Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାନ କିଣା ଦୁର୍ନୀତି ବିରୋଧରେ ଅକ୍ଷୟ କୁମାରଙ୍କ ତିନିଦିନ ଧରି ଅନଶନ 
ଆଜିର ଖବର

ଧାନ କିଣା ଦୁର୍ନୀତି ବିରୋଧରେ ଅକ୍ଷୟ କୁମାରଙ୍କ ତିନିଦିନ ଧରି ଅନଶନ 

February 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧାନ କିଣା ଦୁର୍ନୀତି ବିରୋଧରେ ଅକ୍ଷୟ କୁମାରଙ୍କ ତିନିଦିନ ଧରି ଅନଶନ 

ଭୁବନେଶ୍ବର: ବିଗତ ଜୁଲାଇ ମାସ ଠାରୁ ରାଜ୍ୟ ଶାସକ ଦଳ ଧାନ କିଣା ନେଇ ଖୁବ୍ ବୟାନ ବାଜି କରିଥିଲା। କଟନୀ ଛଟନୀ ହେବନାହିଁ ବୋଲି ସଂପୂର୍ଣ୍ଣ ଯୋଜନା ଘୋଷଣା ହୋଇଥିଲା। ଧାନ କାଟ ବନ୍ଦ କରିବା ପାଇଁ ଦୁଇ ଜିଲ୍ଲାରେ ଜଣେ ମନ୍ତ୍ରୀଙ୍କୁ ପାଞ୍ଚ ଥାକିଆ ବ୍ୟବସ୍ଥାରେ ଜିଲ୍ଲା ଠାରୁ ବ୍ଲକ୍ ଯାଏ ତଦାରଖ କରିବା ପାଇଁ ବ୍ୟବସ୍ଥା ହୋଇଥିଲା ଏହାକୁ ନେଇ ତୁହାକୁ ତୁହା ଗଣମାଧ୍ୟମରେ ପ୍ରଚାର ମଧ୍ୟ କରାଗଲା। ହେଲେ, କ‘ଣ ରାଜନୈତିକ ପାଣିପାଗ ବଦଳିଗଲା ଯେ, ଆଉ କଟନୀ ଛଟନୀ ବନ୍ଦ କରିବା ପାଇଁ ସରକାର ଆଗ୍ରହ ପ୍ରକାଶ କଲେ ନାହିଁ।

ଗୋଟିଏ ଗୋଟିଏ ଜିଲ୍ଲାରେ ୧୦ରୁ ୧୨ କେଜି ଧାନ କାଟ ହେଉଛି। ଖୋଦ୍ ଖୋର୍ଦ୍ଧା ଜିଲ୍ଲାରେ ୨୪ କେଜି ଧାନ କଟା ଯାଇଛି। ନୟାଗଡ଼ ଜିଲ୍ଲାର ପ୍ରତି ବ୍ଲକରେ ୯ ରୁ ୧୦ କେଜି ଧାନ କଟା ହେଉଛି। କିନ୍ତୁ କୌଣସି ଜାଗାରେ ମିଲରଙ୍କ ଉପରେ ଦୃଷ୍ଠାନ୍ତ ମୂଳକ କଠୋର୍ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଭଦ୍ରକ ଜିଲ୍ଲାରେ ନିଜେ ଜିଲ୍ଲାପାଳ ସମବାୟ ସଂପାଦକଙ୍କୁ ନିଜେ ଧରିଥିଲେ ବି ତାଙ୍କୁ ବହିଷ୍କୃତ କରା ନ ଯାଇ କେବଳ ଧାନ କିଣା ଦାୟିତ୍ବରୁ ଅବ୍ୟହତି ଦିଆଯାଇଥିଲା।

ସେହିଭଳି ଜଗତସିଂହପୁରରେ ଶୋଭା ମଣ୍ଡିରେ ମିଲ୍ କଟରେ ଧାନ ଉଠୁଥିଲା ବେଳେ ମିଲରମାନେ ଧାନ ଉଠାଇବାରେ ସହଯୋଗ କଲେନି। ଯେଉଁଠି ଚାଷୀମାନେ ଧାନର ମାନ ପରୀକ୍ଷା କରି କାଟ ଦେବାକୁ ରାଜି ହେଉନାହାଁନ୍ତି। ସେଠାକୁ ଆନାଲାଇଜର ମେସିନ୍ ଆଣିବା ପାଇଁ ମିଲରମାନେ ସମବାୟ ସଂପାଦକଙ୍କୁ  କହୁଛନ୍ତି। ଆନାଲାଇଜର ମାଧ୍ୟମରେ ଚାଷୀମାନଙ୍କୁ ଧମକା ଯାଇ କାଟ ନିଆଯାଉଛି।

ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚଳାଇଥିବା ଅନଶନ ଆଜି ତୃତୀୟ ଦିନରେ ପହଞ୍ଚିଛି। ତାଙ୍କୁ ସମର୍ଥନ ଜଣାଇ ଭଦ୍ରକ, ଢେଙ୍କାନାଳ, କଟକ, ଜଗତସିଂହପୁର, ତିଗିରିଆ ଆଦି ସ୍ଥାନକୁ ପହଞ୍ଚିଛନ୍ତି। ସଂଗଠନ ତରଫରୁ ଅନଶନ ସ୍ଥଳରେ ସାମିଲ ହେବାକୁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଆହ୍ବାନ ଜଣାଇଛନ୍ତି।

ଆଜିର ଅନଶନରେ ଭଦ୍ରକର ତ୍ରିଲୋଚନ ପଣ୍ଡା, ନିମାପଡ଼ାର ପ୍ୟାରିଶ ପାତ୍ର, ଜୟନ୍ତ ଜେନା, ତିଗିରିଆ ହୃଶିକେଶ ନାୟକ, ଶ୍ରୀନିବାସ ନାୟକ ପ୍ରମୁଖ ଯୋଗଦେଇଥିଲେ।

ଅକ୍ଷୟ କୁମାର ଧାନ କିଣା ଦୁର୍ନିତି ନବ ନିର୍ମାଣ କୃଷକ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.