ୨୩ ଜିଲ୍ଲା ସଭାପତି ନାମ ତାଲିକା ପ୍ରକାଶ ପାଇଥିଲା । ଆଜି ରାଜ୍ୟ ନିର୍ବାଚନ ଅଧିକାରୀ ମାନନୀୟ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସାଂସଦଙ୍କ ଅନୁମୋଦନକ୍ରମେ ୧୩ ଜିଲ୍ଲା ସଭାପତିଙ୍କ ନାମ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ସଭାପତିମାନେ ହେଲେ;

ଅନୁଗୁଳ – ଶ୍ରୀ ଯଯାତି କେଶରୀ ପଟ୍ଟନାୟକ
ଭଦ୍ରକ – ଶ୍ରୀ ଭଗବାନ ପଣ୍ଡା
ଭୁବନେଶ୍ୱର – ଶ୍ରୀ ନିରଞ୍ଜନ ମିଶ୍ର
ଗଜପତି – ଶ୍ରୀ ନବକିଶୋର ଶବର
ଯାଜପୁର – ଶ୍ରୀମତୀ ଦେବଯାନୀ ପ୍ରଧାନ
ଝାରସୁଗୁଡା – ଶ୍ରୀ ରଘୁନନ୍ଦନ ପଣ୍ଡା
କନ୍ଧମାଳ – ଶ୍ରୀ ପଣ୍ଡିତ କୁମାର ବିସ୍‌ମାଝୀ
ଖୋର୍ଦ୍ଧା – ଶ୍ରୀ ବିଶ୍ୱରଂଜନ ବଡଜେନା
କୋରାପୁଟ – ଶ୍ରୀ ଶିବ ମୁଦୁଲି
ନୟାଗଡ – ଶ୍ରୀ ତାପସ ରଂଜନ ମାର୍ଥା
ରାୟଗଡା – ଶ୍ରୀ ଗୋପି ଆନନ୍ଦ
ସୁବର୍ଣ୍ଣପୁର – ଶ୍ରୀ ବେଣୁଧର ଦାଶ
ରାଉରକେଲା – ଶ୍ରୀମତୀ ପୂର୍ଣ୍ଣିମା କେର୍କେଟା

Related posts