Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମତ୍ସ୍ୟ-ପ୍ରାଣୀ ସମାବେଶ-2025ରେ ଓମ୍ଫେଡର ଦବଦବା: 3 ଦିନରେ ବିକ୍ରି କରିଛି 2.3 ଟଙ୍କାର ଉତ୍ପାଦ
ଆଜିର ଖବର

ମତ୍ସ୍ୟ-ପ୍ରାଣୀ ସମାବେଶ-2025ରେ ଓମ୍ଫେଡର ଦବଦବା: 3 ଦିନରେ ବିକ୍ରି କରିଛି 2.3 ଟଙ୍କାର ଉତ୍ପାଦ

February 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଅନୁଷ୍ଠିତ ମତ୍ସ୍ୟ-ପ୍ରାଣୀ ସମାବେଶ-2025ରେ ଓମ୍ଫେଡର ଦବଦବା। ଓମ୍ଫେଡ୍ ନିଜର ଉତ୍ପାଦଗୁଡିକୁ ପ୍ରଦର୍ଶନ କରିବା ସହ ବିକ୍ରୟ ପାଇଁ ମଧ୍ୟ ବାହାରେ ଷ୍ଟଲ ଲଗାଇଥିଲା। ତିନି ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ଓମ୍ଫେଡର ବିଭିନ୍ନ ଉତ୍ପାଦ ଯଥା-ଦୁଗ୍ଧ, ଖଟା ଓ ମିଠା ଦହି, ପେଡା, ଛେନାପୋଡ, ପନିର, ଘିଅ, ଦୁଗ୍ଧ ପାଉଡର ବା ହ୍ୱାଇଟନର, ହଳଦୀ, ଫ୍ଲେବର ମିଲ୍କ, ଲସି, ଆଇସକ୍ରିମ ଆଦି ପ୍ରଦର୍ଶନୀ ସହ ବାହାରେ ବିକ୍ରୟ ମଧ୍ୟ କରାଯାଇଥିଲା। ସବୁଠାରୁ ଅଧିକ ବିକ୍ରି ଥିଲା ଆଇସକ୍ରିମ୍। ସଂପ୍ରତି ଭୁବନେଶ୍ୱରରେ ଟିକିଏ ଗରମ ଅନୁଭୁତ ହେଉଥିବାରୁ ଓମ୍ଫେଡ ଆଇସକ୍ରିମର ଚାହିଦା ବଢିଯାଇଥିଲା। 3ଟି ଟ୍ରାଇସାଇକେଲରେ ବିକ୍ରି ହେଉଥିବା କୁଲଫିର ମଜ୍ଜା ଉଠାଇଥିଲେ ଦେଖଣାହାରୀ।

ଏହି ସମାବେଶରେ ଓମ୍ଫେଡର ଫୁଡ୍ କୋର୍ଟ ଭିତରେ ଗୋଟିଏ ଫୁଡ୍ ଷ୍ଟଲ ଏବଂ ପ୍ରଦର୍ଶନୀ ହଲ ମଧ୍ୟରେ ଗୋଟିଏ ଷ୍ଟଲ ପଡିଥିଲା । ଏହା ବାଦ୍ 3ଟି ଟ୍ରାଇ ସାଇକେଲରେ ଓମ୍ଫେଡ୍ କୁଲଫି ବିକ୍ରି ହେଉଥିଲା। ଏହି ସମାବେଶରେ ଓମ୍ଫେଡର ମୋଟ 45 ଜଣ ସେଲ୍ସ ପ୍ରମୋଟର କାମ କରୁଥିଲେ। ଏହି ତିନି ଦିନ ମଧ୍ୟରେ ଓମ୍ଫେଡ ମୋଟ 2 ଲକ୍ଷ 30 ହଜାରରୁ ଉର୍ଦ୍ଧ୍ୱ ଟଙ୍କାର କାରବାର ହୋଇଛି। ଓମ୍ଫେଡ୍ ନିଜର ପ୍ରଚାର ପ୍ରସାର ସହ ଭଲ ବ୍ୟବସାୟ କରିଛି । ତେବେ ଓମ୍ଫେଡ୍ ସମସ୍ତ ଉତ୍ପାଦର ଗୁଣବତ୍ତା ଓ ମାନ ସଠିକ ଭାବେ ରକ୍ଷା କରିଥିବାରୁ ଲୋକେ ଆଗ୍ରହ ପ୍ରକାଶ କରିବା ସହ କିଣି ନେଇଛନ୍ତି।

ଓମ୍ଫେ଼ଡର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ  ଜେନେରାଲ ମ୍ୟାନେଜର୍ ସୌମେନ୍ଦ୍ର ଭୌମିକ (ପ୍ରଡକସନ), ଜେନେରାଲ ମ୍ୟାନେଜର (ଅର୍ଥ) ସୁରେଶ ଚନ୍ଦ୍ର ଅଲଟିଆ, ଡେପୁଟି ଜେନେରାଲ ମ୍ୟାନେଜର (ମାନବ ସମ୍ବଳ) ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ, ଡେପୁଟି ମ୍ୟାନେଜର(ଏମ୍ଏନ୍ଏ ସିଏସ) ଡକ୍ଟର ବିଶ୍ୱରଂଜନ ତ୍ରିପାଠୀ, ମାର୍କେଟିଂ ମୁଖ୍ୟ ଡକ୍ଟର ଆଲୋକ ଅଗ୍ନିବେଶ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସବୁ ଷ୍ଟଲ ଓ ପ୍ରଦର୍ଶନୀ ଚାଲିଥିଲା।

ବିଭିନ୍ନ ସମୟରେ ବିଭାଗୀୟ. ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମାନ୍ୟବର ରାଜ୍ୟପାଳ ହରି ବାବୁ କୁମ୍ଭମ୍ ପତି , ଭୁବନେଶ୍ବର ମେୟର ସୁଲୋଚାନା ଦାସ, ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ତଥା ପ୍ରାଣୀ ସଂପଦ ବିକାଶ ବିଭାଗ ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ହଜାର ଯୁବକ, ଯୁବତୀ, ଚାଷୀ ଷ୍ଟଲ ବୁଲି ଦେଖିବା ସହ ଓମ୍ଫେଡ୍ ଉତ୍ପାଦର ଗୁଣାତ୍ମକ ମାନ ପରଖିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଯେଉଁ ଯୁବଗୋଷ୍ଠୀଙ୍କୁ ମତ୍ସ୍ୟ ଓ ପ୍ରାଣୀ ପାଳନ ନିମନ୍ତେ ଆକୃଷ୍ଟ କରିବା ପାଇଁ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା, ତାହା ଅନେକାଂଶରେ ଫଳବତୀ ହୋଇଛି। କାରଣ ହଜାର ହଜାର ଯୁବକ ଯୁବତୀ ଓମ୍ଫେଡର ବିଭିନ୍ନ ସୁବିଧା ବାବଦରେ ପଚାରି ବୁଝିବା ସହ ଓମ୍ଫେଡ୍ ପରିବାରରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା।

ଓମ୍‌ଫେଡ୍‌ ବରମୁଣ୍ଡା ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025
Latest News

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.