
ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ରର ଛତ୍ରପତି ସମ୍ୱାଜୀ ନଗରକୁ ଦିନିକିଆ ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ। ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସମ୍ୱାଜୀ ନଗରରେ ଡକ୍ଟର ବାବାସାହେବ ଆମ୍ବେଦକର ମରାଠୱାଡା ବିଶ୍ୱବିଦ୍ୟାଳୟର ୬୫ ତମ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ସେ ସମ୍ୱାଜି ନଗରର ଏସବି କଲେଜରେ ସମ୍ବିଧାନ ସଚେତନତା ବର୍ଷ ଏବଂ ଅମୃତ ମହୋତ୍ସବଜେ ମଧ୍ୟ ଉଦ୍ଘାଟନ କରିବେ। ଶ୍ରୀ ଧନଖଡ ଏଲୋରାର ଗ୍ରୀଶ୍ନେଶ୍ଵର ମନ୍ଦିରରେ ପ୍ରାର୍ଥନା କରିବେ ଏବଂ ଏଲୋରା ଗୁମ୍ଫା (କୈଳାଶ ଗୁମ୍ଫା) ମଧ୍ୟ ପରିଦର୍ଶନ କରିବେ।