Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧାନ ଦୁର୍ନୀତି ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନ ଆଜି ୬ ଦିନରେ ପହଞ୍ଚିଛି
ଆଜିର ଖବର

ଧାନ ଦୁର୍ନୀତି ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନ ଆଜି ୬ ଦିନରେ ପହଞ୍ଚିଛି

February 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧାନ ଦୁର୍ନୀତି ବିରୁଦ୍ଧରେ ଅକ୍ଷୟ କୁମାରଙ୍କ ଅନଶନ ଆଜି ୬ ଦିନରେ ପହଞ୍ଚିଛି

ଭୁବନେଶ୍ବର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜକୁ ଚାଷୀ ସରକାର ବୋଲି କହୁଛନ୍ତି। ଉଭୟ କହୁଛନ୍ତି, ଆମେ କୃଷକଙ୍କ ପାଇଁ ଜତ୍ନଶୀଳ। ହେଲେ, ପ୍ରକୃତପକ୍ଷେ ଚାଷୀର ଉତ୍ପାଦ ବୃଦ୍ଧି ସମୟରେ ସରକାରଙ୍କ ଅସଲ କଥା ଧରାପଡ଼ିଛି। ଅଧିକାଂଶ ଜିଲ୍ଲାରେ ଧାନ ବିକ୍ରିରେ ବ୍ୟାପକ ହରିଲୁଟ୍, ମିଲର ରାଜ୍ ଚାଲିଛି। ସରକାରଙ୍କ ସ୍ଲୋଗାନକୁ ଫିକା ପକେଇଦେଇଛି।

ପ୍ରାରମ୍ଭରୁ ସରକାର ଧାନ କିଣା ବ୍ୟବସ୍ଥିତ କରି କଟନୀ ଛଟନୀ ବନ୍ଦ କରିବେ ବୋଲି କହିଥିଲେ ହେଁ, ପୂରା ହାତ ଛାଡ଼ି ଦେଇଛନ୍ତି। ଯେଉଁଥିରେ କି ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତି ଏହାର ପ୍ରମାଣ। ମନ୍ତ୍ରୀ କହିଥିଲେ, ସଚିବ କହୁଛନ୍ତି, ଧାନ କିଣା ବ୍ୟବସ୍ଥାରେ ଆପଣ ମୁଣ୍ଡ ପୁରାନ୍ତୁ ନାହିଁ, ଏହାକୁ ଚାଷୀ ଓ ମିଲରଙ୍କ ଉପରେ ଛାଡ଼ି ଦିଅନ୍ତୁ। ସରକାରୀ ନିୟନ୍ତ୍ରଣ ହୁଗୁଳା ହେଲା ପରେ ମିଲରଙ୍କ ମନମାନୀ ବଢ଼ିଯାଇଥିଲା।

ସ୍ଥଳ ବିଶେଷରେ ୯, ୧୧, ୧୨ ଓ ୨୪କେଜି  ପର୍ଯ୍ୟନ୍ତ ମିଲରମାନେ ଧାନ କାଟି ଚାଲିଥିଲେ। ଶାନ୍ତପୂର୍ଣ୍ଣ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କଲା ପରେ ବି ସରକାର ମିଲର ରାଜ ଭାଙ୍ଗିବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଯାହାଫଳରେ ଏବେବି ମିଲରଙ୍କ ମର୍ଜିରେ ଧାନ କିଣା ଚାଲିଛି। ଯୋଗାଣ ଅଧିକାରୀ, ଜିଲ୍ଲା ସମବାୟ ନିବନ୍ଧକ ଓ ଉପଜିଲ୍ଲାପାଳ ଏମାନେ ଦନ୍ତହୀନ ହୋଇବସିଛନ୍ତି।

ଏମାନଙ୍କ ଉପରେ କୌଣସି ପ୍ରକାର ଛାଟ ବସୁନାହିଁ। ଯେଉଁଥିପାଇଁ ଧାନ କିଣାରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ହେଉଛି। ଏହାର ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆଜିକୁ ୬ ଦିନ ହେଲା ଅନଶନ ଚଳାଇଛନ୍ତି। ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ବହୁ ସାମାଜିକ କର୍ମୀ, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ଅନଶନ ସ୍ଥଳକୁ ଆସି ନୈତିକ ସମର୍ଥନ ଜଣାଇଛନ୍ତି।

ରାଜ୍ୟ ପ୍ରଶାସନ ପକ୍ଷରୁ ଡାକ୍ତରୀ ଟିମ୍ ଆସି ଶ୍ରୀ କୁମାରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛି। କିନ୍ତୁ ଏପର୍ଯ୍ୟନ୍ତ ସରକାର ଯେଉଁ ସମ୍ବେଦନଶୀଳ ହୋଇ  ଅନଶନକାରୀ ଚାଷୀ ନେତା ଅକ୍ଷୟ କୁମାରଙ୍କ ସହ ଆଲୋଚନା କରିବା କଥା ତାହା କରିନାହାଁନ୍ତି। ଚାଷୀ ନେତାଙ୍କ ଅନଶନ ନେଇ ଚାଷୀମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ବଢ଼ିବାରେ ଲାଗିଛି। ସରକାର ଯଦି ଆଲୋଚନା ନକରନ୍ତି ତେବେ ବଡ଼ ଧରଣର ପ୍ରତିବାଦ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ଆଜିର ଅନଶନରେ ସଂଗଠନର ରାଜ୍ୟ କମିଟି ସଦସ୍ୟ ରଣଜିତ୍ ପଟ୍ଟନାୟକ, ଡା. କୁଳମଣୀ, ମଧୁସ୍ମିତା ସାମଲ, ପ୍ରଭାତ ମହାଳିକ, ଶୁଭଶ୍ରୀ ଭାରତ ପ୍ରମୁଖ ଯୋଗଦେଇଥିଲେ।

BJP Ads
ଅକ୍ଷୟ କୁମାର
Share. Facebook Twitter LinkedIn Email WhatsApp Copy Link

Related Posts

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ମେଗା ପୋର୍ଟ ଘୋଷଣା

November 5, 2025
BJP Ads
Latest News

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ, ମେଗା ପୋର୍ଟ ଘୋଷଣା

November 5, 2025

ଦଳର ନାମ ପରିବର୍ତ୍ତନ କଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକ କାବ୍ୟା ମାରାନ୍: ଜାଣନ୍ତୁ ନୂଆ ନାମ କ’ଣ?

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.