Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସୀମ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରୁଛି ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ
ଆଜିର ଖବର

ଅସୀମ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରୁଛି ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ

February 21, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏଆଇ ଅବତାରଗୁଡ଼ିକ ଡିଜିଟାଲ ଦୃଶ୍ୟପଟକୁ ପରିବର୍ତ୍ତନ କରିଚାଲିଛି। ସେମାନେ ବ୍ୟକ୍ତିଗତ, ଇଣ୍ଟରଆକ୍ଟିଭ୍, ଏଆଇ-ପରିଚାଳିତ ଡିଜିଟାଲ ବ୍ୟକ୍ତିତ୍ୱ ଉପସ୍ଥାପନ କରୁଛନ୍ତି ଯାହା ଭର୍ଚୁଆଲ ଜଗତରେ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରେ। ଏହି ଟେକ୍ନୋଲୋଜି ବିକଶିତ ହେବା ସହିତ ଏଆଇ ଅବତାରଗୁଡିକ ମାର୍କେଟିଂ, ବିଷୟବସ୍ତୁ ସୃଷ୍ଟି ଏବଂ ମନୋରଞ୍ଜନରେ ଶକ୍ତିଶାଳୀ ଉପକରଣ ପାଲଟିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏଭିଟିଆର ମେଟା ଲ୍ୟାବ୍ସ ଦ୍ୱାରା ଆୟୋଜିତ ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ, ଉଦ୍ଭାବନକାରୀମାନଙ୍କୁ ଏଆଇ ଅବତାରର ଅସୀମ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରୁଛି। ବର୍ତ୍ତମାନ ସୁଦ୍ଧା ୧୦୨ ଜଣ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୧୨୫୧ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି।

ଏହି ଚ୍ୟାଲେଞ୍ଜ ହେଉଛି କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ ୧ରେ ଏକ ଅଂଶ ଏବଂ ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ)ର ସ୍ତମ୍ଭ ୨ ଅଧୀନରେ ଆସୁଛି, ଯାହା ଆନିମେସନ, ଭିଜୁଆଲ ଇଫେକ୍ଟ, ଗେମିଂ, କମିକ୍ସ, ଅଗମେଣ୍ଟେଡ୍ ରିଆଲିଟି, ଭର୍ଚୁଆଲ ରିଆଲିଟି ଏବଂ ମେଟାଭର୍ସ (ଏଭିଜିସି-ଏକ୍ସଆର) ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରତି ସମର୍ପିତ। ମେ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଓ ଜିଓ ୱାର୍ଲଡ ଗାର୍ଡେନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଦେଶର ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପକୁ ସଫଳତାର ନୂଆ ସ୍ତରକୁ ନେବା ଲକ୍ଷ୍ୟରେ ୱେଭ୍ସ ହେଉଛି ଏକ ଅଗ୍ରଣୀ ପ୍ଲାଟଫର୍ମ। ୱେଭ୍ସର ଚାରିଟି ମୁଖ୍ୟ ସ୍ତମ୍ଭ ଅଛି: ପ୍ରସାରଣ ଏବଂ ଇନଫୋଟେନମେଣ୍ଟ, ଏଭିଜିସି-ଏକ୍ସଆର (ଆନିମେସନ୍, ଭିଜୁଆଲ ଇଫେକ୍ଟ, ଗେମିଂ, କମିକ୍ସ ଏବଂ ବିସ୍ତାରିତ ରିଆଲିଟି), ଡିଜିଟାଲ ମିଡିଆ ତଥା ଇନୋଭେସନ ଏବଂ ଚଳଚ୍ଚିତ୍ର। ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ ଏଭିଜିସି-ଏକ୍ସଆର ସ୍ତମ୍ଭ ସହିତ ସଂଯୁକ୍ତ ହୋଇଛି। ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ଯଥା ଅଗମେଣ୍ଟେଡ୍ ରିଆଲିଟି, ଭର୍ଚୁଆଲ ରିଆଲିଟି ଏବଂ ମେଟାଭର୍ସ ରହିଛି।

