ବଦଳିଲା ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟ, ବିଜେପିକୁ ଟାର୍ଗେଟ କଲେ AAP ନେତା ଗୋପାଳ ରାୟ

Published: Feb 18, 2025, 2:34 pm IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟ ବଦଳି ଯାଇଛି। ବର୍ତ୍ତମାନ ଫେବୃଆରୀ ୨୦ ତାରିଖରେ ସକାଳ ୧୧ ଟା ସମୟରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ଏହାର ସମୟ ସନ୍ଧ୍ୟା ୪:୩୦ ରେ ସ୍ଥିର କରାଯାଇଥିଲା। ଆମ୍ ଆଦମୀ ପାର୍ଟି (ଏଏପି) ଏ ସମ୍ପର୍କରେ ବିଜେପିକୁ ଟାର୍ଗେଟ କରିଛି।

ଆମ୍ ଆଦମୀ ପାର୍ଟିର ଦିଲ୍ଲୀର ରାଜ୍ୟ ସଂଯୋଜକ ଗୋପାଳ ରାୟ କହିଛନ୍ତି ଯେ, ଭାରତ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟୁଛି ଯେ ଏହି ବରଯାତ୍ରୀ ପ୍ରସ୍ତୁତ, ମଣ୍ଡପ ମଧ୍ୟ ପ୍ରସ୍ତୁତ, କିନ୍ତୁ ବର କିଏ ହେବ ତାହା ବିଜେପି ସ୍ଥିର କରିପାରୁ ନାହିଁ।

Related posts