Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଟ୍ରିକ୍ ପରୀକ୍ଷାରେ ନୋଡାଲ ଅଧିକାରୀଭାବେ ନିଯୁକ୍ତି ପାଇଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁରେ ଓଷ୍ଟାର ଶୋକ
ଆଜିର ଖବର

ମାଟ୍ରିକ୍ ପରୀକ୍ଷାରେ ନୋଡାଲ ଅଧିକାରୀଭାବେ ନିଯୁକ୍ତି ପାଇଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁରେ ଓଷ୍ଟାର ଶୋକ

February 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ସରକାରୀ ବିଦ୍ୟାଳୟରେ ଖାଲିପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ତୁରନ୍ତ ପୂରଣ ହେଉ: ଓଷ୍ଟା

କଟକ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅଧିନସ୍ଥ ତୁମୁସିଂହା ଥାନା ଶ୍ରୀମୂଳା ପଞ୍ଚସଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ତଥା ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ପ୍ରଭାତୀ ଦେହୁରୀଙ୍କ ପରୀକ୍ଷାର ଦିନକ ପୂର୍ବରୁ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେହିପରି କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ବାଘମାରି ପଞ୍ଚାୟତରୁ ଏକ ଗାଡ଼ି ଯୋଗେ ୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହୋଇଛନ୍ତି। ଏହି ଉଭୟ ଘଟଣାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ ଗଭୀର ଦୁଃଖ ପ୍ରକାଶ କରିବା ସହ ସଂଗଠନ ତରଫରୁ ସମବେଦନା ଜ୍ଞାପନ କରିଛନ୍ତି।

ସୂଚନାଥାଉକି, ମୃତ ପ୍ରଧାନଶିକ୍ଷୟିତ୍ରୀଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ତୁମୁସିଂହା ଥାନା ଅନ୍ତର୍ଗତ ଗୁନେଇବିଲି ଗାଁରେ । ପରୀକ୍ଷାର ଦିନକ ପୂର୍ବରୁ ତାଙ୍କର ମୃତଦେହ ଘର ସାମ୍ନାରେ ଥିବା ଗ୍ୟାରେଜରୁ ଉଦ୍ଧାର ହୋଇଛି । ସବୁଦିନ ପରି ରାତିରେ ଖାଇପିଇ ସାରି ଶିକ୍ଷୟିତ୍ରୀ ଜଣକ ଘରେ ଶୋଇଥିଲେ । ସକାଳୁ ପ୍ରଭାତୀଙ୍କ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡାକିଥିବା ବେଳେ ସେ ଘରେ ନଥିବା ଜଣାପଡ଼ିଥିଲା । ପରେ ଘର ସାମ୍ନାରେ ଥିବା ଗ୍ୟାରେଜ ଘରୁ ସନ୍ଦେହଜନକ ଭାବରେ ତାଙ୍କର ମୃତଦେହ ମିଳିଥିଲା । ଢେଙ୍କାନାଳ ଜିଲ୍ଲା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ଶିକ୍ଷୟିତ୍ରୀ ଜଣକ କାମାକ୍ଷାନଗର ବ୍ଲକ୍ ଓଷ୍ଟା ସଙ୍ଘର ସଭାପତି ଥିବା ଜଣାପଡ଼ିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଘଟଣାରେ ସଂପୃକ୍ତ ଥିବା ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ପୂର୍ବକ ମୃତ ଶିକ୍ଷୟିତ୍ରୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ ନିମନ୍ତେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ସରକାର ତଥା ସ୍ଥାନୀୟ ପ୍ରଶାସନଙ୍କ ନିକଟରେ ଦୃଢ଼ ଦାବି କରାଯାଉଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ବାଘମାରି ପଞ୍ଚାୟତରୁ ୧୨ ଛାତ୍ରଛାତ୍ରୀଙ୍କୁ ନାଗାନାରାୟଣ ହାଇସ୍କୁଲ, ଡାଙ୍ଗମାଳ ପରୀକ୍ଷା କେନ୍ଦ୍ରକୁ ନେଇଯାଉଥିବା ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି । ଛାତ୍ରଛାତ୍ରୀମାନେ ଆହତ ହୋଇ ନିକଟସ୍ଥ ଡାଙ୍ଗମାଳ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ଚାଳକଙ୍କ ଅସାବଧାନତା ଯୋଗୁଁ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କଥା କୁହାଯାଉଛି । ଯଦିଓ ପରୀକ୍ଷା କେନ୍ଦ୍ର ଗୁଡ଼ିକ ବିଦ୍ୟାଳୟଠାରୁ ପାଞ୍ଚରୁ ସାତ କି.ମି. ମଧ୍ୟରେ ଅବସ୍ଥିତ ତେବେ ପୂର୍ବଭଳି ଯଦି ପରୀକ୍ଷା କେନ୍ଦ୍ର ନିକଟରେ ରହି ପିଲାମାନେ ପରୀକ୍ଷା ଦେବାକୁ ଯାଆନ୍ତେ ଏପରି ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରନ୍ତା ବୋଲି ଓଷ୍ଟା ପକ୍ଷରୁ କୁହାଯିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଛି ।

ଏଭଳି ଅଭାବନୀୟ ଘଟଣା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା ଓ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି।

ଓଷ୍ଟାର ଶୋକ ମାଟ୍ରିକ୍‌ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା

June 11, 2026

ସିଲିଣ୍ଡର ବିତରଣ ନାମରେ ନୂଆ ଠକେଇ: ମାର୍ଗଦର୍ଶିକା ଜାରି କଲେ ଗ୍ୟାସ୍ କମ୍ପାନୀ

June 11, 2026

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026
Latest News

ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍ ସେବା

June 11, 2026

ସିଲିଣ୍ଡର ବିତରଣ ନାମରେ ନୂଆ ଠକେଇ: ମାର୍ଗଦର୍ଶିକା ଜାରି କଲେ ଗ୍ୟାସ୍ କମ୍ପାନୀ

June 11, 2026

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.