Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ଜିଲ୍ଳାରେ ଟ୍ରିପଲ୍‌ ମର୍ଡର : ମୃତକଙ୍କ ମଧ୍ୟରେ ଦୁଇ ଭାଇ
ଆଜିର ଖବର

ପୁରୀ ଜିଲ୍ଳାରେ ଟ୍ରିପଲ୍‌ ମର୍ଡର : ମୃତକଙ୍କ ମଧ୍ୟରେ ଦୁଇ ଭାଇ

July 15, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ ଜିଲ୍ଲାରେ ରବିବାର ଲୋମହର୍ଷଣକାରୀ ଘଟଣା ଘଟିଛି । ପିପିଲି ପଟ୍ଟନାୟିକା ଛକରେ ବିଚ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଗୋଡ଼ାଇ ଗୋଡ଼ାଇ ଗୋଟିଏ ପରିବାରର ତିନିଜଣଙ୍କ ଜଘନ୍ୟ ହତ୍ୟାକାଣ୍ଡ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନାନୁସାରେ, ପୁରୀ ଜିଲ୍ଲା ପିପିଲି ସତ୍ୟବାଦୀ ଥାନା ସାକ୍ଷୀଗୋପାଳ ପଟ୍ଟନାୟିକା ଛକରେ ଟ୍ରିପଲ ମର୍ଡ଼ର ଅଭିଯୋଗ ଆସିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଆଜି ତିନଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ସଦାନନ୍ଦ ଗାଁର ତିନଜଣ କୌଣସି କାମ ନେଇ ପଟ୍ଟନାୟିକାକୁ ଆସିଥିଲେ । ସେଠାରେ ଏକ ଦୋକାନ ନିକଟରେ ଛପି ରହିତିବା କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତିନିଜଣଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ହିଁ ଏହି ତିନିଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ତିନିଜଣ ସଦାନନ୍ଦ ଗାଁର ବାସିନ୍ଦା ଓ ସେମାନେ ଗୋଟିଏ ପରିବାରର ଦୁଇଭାଇ ଓ ଅନ୍ୟଜଣେ ରହିଥିବା ସୂଚନା ମିଳିଛି । ମୃତକ ତିନିଜଣ କୃଷ୍ଣ ବେହେରା , ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା ବୋଲି ସୂଚନା ମିଳିଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ୟକ୍ତ ଲୋକେ ଟାୟାର ଜାଳି ଭୁବନେଶ୍ୱର- ପୂରୀ ଜାତୀୟ ରାଜପଥ ଅବରୋଧ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

“୨୦୨୭ ବିଶ୍ଵକପ ଖେଳିବେ କି ନାହିଁ?”: ମୁହଁ ଖୋଲିଲେ ରୋହିତ ଶର୍ମା 

September 10, 2026

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026

ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେନି ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରେହମାନ୍

September 10, 2026

ଭାଙ୍ଗିଲା ୬୫ ବର୍ଷର ଇତିହାସ: ଦୁଲୀପ ଟ୍ରଫିରେ ଇତିହାସ ରଚିଲେ ଇଶାନ କିଶାନ

September 10, 2026
Latest News

ପ୍ୟାରିସଠାରେ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

September 10, 2026

‘ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌

September 10, 2026

“୨୦୨୭ ବିଶ୍ଵକପ ଖେଳିବେ କି ନାହିଁ?”: ମୁହଁ ଖୋଲିଲେ ରୋହିତ ଶର୍ମା 

September 10, 2026

ୟୁଏଇର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସାକ୍ଷାତକାର

September 10, 2026

ନନ୍ଦନକାନନରେ ୫ ଓରାଙ୍ଗଓଟାନ୍ ଛୁଆଙ୍କୁ ମ୍ୟୁଜିକ୍ ଥେରାପି: ଆକ୍ଟିଭ୍ କରିବାକୁ ପ୍ରୟାସ

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.