ନିୟମାବଳୀ

ଅଂଶଗ୍ରହଣକାରୀଙ୍କ ବୟସ ଅତି କମରେ ୧୮ ବର୍ଷ ହେବା ଆବଶ୍ୟକ। ବୟସ ଯାଞ୍ଚ ପାଇଁ ସେମାନଙ୍କୁ ଏକ ବୈଧ ପରିଚୟପତ୍ର ଉପସ୍ଥାପନ କରିବାକୁ ପଡ଼ିବ। ଏହି ପ୍ରତିଯୋଗିତା ସାରା ବିଶ୍ୱର ନିର୍ମାତାଙ୍କ ପାଇଁ ଖୋଲା ରହିଛି। ଆପଣ ଏକାଧିକ ଏଆଇ ଅବତାର ଦାଖଲ କରିପାରିବେ, ଯଦି ପ୍ରତ୍ୟେକ ଏଣ୍ଟ୍ରି ୟୁନିକ୍ ନାମ ଏବଂ ପ୍ରୋଫାଇଲ୍ ସହିତ ସଂପୂର୍ଣ୍ଣ ଭାବେ ଏଆଇ ଜେନେରେଟେଡ୍ ହୋଇଥିବ। ଆପଣ ନିଶ୍ଚିତ କରିବା ଆବଶ୍ୟକ ଯେ ଏହି ଏଆଇ ଅବତାର ଆପଣଙ୍କମୂଳ ସୃଷ୍ଟି ଅଟେ। ଏହା କାହାର ଅଧିକାର କିମ୍ବା ଏଆଇ ମଡେଲର ଅଧିକାରକୁ ଉଲ୍ଲଂଘନ କରେ ନାହିଁ। ବିନା ଅନୁମତିରେ ଅନ୍ୟର କାମ କିମ୍ବା ପରିଚୟ ନକଲ କରୁଥିବା କୌଣସି ଆବେଦନ ଅଯୋଗ୍ୟ ଘୋଷଣା କରାଯିବ।

ପଂଜୀକରଣ ପ୍ରଦ୍ଧତି

ପ୍ରତିଯୋଗୀମାନଙ୍କୁ ବିଶେଷ କରି ଅବତାର ମେଟା ଲ୍ୟାବ୍ ୱେବସାଇଟ୍ ମାଧ୍ୟମରେ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ କରିବାକୁ ହେବ। ସାଇଟ୍ ରେ ଥିବା “ପଞ୍ଜିକରଣ ଇଣ୍ଟରେଷ୍ଟ” ବଟନ୍ କୁ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କ ନାମ, ସମ୍ପର୍କ ସୂଚନା, ଏଆଇ ଅବତାର ଧାରଣା ଏବଂ ଉଦ୍ଦେଶ୍ୟ, ଏବଂ ଅବସ୍ଥାନ ସହିତ ଆପଣଙ୍କ ବିବରଣୀ ପୂରଣ କରନ୍ତୁ। ଆବେଦନ କରିବା ପୂର୍ବରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିୟମ ଏବଂ ସର୍ତ୍ତାବଳୀକୁ ଭଲଭାବେ ବୁଝନ୍ତୁ। ଚ୍ୟାଲେଞ୍ଜପାଇଁ ଚୂଡ଼ାନ୍ତ ଦାଖଲ ତାରିଖ ୨୮ ଫେବୃଆରୀ ୨୦୨୫ ରହିଛି।

