
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଖଣ୍ଡରା ଛକରେ ଭାରସାମ୍ୟ ହରାଇ ଅଟୋ ଚାଳକ ରାସ୍ତା କଡ଼ରେ ଥିବା ଏକ ହୋଟେଲ କାନ୍ଥରେ ପିଟି ଦେବାରୁ ଅଟୋ ଓଲଟି ୬ ଜଣ ଯାତ୍ରୀ ଜମ୍ମୁ ନାୟକ, ରଞ୍ଜିତା ନାୟକ, ସଞ୍ଜୁ ନାୟକ, ବାରିକାଣୀ ନାୟକ, ରମ୍ଭା ନାୟକ ଓ କବି ନାୟକ ନାମକ ଜଣେ ବୃଦ୍ଧ ଆହତ ହୋଇଯାଇଛନ୍ତି। ଆହତଙ୍କ ମଧ୍ୟରେ ଜମ୍ଭୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ସମସ୍ତେ ହିଞ୍ଜିଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ସୁଚନା ଅନୁଯାୟୀ ଦିଗପହଣ୍ଡି ଥାନା ଅର୍ନ୍ତଗତ କରପଡା ଗ୍ରାମର ଏହି ଯାତ୍ରୀ ମାନେ ହିଞ୍ଜିଳି ଥାନା ଅର୍ନ୍ତଗତ ଆଲପୁର ଗ୍ରାମରେ ଅନୁଷ୍ଠିତ ସନାତନୀ ଧର୍ମ କାର୍ଯ୍ୟକ୍ରମ ରେ ଯୋଗଦାନ ପାଇଁ ଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
Tags: ଦିଗପହଣ୍ଡି ଥାନା, ହିଞ୍ଜିଳି ଥାନା