Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ଜିଲ୍ଳାରେ ଟ୍ରିପଲ୍‌ ମର୍ଡର : ମୃତକଙ୍କ ମଧ୍ୟରେ ଦୁଇ ଭାଇ
ଆଜିର ଖବର

ପୁରୀ ଜିଲ୍ଳାରେ ଟ୍ରିପଲ୍‌ ମର୍ଡର : ମୃତକଙ୍କ ମଧ୍ୟରେ ଦୁଇ ଭାଇ

July 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ ଜିଲ୍ଲାରେ ରବିବାର ଲୋମହର୍ଷଣକାରୀ ଘଟଣା ଘଟିଛି । ପିପିଲି ପଟ୍ଟନାୟିକା ଛକରେ ବିଚ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଗୋଡ଼ାଇ ଗୋଡ଼ାଇ ଗୋଟିଏ ପରିବାରର ତିନିଜଣଙ୍କ ଜଘନ୍ୟ ହତ୍ୟାକାଣ୍ଡ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନାନୁସାରେ, ପୁରୀ ଜିଲ୍ଲା ପିପିଲି ସତ୍ୟବାଦୀ ଥାନା ସାକ୍ଷୀଗୋପାଳ ପଟ୍ଟନାୟିକା ଛକରେ ଟ୍ରିପଲ ମର୍ଡ଼ର ଅଭିଯୋଗ ଆସିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଆଜି ତିନଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ସଦାନନ୍ଦ ଗାଁର ତିନଜଣ କୌଣସି କାମ ନେଇ ପଟ୍ଟନାୟିକାକୁ ଆସିଥିଲେ । ସେଠାରେ ଏକ ଦୋକାନ ନିକଟରେ ଛପି ରହିତିବା କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତିନିଜଣଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଏହି ତିନିଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ତିନିଜଣ ସଦାନନ୍ଦ ଗାଁର ବାସିନ୍ଦା ଓ ସେମାନେ ଗୋଟିଏ ପରିବାରର ଦୁଇଭାଇ ଓ ଅନ୍ୟଜଣେ ରହିଥିବା ସୂଚନା ମିଳିଛି । ମୃତକ ତିନିଜଣ କୃଷ୍ଣ ବେହେରା , ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା ବୋଲି ସୂଚନା ମିଳିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଲୋକେ ଟାୟାର ଜାଳି ଭୁବନେଶ୍ୱର- ପୂରୀ ଜାତୀୟ ରାଜପଥ ଅବରୋଧ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025

ରାମ ମନ୍ଦିର ସ୍ଥାନଟି ସର୍ବଦା ବାବ୍ରୀ ମସଜିଦ ଭାବରେ ଜଣାଯିବ: ବଦରୁଦ୍ଦିନଙ୍କ ବିବାଦୀୟ ବୟାନ

December 21, 2025

ଏସିଆ କପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ପାକିସ୍ତାନ ହେଲା ନୂଆ ଚମ୍ପିୟାନ

December 21, 2025

‘ଧରିତ୍ରୀ ମାତା ପାଇଁ ରବିବାର’ କାର୍ଯ୍ୟକ୍ରମ: ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

December 21, 2025
Latest News

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025

ରାମ ମନ୍ଦିର ସ୍ଥାନଟି ସର୍ବଦା ବାବ୍ରୀ ମସଜିଦ ଭାବରେ ଜଣାଯିବ: ବଦରୁଦ୍ଦିନଙ୍କ ବିବାଦୀୟ ବୟାନ

December 21, 2025

ଏସିଆ କପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ପାକିସ୍ତାନ ହେଲା ନୂଆ ଚମ୍ପିୟାନ

December 21, 2025

‘ଧରିତ୍ରୀ ମାତା ପାଇଁ ରବିବାର’ କାର୍ଯ୍ୟକ୍ରମ: ପରିବେଶ ସଚେତନତା ସହ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ

December 21, 2025

ମହାରାଷ୍ଟ୍ରରେ ସ୍ଥାନୀୟ ନିର୍ବାଚନ: ଟ୍ରେଣ୍ଡରେ ବିଜେପି ର ବଡ଼ ଅଗ୍ରଣୀ, ଜାଣନ୍ତୁ ଅନ୍ୟ ଦଳର ସ୍ଥିତି

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.