ମୂଲ୍ୟାଙ୍କନ ମାନଦଣ୍ଡ

ଏକ ବିଶେଷଜ୍ଞ ପ୍ୟାନେଲ ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜର ମୂଲ୍ୟାଙ୍କନ କରିବ, ମୁଖ୍ୟ ମାନଦଣ୍ଡ ଆଧାରରେ ପ୍ରତ୍ୟେକ ଏଣ୍ଟ୍ରିର ମୂଲ୍ୟାଙ୍କନ କରାଯିବ। ଦକ୍ଷତା, ପ୍ରଯୁକ୍ତି ବିଦ୍ୟା ଏବଂ ଉଦ୍ଦେଶ୍ୟ ଭଳି ତିନୋଟି ମୁଖ୍ୟ କ୍ଷେତ୍ର ଉପରେ ଏହି ନିଷ୍ପତ୍ତି ଗୁରୁତ୍ବ ଦେବ।

ପୁରସ୍କାର

ଦାଖଲ ହୋଇଥିବା ଆବେଦନଗୁଡ଼ିକ ମଧ୍ୟରୁ ଚୂଡ଼ାନ୍ତ ଶ୍ରେଷ୍ଠ ୧୦କୁ ଚୟନ କରାଯିବ। ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀଙ୍କୁ ୱେଭ୍ସ ୨୦୨୫ ସମ୍ମିଳନୀରେ ସେମାନଙ୍କ କାର୍ଯ୍ୟ ଉପସ୍ଥାପନ କରିବାକୁ ଆମନ୍ତ୍ରଣ କରାଯିବ, ଯେଉଁଠାରେ ସେମାନେ ଶିଳ୍ପ ବିଶେଷଜ୍ଞଙ୍କ ସମ୍ମୁଖରେ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶନ କରିପାରିବେ। ବିଜେତାଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଶ୍ରେଷ୍ଠ ୧୦ ଜଣ ଏଣ୍ଟ୍ରିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ।

ବିଜେତା କିମ୍ବା ଉପବିଜେତା ଘୋଷଣା ହେବା ପରେ, ଅଂଶଗ୍ରହଣକାରୀମାନେ ଗଣମାଧ୍ୟମ / ଜନସଂପର୍କ, ପେଡ୍ ବିଜ୍ଞାପନ, ସୋସିଆଲ ମିଡିଆ ଏବଂ ଅନଲାଇନ୍ ପ୍ଲାଟଫର୍ମ ସମେତ ମାର୍କେଟିଂ ସାମଗ୍ରୀରେ ସେମାନଙ୍କର ଏଆଇ ଅବତାର ଏବଂ ଆନୁସଙ୍ଗିକ ସୋସିଆଲ ମିଡିଆ ଚ୍ୟାନେଲଗୁଡିକର ଫଟୋଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟବହାର କରିବାକୁ ଅନୁମତି ଦେବାକୁ ରାଜି ହେବେ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଥିରୁବନନ୍ତପୁରମ ନଗର ନିଗମ ଉପନିର୍ବାଚନରେ ବିଜେପି ପରାସ୍ତ, ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ!

January 13, 2026

ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

January 13, 2026

ଗୌତମ ଗମ୍ଭୀରଙ୍କ ଉପରେ ପକ୍ଷପାତିତା ଅଭିଯୋଗ: ଆୟୁଷ ବଦୋନିଙ୍କ ଚୟନକୁ ନେଇ ପ୍ରଶ୍ନ

January 13, 2026

ଆଇଚର ଗାଡ଼ିକୁ ପିଟିଲା ଟୁରିଷ୍ଟ ଗାଡି, ୭ ଆହତ, ଜଣେ ଗୁରୁତର

January 13, 2026
Latest News

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 13, 2026

ଥିରୁବନନ୍ତପୁରମ ନଗର ନିଗମ ଉପନିର୍ବାଚନରେ ବିଜେପି ପରାସ୍ତ, ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ!

January 13, 2026

ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

January 13, 2026

ଗୌତମ ଗମ୍ଭୀରଙ୍କ ଉପରେ ପକ୍ଷପାତିତା ଅଭିଯୋଗ: ଆୟୁଷ ବଦୋନିଙ୍କ ଚୟନକୁ ନେଇ ପ୍ରଶ୍ନ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.