
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି 2025 ପାଇଁ ଟିମ୍ ଇଣ୍ଡିଆ ଦୁବାଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି। ଭାରତର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିପକ୍ଷରେ, ଯାହା ଫେବୃଆରୀ 20 ତାରିଖରେ ଖେଳାଯିବ। କିନ୍ତୁ ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଏକ ରିପୋର୍ଟ ଅନୁଯାୟୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆହତ ହୋଇଛନ୍ତି। ଅଭ୍ୟାସ ସମୟରେ ପନ୍ତଙ୍କ ଆଣ୍ଠୁରେ ଆଘାତ ଲାଗିଛି। ତେବେ ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଡିସେମ୍ବର 2022 ରେ ଋଷଭ ପନ୍ତଙ୍କର ଏକ କାର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ସୁସ୍ଥ ହେବା ପରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ। କିନ୍ତୁ ବର୍ତ୍ତମାନ ପୁଣି ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି।